Advertisment

Heart Attack Cases: ହୃଦଘାତ ଭୟ, ଯାଞ୍ଚ ପାଇଁ ଲମ୍ବା ଲାଇନ...୪୦ ଦିନରେ ୨୩ ମୃତ

ହାର୍ଟକୁ ସୁସ୍ଥ ରଖିବା ପାଇଁ ଜୀବନଶୈଳିରେ ପରିବର୍ତ୍ତନ ନିହାତି ଦରକାର । ନିୟମିତ ଏକ୍ସରସାଇଜ କରିବା ଦରକାର । ସମସ୍ତେ ଯଦି ଜୟଦେବ ହସପିଟାଲ ଆସିବେ ତେବେ ଏଠାରେ ପୂର୍ବରୁ ଥିବା ରୋଗୀଙ୍କୁ ଚିକିତ୍ସା କରିବାରେ ଅସୁବିଧା ହେବ ।

author-image
Manasranjan Mohanty
Heart Attack Cases

Heart Attack Cases

ଗତ କିଛି ବର୍ଷ ହେବ ଦେଶରେ ହୃଦଘାତ ମାମଲା ବଢ଼ିବାରେ ଲାଗିଛି । ଏଭଳି ଭିଡିଓ ସାମନାକୁ ଆସୁଛି ଯେଉଁଥିରେ କହି ଡ୍ୟାନ୍ସ କଲାବେଳେ , କିଏ ଜିମରେ ଏକ୍ସରସାଇଜ କରିବା ବେଳେ ହୃଦଘାତର ଶିକାର ହେଉଛନ୍ତି । ଏହାକୁ ନେଇ ଲୋକମାନେ ଭୟଭୀତ ହୋଇପଡିଛନ୍ତି । ନିଜ ହେଲଥକୁ ନେଇ ଚିନ୍ତାରେ ଅଛନ୍ତି । ଏହାରି ଭିତରେ କର୍ଣ୍ଣାଟକର ମହୀଶୂରରେ ଲୋକଙ୍କ ଭିତରେ ହାର୍ଟ ଆଟାକକୁ ନେଇ ଡରର ମାହୋଲ ରହିଛି ।

Advertisment

ମହୀଶୂରର ଜୟଦେବ ହସପିଟାଲରେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଶହ ଶହ ଲୋକ ହସପିଟାଲ ଆସିଥିଲେ ଚେକଅପ ପାଇଁ । ହସପିଟାଲ ପକ୍ଷରୁ କୁହାଯାଇଛି ପୂରା ରାଜ୍ୟରେ ହୃଦଘାତର ମାମଲା ବଢ଼ିଛି । ଏଥିପାଇଁ ଲୋକମାନେ ଚିନ୍ତାରେ ଅଛନ୍ତି । ଖାସକରି ରାଜ୍ୟର ହାସଲ ଜିଲ୍ଲାରେ ହୃଦଘାତ ମାମଲା ସବୁଠୁ ଅଧିକ ସାମନାକୁ ଆସିଛି ।

ଅଧିକ ପଢନ୍ତୁ: ଦେବଦୂତ ସାଜି ଆସିଲେ ଡାକ୍ତର, ଏବେ ସବୁଠି ପ୍ରଶଂସା...ସୁସ୍ଥ ଅଛନ୍ତି ମାଆ ଓ ନବଜାତ

Advertisment

ଜୟଦେବ ହସପିଟାଲର ଅଧିକ୍ଷକ କହିଛନ୍ତି ମିଡିଆରେ ଖବର ଦେଖି ଲୋକମାନେ ଭୟଭୀତ ହୋଇ ହସପିଟାଲ ଆସୁଛନ୍ତି । ଜୟଦେବ ହସପିଟାଲରେ ଥରେ ଯାଞ୍ଚ କଲେ ସମସ୍ୟାର ସମାଧାନ ହେବନି । ପାଖରେ ଥିବା କୌଣସି ହସପିଟାଲରେ ଲୋକମାନେ ନିଜର ଯାଞ୍ଚ କରିପାରିବେ । କେବଳ ହାର୍ଟର ଚେକଅପ କରିଦେଲେ ଭବିଷ୍ୟତରେ ହେବାକୁ ଥିବା ସମସ୍ୟାର ସମାଧାନ ହେଇଯିବନି ।

ହାର୍ଟକୁ ସୁସ୍ଥ ରଖିବା ପାଇଁ ଜୀବନଶୈଳିରେ ପରିବର୍ତ୍ତନ ନିହାତି ଦରକାର । ନିୟମିତ ଏକ୍ସରସାଇଜ କରିବା ଦରକାର । ସମସ୍ତେ ଯଦି ଜୟଦେବ ହସପିଟାଲ ଆସିବେ ତେବେ ଏଠାରେ ପୂର୍ବରୁ ଥିବା ରୋଗୀଙ୍କୁ ଚିକିତ୍ସା କରିବାରେ ଅସୁବିଧା ହେବ ।

ଜୟଦେବ ହସପିଟାଲର ମହୀଶୂର ଓ ବେଙ୍ଗାଲୁରୁ ଶାଖାରେ ରୋଗୀଙ୍କ ସଂଖ୍ୟା ଜୁନ ମାସରୁ ବଢ଼ିଛି । ହାସନ ଜିଲ୍ଲାରେ ୪୦ ଦିନରେ ହୃଦଘାତରେ ୨୩ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ୬ଜଣଙ୍କ ବୟସ ୧୯ବର୍ଷରୁ ୨୫ବର୍ଷ ଭିତରେ ଥିଲା । ୮ଜଣଙ୍କ ବୟସ ୨୫ରୁ ୪୫ ବର୍ଷ ଭିତରେ ଥିଲା ।

ରାଜ୍ୟରେ ଏଭଳି ସ୍ଥିତି ଦେଖି ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଆଶ୍ବାସନା ଦେଇଛନ୍ତି ରାଜ୍ୟ ସରକାର ଏହି ଘଟଣାକୁ ଗମ୍ଭୀରତାର ସହ ନେଉଛନ୍ତି । ମୁଖ୍ୟମନ୍ତ୍ରୀ ରାଜ୍ୟରେ ହେଉଥିବା ହୃଦଘାତ ଜନିତ ମୃତ୍ୟୁର ଯାଞ୍ଚ ପାଇଁ ଗତ ମାସରେ ଏକ କମିଟି ଗଠନ କରିଥିଲେ । ଏହି କମିଟି ସରକାରଙ୍କୁ ତାର ରିପୋର୍ଟ ଦେଇଛି ।

ଅଧିକ ପଢନ୍ତୁ: ପରିଣତ ବୟସରେ କ୍ୟାନସରକୁ ହରାଇଲେ, ଜୀବନରେ ଆଣିଲେ ଏହି ସବୁ ପରିବର୍ତ୍ତନ

Karnataka Heart Attack
Advertisment
Related Articles
Advertisment