Advertisment

କାର୍ ଭିତରୁ କୋଟିରୁ ଅଧିକ ଟଙ୍କାର ରୁପା, କିଏ କରୁଥିଲା ରାଞ୍ଜିକୁ ଚାଲାଣ ?

ରୁପା ଇଟାର ଆନୁମାନିକ ମୂଲ୍ୟ କୋଟିରୁ ଅଧିକ ଟଙ୍କା ହେବ । ଘଟଣାରେ ୨ ଜଣଙ୍କୁ ଅଟକ ରଖାଯାଇଛି । ସେମାନେ କୌଣସି ବିଲ୍ ଦେଖାଇ ପାରିନାହାନ୍ତି ।

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
excise department

excise department

ସମ୍ବଲପୁରରେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଘଟଣା । ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଗଞ୍ଜେଇ ଗାଡି ଯାଞ୍ଚ ବେଳେ ସ୍କର୍ପିଓ ଗାଡ଼ିରୁ ବାହାରିଲା ୧ କ୍ଵିଣ୍ଟାଲ ୧୦ କେଜି ଓଜନର ରୁପା ବିସ୍କୁଟ ଓ କଏନ । ରୁପା ଇଟାର ଆନୁମାନିକ ମୂଲ୍ୟ କୋଟିରୁ ଅଧିକ ଟଙ୍କା ହେବ । ଘଟଣାରେ ୨ ଜଣଙ୍କୁ ଅଟକ ରଖାଯାଇଛି । ସେମାନେ କୌଣସି ବିଲ୍ ଦେଖାଇ ପାରିନାହାନ୍ତି । ମହାରାଷ୍ଟ୍ରରୁ ରାଞ୍ଚିକୁ ଚାଲାଣ ହେଉଥିଲା ।

Advertisment

ଆଜି ଅବକାରୀ ବିଭାଗ ପକ୍ଷରୁ ସମ୍ବଲପୁର-ଝାରସୁଗୁଡ଼ା ରାସ୍ତାର ରେଙ୍ଗାଲି ନିକଟରେ ଗଞ୍ଜେଇ ଗାଡ଼ି ଯାଞ୍ଚ କରୁଥିବା ବେଳେ ମହାରାଷ୍ଟ୍ର ପଞ୍ଜିକରଣ ନମ୍ବର ଥିବା ଏକ ସ୍କର୍ପିଓ ଗାଡି ଯାଞ୍ଚ୍ ବେଳେ ତା ଭିତରେ ଗୁପ୍ତ ଚ୍ୟାମ୍ବର ରେ ରୂପା ଠାବ କରା ଯାଇଛି । ଜବତ ରୁପା ର ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା ରୁ ଅଧିକ ହେବ ବୋଲି ଅବକାରୀ ବିଭାଗ କହିଛି ।

Sambalpur Excise Department
Advertisment
Advertisment