Advertisment

Shocking Bridge Tragedy: ମନ୍ଦିରରେ ପହଞ୍ଚିବା ପୂର୍ବରୁ ନେଇଗଲା ଯମ, ପରିବାରର ଜଣେ ମହିଳା ସୌଭାଗ୍ୟକ୍ରମେ ବଞ୍ଚିଗଲେ

ସେ ନଦୀରେ ବୁଡୁଥିବା ଗାଡ଼ିକୁ ଧରି ରହିଯାଇଥିଲେ । ସେ ପ୍ରାୟ ଏକ ଘଣ୍ଟା ଧରି ଚିତ୍କାର କରି ତାଙ୍କ ପରିବାରଙ୍କୁ ବଞ୍ଚାଇବା ପାଇଁ ସାହାଯ୍ୟ ମାଗିଥିଲେ । କିନ୍ତୁ କାର ଲକ୍ ହୋଇଯାଇଥିବାରୁ ତାଙ୍କ ସ୍ୱାମୀ ରମେଶ ପଢ଼ିୟାର, ଝିଅ ବେଦିକା,ପୁଅ ନୈତିକ ଏବଂ ଅନ୍ୟ ପରିବାର ସଦସ୍ୟମାନେ ନଦୀରେ ବୁଡି ମୃତ୍ୟୁବରଣ କରିଥିଲେ।

author-image
Tapan Kumar Swain
Gambhira Tragedy

Gambhira Tragedy

ଠାକୁରଙ୍କ ପାଖରେ ମାନସିକ କରିଥିଲେ । ମାନସିକ ପୂରଣ ହେଲା । ତେଣୁ ସପରିବାରେ ଯାଉଥିଲେ ମନ୍ଦିରକୁ । କିନ୍ତୁ ମନ୍ଦିରରେ ପହଞ୍ଚିବା ପୂର୍ବରୁ ଘଟିଗଲା ଅଘଟଣ । ସୋନାଲବେନ ପଢ଼ିୟାର ନାମ୍ନୀ ଜଣେ ମହିଳା କେବଳ ବଞ୍ଚିଯାଇଛନ୍ତି । କିନ୍ତୁ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନେ ଆରପାରିକୁ ଚାଲିଯାଇଛନ୍ତି । ଏହି ଦୁର୍ଘଟଣାରେ ତାଙ୍କ ସ୍ୱାମୀ, ୪ ବର୍ଷର ଝିଅ ଓ ଦୁଇ ବର୍ଷର ପୁଅର ମଧ୍ୟ ମୃତ୍ୟୁ ଘଟିଛି ।

Advertisment

ଗୁଜରାଟର ଭଦୋଦରା ଜିଲ୍ଲାରେ ଥିବା ଗମ୍ଭୀରା ବ୍ରିଜ ଭୁଶୁଡ଼ିବା ଘଟଣାରେ ଏହି ମହିଳା ସୋନାଲବେନ ପଢ଼ିୟାର ସୌଭାଗ୍ୟକ୍ରମେ ବଞ୍ଚିଯାଇଛନ୍ତି। ଏହି ଘଟଣା ଗତକାଲି ଅର୍ଥାତ ଜୁଲାଇ ୯ ତାରିଖ ସକାଳ ପ୍ରାୟ ୭:୩୦ ରେ ଘଟିଥିଲା । ମହିସାଗର ନଦୀ ଉପରେ ଥିବା ବ୍ରିଜର ଏକ ଅଂଶ ହଠାତ୍ ଭୁଶୁଡ଼ି ପଡ଼ିଥିଲା। ଆଗରେ ଯାଉଥିବା ଏକ କାର୍ ପ୍ରଥମେ ନଦୀ ଭିତରକୁ ଖସିପଡିଥିଲା । ପରେ ପରେ ସୋନାଲବେନଙ୍କ ଭ୍ୟାନ ଯାଇ ପାଣିରେ ପଡିଥିଲା । ଭଦୋଦରା ପାଢ଼ରା ଅଞ୍ଚଳର ମୁଜପୁର ଗାଁର ବାସିନ୍ଦା ହେଉଛନ୍ତି ସୋନାଲବେନ । ସେ ତାଙ୍କ ପରିବାରର ୮ ଜଣ ସଦସ୍ୟଙ୍କ ସହ ଏକ ଇକୋ କାରରେ ଗୁରୁ ପୂର୍ଣ୍ଣିମା ଉପଲକ୍ଷେ ଭାବନଗରର ବାଗଦାନା ବପା ସୀତାରାମ ମନ୍ଦିରକୁ ଯାତ୍ରା କରୁଥିଲେ।

