/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751798777.jpg)
Late Night Snacks
ପ୍ରାୟ ଲୋକଙ୍କୁ ରାତ୍ରି ଭୋଜନ କରିବା ପରେ ବି ଅଧରାତିରେ ଭୋକ ଲାଗିଥାଏ । କିଛି ବି ନଖାଇଲା ପର୍ଯ୍ୟନ୍ତ ନିଦ ଠିକରେ ହୋଇନଥାଏ। ଏମିତିରେ ଲୋକ କିଛି ବି ରାତିରେ ଖାଇଦିଅନ୍ତି । ଏଥିରେ ଭୋକ ମେଣ୍ଟିଯାଉଥିବ । କିନ୍ତୁ ଏହା ସ୍ବାସ୍ଥ୍ୟ ପାଇଁ ଖୁବ କ୍ଷତିକାରକ । ଏହା ଆପଣଙ୍କ ବ୍ଲଡ୍ ସୁଗର ବଢ଼େଇ ଦେଇଥାଏ । ଏହି ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ରାତିରେ ଶୋଇବା ପୂର୍ବରୁ କିଛି ହାଲକାପୁଲକା ଖାଦ୍ୟ ଖାଆନ୍ତୁ । ଯାହା ଦ୍ବାରା ଆପଣଙ୍କ ବ୍ଲଡ୍ ସୁଗର ବି ନିୟନ୍ତ୍ରଣରେ ରହିବ । ଏମିତି ବହୁତ ଗୁଡିଏ ସ୍ବାଦିଷ୍ଟ୍ ସ୍ନାକ୍ସ ଅଛି ଯାହା ଆପଣଙ୍କ ଶରୀରର କ୍ଷତି ନପହଞ୍ଚାଇ ଭୋକ ମେଣ୍ଟାଇବ ।
ଚିୟା ପୁଡିଂ
ଚିୟା ସିଡ୍ସକୁ କ୍ଷୀରରେ ଗୋଳାଇ ସେଥିରେ ଟିକିଏ ଡାଲଚିନି ପକାନ୍ତୁ । ଚିନି ମିଶାଇବେ ନାହିଁ । ଏହାକୁ ରାତି ସାରା ଫ୍ରିଜ୍ ରେ ରଖିବେ । ଏଥିରେ ଫାଇବର ଓ ଗୁଡ୍ସ ଫ୍ୟାଟ୍ ଥାଏ । ଯାହା ଆପଣଙ୍କ ବ୍ଲଡ୍ ସୁଗର ନିୟନ୍ତ୍ରଣରେ ରଖିବା ସହ ଶୋଇବା ସମୟରେ ପେଟ ଭର୍ତ୍ତି ରଖିଥାଏ ।
ଅଧିକ ପଢନ୍ତୁ: ଖାଇବା ହଜମ ହେଉନି କି ? ଚିନ୍ତା ଛାଡ଼ନ୍ତୁ , ଖାଆନ୍ତୁ ଏହି ଖାଦ୍ୟ
ପନିର
ଶୋଇବା ପୂବର୍ରୁ କିଛି ପନିର ଖଣ୍ଡ ଖାଆନ୍ତୁ । ଏଥିରେ ବହୁ ପରିମାଣର ପ୍ରୋଟିନ ରହିଥାଏ । ଫଳରେ ରାତିରେ ଶୋଇଲା ବେଳେ ଆଉ ଭୋକ ଲାଗିବନି ।
ବାଦାମ
ରାତିରେ ଶୋଇବା ପୂବର୍ରୁ ଟିକେ ବାଦାମ ଖାଇବା ଦେହ ପାଇଁ ଭଲ । ବାଦାମରେ ହେଲଦି ଫ୍ୟାଟ୍ସ , ଫାଇବର ଓ ମ୍ୟାଗ୍ନେସିୟମ ଭରପୁର ମାତ୍ରାରେ ଥାଏ । ଫଳରେ ଆପଣଙ୍କୁ ଭଲ ନିଦ ହୋଇଥାଏ । ସୁଗର ବି ନିୟନ୍ତ୍ରଣରେ ରହିଥାଏ ।
ପ୍ଲେନ ଗ୍ରୀକ୍ ୟୋଗର୍ଟ
ଏଥିରେ ପ୍ରୋଟିନ ପ୍ରଚୁର ପରିମାଣରେ ଥାଏ । ଏହାକୁ ଖାଇବା ଦ୍ବାରା ଭୋକ ଲାଗିବନି । ବ୍ଲଡ୍ ସୁଗର ବି ଶୀଘ୍ର ବଢ଼ିନଥାଏ
ସିଝା ଅଣ୍ଡା
ଶୋଇବା ପୂର୍ବରୁ ସିଝା ଅଣ୍ଡା ଖାଇଲେ ନିଦ ଭଲ ହୁଏ । କାରଣ ଏହା ମେଲାଟୋନିନ ହରମୋନ ତିଆରି କରେ । ମେଲାଟୋନିନ ହରମୋନ ନିଦ ଭଲ ହେବାରେ ସାହାଯ୍ୟ କରେ ।
ମୁଗ ଡାଲିର ସୁପ୍
ଏହା ବହୁତ ହାଲକା । ଖାଇଲା ପରେ ଶୀଘ୍ର ହଜମ ବି ହୋଇଥାଏ । ଏହା ଶରୀରକୁ ଧିରେ ଧିରେ ଶକ୍ତି ଯୋଗାଇଥାଏ । ଫଳରେ ବ୍ଲଡ୍ ସୁଗର ନିୟନ୍ତ୍ରଣରେ ରହେ ।
ଅଧିକ ପଢନ୍ତୁ: କାମରେ ଧ୍ୟାନ କେନ୍ଦ୍ରୀଭୂତ ହେଉନାହିଁ ? ବାରମ୍ବାର ଭୁଲି ଯାଉଛନ୍ତି କି ? କ’ଣ ରହିଛି ଏହା ପଛର କାରଣ ଜାଣନ୍ତୁ
Man burnt bodies of rape victims: ବର୍ଷ ବର୍ଷ ଧରି ପୋଡୁଥିଲେ ଦୁଷ୍କର୍ମ ପୀଡିତାଙ୍କ ମୃତଦେହ, କାରଣ...
Bollywood Celebs: ଏହି ମୁସଲିମ ଅଭିନେତ୍ରୀଙ୍କୁ ହନୁମାନ ଚାଳିଶା ଶୁଣିଲେ ଶାନ୍ତି ମିଳେ, ବର୍ଷକୁ ୨ ଥର ରଖନ୍ତି ବ୍ରତ...

Donkey Route: ଆମେରିକା ଯାଇ ମାନବଚାଲାଣକାରୀଙ୍କ ହାବୁଡରେ ପଡିଲେ ଯୁବକ, ଜଙ୍ଗଲରେ ଥାର୍ଡ ଡିଗ୍ରୀ ନିର୍ଯାତନାର ଶିକାର

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)