Advertisment

108 Ambulance Service in Shambles: କେବେ କୋମାରୁ ଫେରିବ ୧୦୮ ଆମ୍ବୁଲାନ୍ସ ସେବା ? ମରାମତି ଅଭାବରୁ ଅଚଳ ଲାଇଫ୍ ସେଭିଂ ବ୍ୟବସ୍ଥା...

ବାହାରେ ୪୦ ଡିଗ୍ରୀ ଖରା, ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। ଭିତରେ ବାତାନୁକୁଳିତ ପରିବେଶ ବଦଳରେ ଅସହ୍ୟ ଗରମ ଓ ଗୁଳୁଗୁଳି। ତାରି ଭିତରେ ଛଟପଟ, ଜୀବନ ପାଇଁ ସଂଘର୍ଷ କରୁଥିବା ଗୁରୁତର ରୋଗୀ। ମାସ ମାସ ଧରି ରାଜ୍ୟରେ ୧୦୮ ଆମ୍ବୁଲାନ୍ସରରେ ଲାଗି ରହିଛି ଅଚଳାବସ୍ଥା।

author-image
Sujit kumar Swain
undefined

108 Ambulance Service

ଆଉ କେତେ ଦିନ ପରେ କୋମାରୁ ଫେରିବ ୧୦୮ ଆମ୍ବୁଲାନ୍ସ ସେବା ? ରୋଗୀଙ୍କ ଲାଇଫ୍ ଲାଇନ୍ ପାଲଟିଥିବା ୧୦୮ ଆମ୍ବୁଲାନ୍ସରେ ଏବେ ମିଳିପାରୁନି ସାଧାରଣ ସୁବିଧା। ଆମ୍ବୁଲାନ୍ସରେ ମାସ ମାସ ଧରି ଏସି କାମ କରୁନି ତ ଆଉ କେଉଁଠି ଫ୍ୟାନ୍ ଚାଲୁନି। ଆଉ କେଉଁଠି ଜୀବନ ରକ୍ଷାକାରୀ ଅତ୍ୟାଧୁନିକ ବ୍ୟବସ୍ଥା କାମ କରୁନି ତ କେଉଁଠି ମରାମତି ଅଭାବରୁ ଅଧାବାଟରେ ଅଟକି ଯାଉଛି ରୋଗୀବୁହା ଗାଡ଼ି। ଏସବୁ ଭିତରେ ରାଜଧାନୀରୁ ଉପାନ୍ତ ଇଲାକା ଯାଏଁ ଆମ୍ବୁଲାନ୍ସ ଅବ୍ୟବସ୍ଥାର ଅସଂଖ୍ୟ ଚିତ୍ର ସାମ୍ନାକୁ ଆସୁଛି। ଯାହାକୁ ନେଇ ବଢ଼ୁଛି ଜନ ଅସନ୍ତୋଷ। 

Advertisment

ବାହାରେ ୪୦ ଡିଗ୍ରୀ ଖରା, ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। ଭିତରେ ବାତାନୁକୁଳିତ ପରିବେଶ ବଦଳରେ ଅସହ୍ୟ ଗରମ ଓ ଗୁଳୁଗୁଳି। ତାରି ଭିତରେ ଛଟପଟ, ଜୀବନ ପାଇଁ ସଂଘର୍ଷ କରୁଥିବା ଗୁରୁତର ରୋଗୀ। ମାସ ମାସ ଧରି ରାଜ୍ୟରେ ୧୦୮ ଆମ୍ବୁଲାନ୍ସରରେ ଲାଗି ରହିଛି ଅଚଳାବସ୍ଥା। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରେ ସାଧାରଣ ଗରିବ ରୋଗୀଙ୍କୁ ମାଗଣାରେ ସେବା ଯୋଗାଇଦେବାକୁ ଚିତ୍ରକୋଣ୍ଡା ଉପଖଣ୍ଡ ମେଡିକାଲରେ ରହିଛି ୨ଟି ୧୦୮ ଆମ୍ବୁଲାନ୍ସ। ହେଲେ ଆମ୍ବୁଲାନ୍ସର ଅବସ୍ଥା ଯାହା, ସେଥିରେ ମେଡିକାଲ ଯିବାକୁ ମଙ୍ଗୁ ନାହାନ୍ତି ରୋଗୀଙ୍କ ସମ୍ପର୍କୀୟ। କାରଣ ଆମ୍ବୁଲାନ୍ସର ନିବୁଜ କୋଠରୀ ଭିତରେ ରୋଗୀଙ୍କ ପାଇଁ କାମ ଦେଉନି କୌଣସି ଗୋଟିଏ ବି ସୁବିଧା। ଏସି ଅଚଳ, ବୁଲୁନି ଫ୍ୟାନ୍। ତେଣୁ ଗାମୁଛାରେ ବିଞ୍ଚିବାକୁ ବାଧ୍ୟ ହେଉଛନ୍ତି ରୋଗୀଙ୍କ ସମ୍ପର୍କୀୟ। ସେହିଭଳି ମରାମତି ଓ ରକ୍ଷଣାବକ୍ଷଣ ଅଭାବରୁ ଆମ୍ବୁଲାନ୍ସରେ ଉପଲବ୍ଧ ଥିବା ଅତ୍ୟାଧୁନିକ ଜୀବନ ରକ୍ଷାକାରୀ ସାଜ ସଂରଞ୍ଜାମ ବି ବହୁ ଦିନରୁ ଅକାମୀ। ତେଣୁ ଏ ସେବା କାହିଁକି ଓ କାହା ପାଇଁ, ତାକୁ ନେଇ ଉଠିଛି ପ୍ରଶ୍ନ...

