/odishatv-khabar/media/post_attachments/uploadimage/library/16_9/16_9_0/IMAGE_1752141921.jpg)
Santosh Khatua
ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ଗିରଫଦାରୀ ଦାବି । ବିଜେଡି ନେତ୍ରୀ ଲେଖାଶ୍ରୀଙ୍କୁ ନେଇ ବିବାଦୀୟ ବୟାନ ପ୍ରସଙ୍ଗରେ ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ଗିରଫ ଦାବି କରିଛି ବିଜୁ ମହିଳା ଜନତା ଦଳ । ଏନେଇ ଭୁବନେଶ୍ବର ରାଜମହଲ ଛକରୁ ମାଷ୍ଟର କ୍ୟାଣ୍ଟିନ ଯାଏ ପ୍ରତିବାଦ ରାଲି କରିଛି ବିଜେଡି। ରାଲିରେ ବିଜେଡିର ବହୁ ମହିଳା ନେତ୍ରୀ ଓ ବରିଷ୍ଠ ନେତା ସାମିଲ ହୋଇ ସନ୍ତୋଷ ଖଟୁଆଙ୍କ ବିରୋଧରେ ଗର୍ଜିଥିଲେ ।
ସେପଟେ ବିଜେପି କହିଛି, ପ୍ରସଙ୍ଗରେ ବିଧାୟକ ସନ୍ତୋଷ ଖଟୁଆ ସ୍ପଷ୍ଟୀକରଣ ରଖି ସାରିଛନ୍ତି । ଆମ ସରକାର ସବୁବେଳେ ମହିଳାଙ୍କୁ ସମ୍ମାନ ଦେଇ ଆସିଛନ୍ତି ଆଗକୁ ମଧ୍ୟ ଦେବେ । କିନ୍ତୁ ସନ୍ତୋଷ ଖଟୁଆ ନିଜେ ସ୍ପଷ୍ଟୀକରଣ ରଖି ସାରିବା ପରେ, ତାକୁ ରାଜନୈତିକ ମୁଦା ବନେଇବା ଠିକ ନୁହେଁ। ବିରୋଧୀ ଦଳ ଭାବେ ବିଜେଡି ନିଜ ଅସ୍ତିତ୍ବ ବଞ୍ଚେଇବାକୁ ଆନ୍ଦୋଳନ କରୁଛି ବୋଲି କହିଛନ୍ତି ବିଧାୟିକା ସୀମାରାଣୀ ନାୟକ ।
ଗତ ଦୁଇ ତାରିଖରେ ଶଙ୍ଖଭବନରେ ପ୍ରେସମିଟ୍ କରିଥିଲେ ଲେଖାଶ୍ରୀ । ଜୁନ୍ ୧୫ରେ ନୀଳଗିରି ବ୍ଲକ୍ ତେଲିପଡ଼ାରେ ଏକ ଦନ୍ତାହାତୀ ଶିକାର ଓ ଦାନ୍ତ ଲୁଟ୍ ଅଭିଯୋଗରେ ୫ ଜଣ ଗିରଫ ହୋଇଥିବା ବେଳେ, ଏଥିରେ ନୀଳଗିରି ବିଧାୟକ ସନ୍ତୋଷଙ୍କ ସିଧାସଳଖ ସଂପୃକ୍ତି ଅଭିଯୋଗ କରିଥିଲେ ଲେଖାଶ୍ରୀ । ଶାସକ ଦଳର ବିଧାୟକ ବୋଲି ତାଙ୍କ ବିରୋଧରେ ଆକ୍ସନ ହେଉନଥିବା ଅଭିଯୋଗ କରିଥିଲେ । ହେଲେ ଏତିକିରେ ଥମି ନଥିଲେ ଲେଖାଶ୍ରୀ । ଜମି ଜବରଦଖଲ ଆଦି ଅଭିଯୋଗ ଆଣି, ବିଧାୟକଙ୍କର ଛୋଟ ଚୋରରୁ ବଡ଼ ଚୋର ବନିବା ଇତିହାସ ଅଛି ବୋଲି କହିଥିଲେ।
ଅନ୍ୟପଟେ ସନ୍ତୋଷ ଖଟୁଆ ତ ଏନେଇ ଖାଲି ପ୍ରତିକ୍ରିୟା ଦେଲେନି ବରଂ ଜଣେ ବିଧାୟକର ମର୍ଯ୍ୟାଦା, ସଂଯମତା ଓ ସମ୍ବେଦନଶୀଳତାକୁ ଭୁଲି, ଅଶାଳୀନତାର ଯେମିତି ସବୁ ସୀମା ଟପିଗଲେ ।
ବିଧାୟକଙ୍କ ଏଭଳି ଅଭାଷା ସମ୍ବଳିତ ଭିଡିଓ ବାଇଟକୁ ସୋସିଆଲ ମିଡିଆରେ ପୋଷ୍ଟ୍ କରିବା ସହ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟ୍ୟାଗ୍ କରିଥିଲେ ଲେଖାଶ୍ରୀ । ସନ୍ତୋଷଙ୍କୁ ମହିଳା ବିରୋଧୀ ବୋଲି ଦର୍ଶାଇବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ରଖିଛନ୍ତି । ଆଉ ଏହି ଘଟଣାକୁ ନେଇ ରାଜ୍ୟ ରାଜନୀତି ଖୁବ୍ ସରଗରମ ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)