• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ତାମିଲନାଡୁର ବିରୁଧୁନଗର ଜିଲ୍ଲାରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ଏକ ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ହେବା ଫଳରେ ଅନେକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଆଜି ସକାଳେ ଏହି ବିସ୍ଫୋରଣ ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଚାରିଆଡେ ଧୂଆଁ ବାହାରୁଥିବାର ଦେଖାଦେଇଛି । ଆକାଶ ଧୂଆଁରେ ଆଚ୍ଛାଦିତ ହୋଇ ଯାଇଥିବା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ଭିଡିଓରେ ଦେଖାଯାଇଛି । ଏପର୍ଯ୍ୟନ୍ତ ମୃତାହତଙ୍କ ସଂଖ୍ୟା ଜଣା ପଡିନାହିଁ । 

ତେବେ ଏହା ପୂର୍ବରୁ ମଧ୍ୟ ବିରୁଧୁନଗରରେ ସମାନ ଘଟଣା ଘଟିଥିଲା । ଗତ ଜୁଲାଇ ୧ରେ ଚିନାକମପଟିରେ ଥିବା ଆଉ ଏକ ବାଣ କାରଖାନାରେ ବିସ୍ଫୋରଣ ଘଟି ଆଠ ଜଣ ଶ୍ରମିକଙ୍କର ଜୀବନ ହାନୀ ହୋଇଥିବା ବେଳେ ୫ ଜଣ ଆହତ ହୋଇଥିଲେ । ଶିବାକଶି ସତ୍ତୁର ରାସ୍ତାରେ ଥିବା ଗୋକୁଲ୍ସ ବାଣ କାରଖାନାରେ ଏହି ଅଘଟଣ ଘଟିଥିଲା । ଅଘଟଣ ସମୟରେ କାରଖାନାରେ ପ୍ରାୟ ୫୦ ଜଣ ଶ୍ରମିକ କାମ କରୁଥିଲେ । 

ଏହି ଦୁର୍ଘଟଣାରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ ଗଭୀର ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ସହାୟତା ରାଶି ପ୍ରଦାନ କରିବା ସହ ଗୁରୁତରଙ୍କୁ ୧ ଲକ୍ଷ ଟଙ୍କା ଓ ସାମାନ୍ୟ ଆହତଙ୍କୁ ୫୦ ହଜାର ଟଙ୍କାର ଅନୁକମ୍ପାମୂଳକ ରାଶି ପ୍ରଦାନ କରିଥିଲେ । 

ସୂଚନାଯୋଗ୍ୟ, ୨୦୨୫ ପ୍ରଥମାର୍ଦ୍ଧରେ ତାମିଲନାଡୁର ବିରୁଧୁନଗର ଜିଲ୍ଲାରେ ୮ଟି ବାଣ ସମ୍ବନ୍ଧୀୟ ଦୁର୍ଘଟଣାରେ ୨୬ ଜଣଙ୍କ ଜୀବନ ଯିବା ସହ ୨୦ ଜଣ ଆହତ ହୋଇଥିଲେ । ସେହିପରି ୨୦୨୪ରେ ମଧ୍ୟ ଅନେକ ଲୋକଙ୍କ ବାଣ ସମ୍ବନ୍ଧୀୟ ଦୁର୍ଘଟଣାରେ ଅନେକ ଲୋକଙ୍କ ପ୍ରାଣହାନୀ ହୋଇଥିଲା । ତାମିଲନାଡୁରେ ଅନେକ ସମୟରେ ବାଣ ସମ୍ବନ୍ଧୀୟ ଦୁର୍ଘଟଣା ଘଟୁଛି ।

ଅଧିକ ପଢ଼ନ୍ତୁ: ବିବାହ ଶୋଭାଯାତ୍ରା ବେଳେ ବିଦ୍ୟୁତ୍ ଝଟକା; ଡିଜେ ମେସିନରୁ ବିଦ୍ୟୁତ୍ ଆଘାତ ଲାଗି ଜଣେ ମୃତ...