ପୁଣି ଚିନ୍ତା ବଢ଼ାଇଲାଣି କୋଭିଡ୍ – ୧୯ । ହଂକଂ ଓ ସିଙ୍ଗାପୁରରେ ବ୍ୟାପିଲାଣି । ଏସିଆ ମହାଦେଶରେ କୋଭିଡର ନୂଆ ଲହର ଆସୁଥିବା ସତର୍କ କରାଇଦେଲେଣି ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ । ଲୋକଙ୍କର ରୋଗ ପ୍ରତିରୋଧକ ଶକ୍ତି କମୁଥିବାରୁ ଏହି ଲହର ଆସୁଥିବାର ଆଶଙ୍କା କରାଯାଉଛି । ତେବେ ଏଥିରେ ଭୟଭୀତ ନହୋଇ ସମସ୍ତେ ଟିକାକରଣ କରାଇନେବାକୁ ବିଦେଶରେ ଲୋକମାନଙ୍କୁ ପରାମର୍ଶ ଦିଆଯାଉଛି ।
ହଂକଂ ଓ ସିଙ୍ଗାପୁରରେ କାହିଁକି ହଠାତ୍ ବଢ଼ିଲା କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ତାହା ଜଣାପଡିନାହିଁ । ହଂକଂସ୍ଥିତ ହେଲ୍ଥ ପ୍ରୋଟେକସନ୍ ସେଣ୍ଟରର କମୁନିକେବଲ୍ ଡିଜିଜ୍ ବ୍ରାଞ୍ଚର ମୁଖ୍ୟ ଆଲବର୍ଟ ଆଉ (Albert Au) କହିଛନ୍ତି, କୋଭିଡ -୧୯ କେସ୍ ସଂଖ୍ୟା ଏବେ ସହରରେ ବହୁତ ବଢ଼ିଯାଇଛି । ଗଳାରୁ ନମୂନା ନିଆଯାଇ କରାଯାଇଥିବା ପରୀକ୍ଷଣରୁ ଅଧିକାଂଶ ପଜିଟିଭ୍ ବାହାରିଛି ।
Also Read
ଗତ ବର୍ଷ ତୁଳନାରେ ଏହି ସଂଖ୍ୟା ଢେର୍ ଅଧିକ । ଗୁରୁତର ରୋଗୀ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢିଥିବାର କହିଛନ୍ତି ହଂକଂର ଜଣେ ଅଧିକାରୀ । ଏହି ଭୂତାଣୁ ଏବେ ବ୍ୟାପୁଥିବାର ଲକ୍ଷ୍ୟ କରାଯାଉଛି । ଡାକ୍ତରଖାନାକୁ ଏହି ରୋଗର ଲକ୍ଷଣ ଥିବା ଅଧିକରୁ ଅଧିକ ରୋଗୀ ଆସୁଛନ୍ତି । ଏହି ରୋଗ ୫ ବର୍ଷ ତଳେ ସାରା ବିଶ୍ୱରେ ଆତଙ୍କ ଖେଳାଇ ଦେଇଥିଲା ।
ଅଧିକ ପଢ଼ନ୍ତୁ: ଥଣ୍ଡା ଜିନିଷ ଧରିଲେ ଗରମ୍ ଓ ଗରମ୍ ଜିନିଷ ଧରିଲେ ଲାଗୁଛି ଥଣ୍ଡା, ରୋଗ ଜାଣି ପାରୁନାହାନ୍ତି ଡାକ୍ତର
କେବଳ ହଂକଂ ନୁହେଁ ଏସିଆର ଅନ୍ୟତମ ସହର ସିଙ୍ଗାପୁରରେ କୋଭିଡ -୧୯ ବଢ଼ୁଥିବା ରିପୋର୍ଟ ଆସୁଛି । ସିଙ୍ଗାପୁରରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୋଭିଡ ନେଇ ଏକ ଅପଡେଟ୍ ରିପୋର୍ଟ ଦିଆଯାଇଛି । ଗତ ସପ୍ତାହରେ ପୂର୍ବ ସପ୍ତାହ ତୁଳନାରେ କୋଭିଡ କେସ୍ ୨୮ ପ୍ରତିଶତ ବଢିଛି । ରୋଗୀଙ୍କ ସଂଖ୍ୟା ୧୪୨୦୦ରେ ପହଞ୍ଚିଛି । ହସ୍ପିଟାଲରେ ଆଡମିଶନ ନେଉଥିବା କୋଭିଡ ରୋଗୀଙ୍କ ସଂଖ୍ୟା ପ୍ରାୟ ୩୦ ପ୍ରତିଶତ ବଢ଼ିଛି ।
ସିଙ୍ଗାପୁର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଲୋକଙ୍କର ରୋଗ ପ୍ରତିରୋଧକ ଶକ୍ତି କମୁଥିବାରୁ କୋଭିଡ ରୋଗୀଙ୍କ ସଂଖ୍ୟା ବଢି ଥାଇପାରେ । କିନ୍ତୁ ଏହି ନୂଆ ଭୂତାଣୁ ଅଧିକ କ୍ଷତି କରୁଥିବାର କୌଣସି ପ୍ରମାଣ ମିଳିନାହିଁ । ଗତ କିଛି ମାସ ଧରି ଏସିଆରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି । ସମସ୍ତେ ଟିକା ନେବାକୁ ସରକାରଙ୍କ ପକ୍ଷରୁ କୁହାଯାଉଛି । ତେବେ ଯେଉଁମାନଙ୍କର ଅଧିକ ରିସ୍କ ରହିଛି ସେମାନେ ବୁଷ୍ଟର ଡୋଜ୍ ନେବାକୁ କୁହାଯାଇଛି ।
ସାଧାରଣତଃ ଏହି ଭୂତାଣୁ ଖରାଦିନେ ଦୁର୍ବଳ ଥାଏ । କିନ୍ତୁ ଖରାଦିନେ ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ଭୂତାଣୁ ଶକ୍ତିଶାଳୀ ହୋଇଥିବାର ଅନୁମାନ କରାଯାଉଛି । ହଂକଂର ପପ୍ ଷ୍ଟାର ଇସନ ଚାନ୍ କୋଭିଡରେ ଆକ୍ରାନ୍ତ ହୋଇଥିଲେ । ତେଣୁ ସେ ତାଙ୍କର ତାଇୱାନ କନସର୍ଟ ତାରିଖ ଘୁଞ୍ଚାଇଥିଲେ । ଗତ ୫ ସପ୍ତାହରେ ଚୀନରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇଗୁଣ ହୋଇଯାଇଛି । କୋଭିଡକୁ ନିୟନ୍ତ୍ରଣ ଭିତରେ ରଖିବାକୁ ଚେଷ୍ଟା ଜାରି ରଖିଛି ଚୀନ୍ ।