ସୋନାଲବେନ୍ କହିଛନ୍ତି, ସେ କାରର ପଛ ସିଟରେ ବସିଥିଲେ। ବ୍ରିଜ ଦେଇ ଯାଉଥିବା ସମୟରେ ହଠାତ୍ ଏକ ସ୍ଲାବ ଭାଙ୍ଗି ପଡ଼ିଲା, ଯାହାଫଳରେ ତାଙ୍କ କାର ସମେତ ଅନ୍ୟ କିଛି ଗାଡ଼ି ମହିସାଗର ନଦୀରେ ଖସି ପଡ଼ିଥିଲା। ସୋନାଲବେନ କାଚ ଭାଙ୍ଗି କୌଣସି ପ୍ରକାରେ କାରରୁ ବାହାରି ଆସିଥିଲେ ଏବଂ ନଦୀରେ ବୁଡୁଥିବା ଗାଡ଼ିକୁ ଧରି ରହିଯାଇଥିଲେ । ସେ ପ୍ରାୟ ଏକ ଘଣ୍ଟା ଧରି ଚିତ୍କାର କରି ତାଙ୍କ ପରିବାରଙ୍କୁ ବଞ୍ଚାଇବା ପାଇଁ ସାହାଯ୍ୟ ମାଗିଥିଲେ । କିନ୍ତୁ କାର ଲକ୍ ହୋଇଯାଇଥିବାରୁ ତାଙ୍କ ସ୍ୱାମୀ ରମେଶ ପଢ଼ିୟାର, ଝିଅ ବେଦିକା,ପୁଅ ନୈତିକ ଏବଂ ଅନ୍ୟ ପରିବାର ସଦସ୍ୟମାନେ ନଦୀରେ ବୁଡି ମୃତ୍ୟୁବରଣ କରିଥିଲେ।

Advertisment

ଏହି ବ୍ରିଜ ୧୯୮୫ରେ ନିର୍ମିତ ହୋଇଛି । ଭଦୋଦରା ଓ ଆନନ୍ଦକୁ ସଂଯୋଗ କରୁଥିଲା ଏହି ବ୍ରିଜ୍। ଘଟଣା ସମୟରେ ଦୁଇଟି ଟ୍ରକ, ଦୁଇଟି ପିକଅପ ଭ୍ୟାନ, ଏକ ଅଟୋରିକ୍ସା ଏବଂ ଏକ ଦୁଇ ଚକିଆ ଗାଡ଼ି ନଦୀରେ ଖସି ପଡ଼ିଥିଲା। ମୋଟ ୧୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ସ୍ଥାନୀୟ ମତ୍ସ୍ୟଜୀବୀ ଓ ପୁଲିସ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ।

ଉଦ୍ଧାର ପରେ ସୋନାଲବେନଙ୍କୁ ଭଦୋଦରାର ଏସଏସଜି ହସ୍ପିଟାଲକୁ ନିଆଯାଇଥିଲା । ସେ ମାନସିକ ଭାବେ ବିଚଳିତ ଅଛନ୍ତି । ସେ ଗଣମାଧ୍ୟମକୁ କହିଛନ୍ତି, “ଆମେ ଗୁରୁ ପୂର୍ଣ୍ଣିମା ପାଇଁ ବାଗଦାନାକୁ ଯାଉଥିଲୁ। ସକାଳ ୬:୩୦ରେ ବାହାରିଥିଲୁ ଏବଂ ୭ଟା ବେଳେ ବ୍ରିଜ ଉପରେ ପହଞ୍ଚିଥିଲୁ। ହଠାତ୍ ବ୍ରିଜ ଭାଙ୍ଗି ପଡ଼ିଲା, ଆମ ଗାଡ଼ି ନଦୀରେ ଖସି ପଡ଼ିଲା। ମୁଁ କାଚ ଭାଙ୍ଗି ବାହାରିଲି, କିନ୍ତୁ ମୋ ପରିବାରକୁ ବଞ୍ଚାଇ ପାରିଲି ନାହିଁ।”

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଓ ଆହତମାନଙ୍କୁ ୫୦,୦୦୦ ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଓ ଆହତମାନଙ୍କୁ ୫୦,୦୦୦ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି। ଏହା ସହ ଘଟଣାର ତଦନ୍ତ ପାଇଁ ଏକ ଟେକ୍ନିକାଲ କମିଟି ଗଠନ କରାଯାଇଛି।ଏହି ଘଟଣା ସାମାଜିକ ମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଛି । ସୋନାଲବେନଙ୍କ ହୃଦୟ ବିଦାରକ ଚିତ୍କାର ସମ୍ପର୍କିତ ଭିଡ଼ିଓ ଭାଇରାଲ ହେଉଛି।

ଅଧିକ ପଢ଼ନ୍ତୁ: ପ୍ରିନସିପାଲଙ୍କୁ ଛୁରୀ ଭୁସି ହତ୍ୟା କଲେ ନାବାଳକ ଛାତ୍ର, କହିଥିଲେ ଚୁଟି କାଟି ଆସିବାକୁ 

Accident Gujrat
Advertisment
Advertisment