• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ପକେଟ ଛୁରୀ, ହେୟାର କ୍ଲିପ ଓ ଧୋତି । ଏତିକି ଜିନିଷର ସାହାଯ୍ୟରେ ଡେଲିଭରି କଲେ ଡାକ୍ତର । ଉତ୍ତରପ୍ରଦେଶ ଝାନସୀ ଜିଲ୍ଲାରେ ରେଳ ଷ୍ଟେସନରେ ଜଣେ ଗର୍ଭବତୀଙ୍କ ଡେଲିଭରି କରି ଚର୍ଚ୍ଚାରେ ଆର୍ମୀ ଡାକ୍ତର । ଝାନସୀର ଆର୍ମୀ ହସପିଟାଲର ଡାକ୍ତର ମେଜର ରୋହିତ ବଚ‍ୱାଲାଙ୍କ ପ୍ରଶଂସା ଏବେ ସବୁଆଡେ । ତାଙ୍କରି ସାହାଯ୍ୟ ଯୋଗୁଁ ଏହି ଡେଲିଭରି ସମ୍ଭବ ହୋଇଛି । ସେ ବହୁତ କମ ଜିନିଷରେ ମହିଳାଙ୍କ ଡେଲିଭରି କରାଇଥିଲେ । ଡେଲିଭରି ସମୟରେ ମହିଳାଙ୍କ ସୁରକ୍ଷା ଓ ପ୍ରାଇଭେସି ପାଇଁ ପୁରା ବନ୍ଦୋବସ୍ତ କରାଯାଇଥିଲା । ଏଥିରେ ସାହାଯ୍ୟ କରିଥିଲେ ରେଳ ବିଭାଗର ମହିଳା କର୍ମଚାରୀ ଓ ଷ୍ଟାଫ୍ । ଏବେ ମାଆ ଓ ନବଜାତ ଶିଶୁ ସୁସ୍ଥ ଅଛନ୍ତି ।

୩୧ ବର୍ଷିୟ ମେଜର ରୋହିତ ବଚ‍ୱାଲା ଝାନସୀ ଆର୍ମୀ ହସପିଟାଲରେ ଚାକିରି କରିଛନ୍ତି । ୫ ଜୁଲାଇରେ ସେ ନିଜ ପରିବାର ଲୋକଙ୍କୁ ଭେଟିବା ପାଇଁ ହାଇଦ୍ରାବାଦ ଯାଉଥିଲେ । ସେଥିପାଇଁ ସେ ଲକ୍ଷ୍ମୀବାଈ ଝାନସୀ ରେଳ ଷ୍ଟେସନରେ ନିଜ ଟ୍ରେନକୁ ଅପେକ୍ଷା କରିଥିଲେ ।

ହଠାତ ସେ ଦେଖିଥିଲେ ମହିଳା ଟିଟିଇ ଜଣେ ଗର୍ଭବତୀ ମହିଳାଙ୍କୁ ହ୍ବିଲଚେୟାରରେ ନେଇକି ଯାଉଥିଲେ । ଯେତେବେଳେ ଫୁଟ ଓଭର ବ୍ରିଜ୍ ଲିପ୍ଟରୁ ବାହାରକୁ ଅଣାଗଲା ଗର୍ଭବତୀ ମହିଳା ଜଣକ ଜୋରରେ ଚିତ୍କାର କରିଥିଲେ । ସାଙ୍ଗେ ସାଙ୍ଗେ ରୋହିତ ଦୌଡିକି ଯାଇଥିଲେ ଓ ତାଙ୍କ ପାଖରେ ଯାହା ଥିଲା ସେଥିରେ ମହିଳାଙ୍କ ଡେଲିଭରି କରାଇଥିଲେ ।

ଡେଲିଭରି ପରେ ମହିଳା ଟିଟିଇ ମେଜର ରୋହିତ ବଚ‍ୱାଲାଙ୍କୁ ଧନ୍ୟବାଦ ଜଣାଇଥିଲେ । ସେ କହିଥିଲେ ରୋହିତ ଆବଶ୍ୟକ ସମୟରେ ଦେବଦୂତ ସାଜି ଆସିଥିଲେ ।

ଗର୍ଭବତୀ ମହିଳା ଜଣଙ୍କ ନିଜ ପରିବାର ଲୋକଙ୍କ ସହ ବାରାବଙ୍କି ଯାଉଥିଲେ । ଯନ୍ତ୍ରଣା ହେବାରୁ ତାଙ୍କ ସ୍ବାମୀ ରେଳ ବିଭାଗକୁ ସହାୟତା ମାଗିଥିଲେ । ସେଥିପାଇଁ ମହିଳାଙ୍କ ସହ ତାଙ୍କ ପରିବାରକୁ ଝାନସୀ ରେଳ ଷ୍ଟେସନରେ ଓହ୍ଲାଇ ଦିଆଯାଇଥିଲା । ମହିଳାଙ୍କ ସାହାଯ୍ୟ ପାଇଁ ଝାନସୀ କଣ୍ଟ୍ରୋଲ ରୁମକୁ ଜଣାଯାଇଥିଲା । ଗୋଟିଏ ଟିମ ଏଥିପାଇଁ ପ୍ରସ୍ତୁତ କରାଯାଇଥିଲା । ଟ୍ରେନ ଝାନସୀ ଷ୍ଟେସନ ପହଞ୍ଚିଲା ପରେ ମେଡିକାଲ ଟିମ ଓ ରେଳ ଟିକେଟ ଚେକିଂ ଷ୍ଟାଫ ମହିଳାଙ୍କ ସହାୟତା କରିଥିଲେ ।

ମହିଳାଙ୍କ ସ୍ବାମୀ ଡାକ୍ତର ଓ ମହିଳା ଟିଟିଇଙ୍କ ଖୁବ ପ୍ରଶଂସା କରିଛନ୍ତି । ମହିଳା ଟିଟିଇ ହସପିଟାଲ ବି ଯାଇଥିଲେ । ସ୍ବାମୀ ଓ ସ୍ତ୍ରୀଙ୍କ ପାଇଁ ଖାଇବା ସହ ନବଜାତ ଶିଶୁ ପାଇଁ ଡ୍ରେସ ନେଇଥିଲେ ।

ଅଧିକ ପଢନ୍ତୁ: ପରିଣତ ବୟସରେ କ୍ୟାନସରକୁ ହରାଇଲେ, ଜୀବନରେ ଆଣିଲେ ଏହି ସବୁ ପରିବର୍ତ୍ତନ