Advertisment

IAS Officer's Bribery Case: 'ଚକମା' ଲାଞ୍ଚର ଭିତିରି କଥାl; ଖୋଲୁଛି ଧୀମାନ୍ ଚକମାଙ୍କ ଲାଞ୍ଚ କାରବାରର ଡିଲ୍...

ଉପଜିଲ୍ଲାପାଳରୁ ବିଚାରଧୀନ ବନ୍ଦୀ। IAS ଅଫିସରରୁ ଅଭିଯୁକ୍ତ। ହେଲେ, କେମିତି ଚକମା ଖାଇଲେ ଧିମାନ ଚକମା ? କଣ ଥିଲା ଲାଂଚ କାରବାରର ପୁରା ଡିଲ୍ ?

author-image
Sujit kumar Swain
undefined

Kalahandi IAS Officer's Bribery Case

ଉପ-ଜିଲ୍ଳାପାଳଙ୍କ କଳାକାହାଣୀ। IAS ଅଫିସରଙ୍କ ବ୍ଳାକ୍ ଡିଲ୍। ଭିଜିଲାନସ୍ ଚକ୍ରବ୍ୟୁହରେ ଫସିଥିବା ଧର୍ମଗଡ ଉପଜିଲ୍ଲାପାଳ ଏବେ ଜେଲ ଭିତରେ। ହେଲେ କେମିତି ଧରାପଡିଲେ ଯୁବ IAS ଧିମାନ ଚକମା ? କଣ ଥିଲା ଡିଲ୍ ଆଉ ଲାଂଚ କାରବାରର ପୁରା ପ୍ରକ୍ରିୟା ? କେମିତି ଚକମାଙ୍କୁ ଚକମା ଦେଇଥିଲା ଭିଜିଲାନ୍ସ? ଏବାବଦରେ ଓଟିଭିକୁ ଏକ୍ସକ୍ଲୁସିଭ୍ ସୂଚନା ଦେଇଛନ୍ତି ଅଭିଯୋଗକାରୀ କ୍ରସର ମାଲିକ। 

Advertisment

ଉପଜିଲ୍ଲାପାଳରୁ ବିଚାରଧୀନ ବନ୍ଦୀ। IAS ଅଫିସରରୁ ଅଭିଯୁକ୍ତ। ହେଲେ, କେମିତି ଚକମା ଖାଇଲେ ଧିମାନ ଚକମା ? କଣ ଥିଲା ଲାଂଚ କାରବାରର ପୁରା ଡିଲ୍ ? ଏବାବଦରେ ଓଟିଭିକୁ ଏକ୍ସକ୍ଲୁସିଭ୍ ସୂଚନା ଦେଇଛନ୍ତି ଅଭିଯୋଗକାରୀ କ୍ରସର ମାଲିକ ହର୍ଷବର୍ଦ୍ଧନ ବେହେରା। ତେବେ ତାପୂର୍ବରୁ ଓଟିଭି ହାତରେ ଲାଗିଛି କଳାହାଣ୍ଡି ଖଣି ବିଭାଗର ଉପ-ନିର୍ଦ୍ଦେଶକଙ୍କର ଚିଠି। ଗତ ମାର୍ଚ୍ଚ ୨୯ ତାରିଖରେ ହର୍ଷବର୍ଦ୍ଧନ ବେହେରାଙ୍କ ପୁଅ ଗୌରବ ବେହେରାଙ୍କ ନାଁରେ ଥିବା, କ୍ରସର ଉପରେ ଚଢାଉ କରିଥିଲେ, ଖଣି ଓ ରାଜସ୍ବ ବିଭାଗର ମିଳିତ ଟିମ୍। ଅନୁମତି ଠାରୁ ଅଧିକ ଖଣିଜ ଉତ୍ତୋଳନ କରାଯାଇଥିବାରୁ ୧ କୋଟି ୬୦ ଲକ୍ଷ ୬୫ ହଜାର ଟଙ୍କା ଜରିମାନା କରାଯାଇଛି।.. ପୁଣି ଖଣି ବିଭାଗର ଦ୍ବିତୀୟ ଚିଠିରେ କ୍ରସର ମାଲିକ ହର୍ଷବର୍ଦ୍ଧନ ବେହେରାଙ୍କ ପିଚୁ ପ୍ଳାଣ୍ଟ ଉପରେ ବି, ଏପ୍ରିଲ ୧୯ ତାରିଖରେ ଖଣି ଓ ରାଜସ୍ବ ବିଭାଗର ଏକ ଟିମ୍ ଚଢାଉ କରିଥିଲେ। ଏଠି ବି ଅନୁମତି ଠାରୁ ଅଧିକ ମେଟେରିଆଲ ଥିବାରୁ, ୧୩ ଲକ୍ଷ ୨୧ ହଜାର ୪୬୮ ଟଙ୍କା, ଜରିମାନା କରିଥିଲା ଖଣି ବିଭାଗ। ୭ ଦିନ ଭିତରେ ଜରିମାନା ନଦେଲେ, ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ପଷ୍ଟଭାବରେ ଉଲ୍ଲେଖ ରହିଛି। ଏହାପରେ ଆରମ୍ଭ ହୋଇଥିଲା ଅସଲ ଖେଳ। 