ଅଧିକ ପଢ଼ନ୍ତୁ: ଆପଣଙ୍କ ତଳିପାଦ ଯନ୍ତ୍ରଣା ହେଉଛି କି… କରନ୍ତୁ ଏହି ଯୋଗ, ମିଳିବ ଆରାମ

Advertisment

ଏପଟେ ମୟୂରଭଞ୍ଜ ରାଇରଙ୍ଗପୁରର ୭ଟି ବ୍ଲକରେ ଥିବା ସମସ୍ତ ଆମ୍ବୁଲାନ୍ସର ସ୍ଥିତି ଯେମିତି ସଂପୂର୍ଣ୍ଣ ବିପନ୍ନ। କାହାର ଏସି ଚାଲୁନି, କାହାର ଫ୍ୟାନ ବୁଲୁନି ତ ଆଉ କାହାର ଜଳୁନି ଲାଇଟ୍। ଏମିତିକି କିଛି ଆମ୍ବୁଲାନ୍ସର ଟାୟାରର ଅବସ୍ଥା ଯାହା, ତାହା ରୋଗୀଙ୍କୁ ବଡ଼ ଚିକିତ୍ସାଳୟରେ ପହଞ୍ଚାଇବା ବଦଳରେ ଯମାଳୟରେ ଯେ ପହଞ୍ଚାଇ ନଦେବ, ସେ କଥା ବି କହିବା ମୁସ୍କିଲ। ଖାଲି ସେତିକି ନୁହେଁ, ଅଧିକାଂଶ ଆମ୍ବୁଲାନ୍ସର ଯାନ୍ତ୍ରିକ ତ୍ରୁଟି ପାଇଁ ଅନେକ ସମୟରେ ଗୁରୁତର ରୋଗୀଙ୍କୁ ମେଡିକାଲ ନେବା ବେଳେ ଅଧା ରାସ୍ତାରେ ଅଟକି ଯାଉଥିବାରୁ ସୃଷ୍ଟି ହେଉଛି ଜୀବନ ମରଣ ସମସ୍ୟା। ଏପଟେ ଆମ୍ବୁଲାନ୍ସ କର୍ମଚାରୀଙ୍କ କହିବା କଥା, ବାରମ୍ବାର ଅଭିଯୋଗ ପରେ ବି ଶୁଣୁ ନାହାନ୍ତି ଉଚ୍ଚ କର୍ତ୍ତୃପକ୍ଷ। ଆଉ ଏପଟେ ଅବ୍ୟବସ୍ଥାରୁ ଅସନ୍ତୋଷ ଝାଡୁଛନ୍ତି ରୋଗୀଙ୍କ ସମ୍ପର୍କୀୟ।

ତେବେ ଖାଲି ମୟୂରଭଞ୍ଜ  କି ମାଲକାନଗିରି ନୁହେଁ, ଏବେ ରାଜ୍ୟର ପ୍ରାୟ ସବୁ ଅଞ୍ଚଳରେ ୧୦୮ ଆମ୍ବୁଲାନ୍ସ ଦୟନୀତି ସ୍ଥିତିକୁ ନେଇ ଲୋକେ ଯେତିକି ହନ୍ତସନ୍ତ, ତାକୁ ନେଇ ବଢ଼ିବାରେ ଲାଗିଛି ସାଧାରଣ ଲୋକଙ୍କ ଉଦବେଗ।... 

108 Ambulance 108 Ambulance Service Ambulance Ambulance Service
Advertisment
Related Articles
Advertisment