ଅଧିକ ପଢନ୍ତୁ : ଲାଞ୍ଚ ନେବା ପଡିଲା ମହଙ୍ଗା, ଭିଜିଲାନ୍ସ ଜାଲରେ ଉପଜିଲ୍ଲାପାଳ

ଖଣି ବିଭାଗର ଏଭଳି ଫାଇନ ଦେଖି, କ୍ରସର ମାଲିକଙ୍କ ଉପରେ ଲୋଲୁପ ଦୃଷ୍ଟି ପକାଇଥିଲେ ଧର୍ମଗଡ ଉପ-ଜିଲ୍ଳାପାଳ ଧିମାନ ଚକମା। ଏପ୍ରିଲ ଶେଷ ସପ୍ତାହରେ, କ୍ରସର ମାଲିକ ହର୍ଷ ବେହେରାଙ୍କୁ ଫୋନ କରି ଅଫିସକୁ ଡକାଇଥିଲେ ଚକମା। ଆରମ୍ଭ ହୋଇଥିଲା ଡିଲ୍। ଜରିମାନା ଦଲିଲ ଦେଖାଇ ମାମଲା ରଫାଦଫା କରିବାକୁ ମାଗିଥିଲେ ୨୦ ଲକ୍ଷ ଟଙ୍କା। ନଚେତ ୩ କୋଟିରୁ ଅଧିକ ଫାଇନ କରିବାକୁ ଦେଇଥିଲେ ଧମକ। ଡେଡଲାଇନ୍ ଦେଇଥିଲେ ମେ ୧୪ ତାରିଖ। ତେବେ ଏଥିପାଇଁ ହର୍ଷ ସମୟ ମାଗିବାରୁ ମନା କରିବା ସହ ପ୍ରଥମ କିସ୍ତି ବାବଦରେ ୧୦ ଲକ୍ଷ ଦାବି କରିଥିଲେ। ଅନ୍ୟ ଉପାୟ ନପାଇ ଜୁନ ୧ ତାରିଖରେ ଭୁବନେଶ୍ବର ଭିଜିଲାନସ ସେଲରେ ଅଭିଯୋଗ କରିଥିଲେ ହର୍ଷ। ତାପରେ ଆରମ୍ଭ ହୋଇଥିଲା ପ୍ରକ୍ରିୟା। ଜୁନ୍ ୮ ତାରିଖ ସନ୍ଧ୍ୟା। ଘରେ ହର୍ଷଙ୍କ ଠାରୁ କେମିକାଲ ଲଗା ୧୦ ଲକ୍ଷ ଟଙ୍କା ନେବା ବେଳକୁ ଘେରିଯାଇଥିଲେ ଭିଜିଲାନସ ଟିମ୍। ଚକମା ଖାଇଗଲେ IAS ଧିମାନ ଚକମା। ପରେ ଘରେ ରେଡ୍ ବେଳେ ମିଳିଥିଲା ୪୭ ଲକ୍ଷରୁ ଅଧିକ ନଗଦ କ୍ୟାସ୍। 

Advertisment

ହର୍ଷବର୍ଦ୍ଧନଙ୍କ ଏଭଳି ସାଂଘାତିକ ଅଭିଯୋଗ ନେଇ IAS ଧିମାନ ଚକମାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। କାରଣ, ସେଏବେ ବିଚାରଧୀନ ବନ୍ଦୀ। ତେବେ ଜେଲ୍ ଯାଉ ଯାଉ ବିଗିଡ଼ିଯାଇଛି ‘ଚକମା’ଙ୍କ ସ୍ବାସ୍ଥ୍ୟ। ଭବାନୀପାଟଣା ଜେଲ୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଏହି ଯୁବ IAS। 

IAS Bribery Case Bribery Case IAS Officer Bribery Case In Odisha
Advertisment
Related Articles
Advertisment