Advertisment

OTV Foresight 2023: ସ୍ୱାଗତ ଭାଷଣ ଦେଇ କାର୍ଯ୍ୟକ୍ରମ ଆରମ୍ଭ କଲେ MD ଜଗି ମଙ୍ଗତ ପଣ୍ଡା

ମୁଖ୍ୟବକ୍ତା ଭାବେ ଯୋଡ଼ିହୋଇଥିଲେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ । ତାଙ୍କୁ ସ୍ୱାଗତ କରିଥିଲେ ଜଗି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
OTV MD Jagi Mangat Panda's Inaugural Address At 'Foresight 2023'

Jagi Mangat Panda

ଆରମ୍ଭ ହୋଇଯାଇଛି ‘ଓଟିଭି ଫୋରସାଇଟ୍‌ ୨୦୨୩’ କାର୍ଯ୍ୟକ୍ରମ । ଓଟିଭିର ସହ-ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦେଶକ ଜଗି ମଙ୍ଗତ ପଣ୍ଡା ସ୍ୱାଗତ ଭାଷଣ ଦେଇ ଅତିଥିଙ୍କୁ ସ୍ୱାଗତ କରିବା ସହିତ ଓଟିଭି ଫୋରସାଇଟର ଆଭିମୁଖ୍ୟ ସଂପର୍କରେ କହିଛନ୍ତି । ଏହାପରେ ମୁଖ୍ୟବକ୍ତା ଭାବେ ଯୋଡ଼ିହୋଇଥିଲେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ । ତାଙ୍କୁ ସ୍ୱାଗତ କରିଥିଲେ ଜଗି ।

Advertisment

ଏହି ଅବସରରେ ନିତିନ ଗଡ଼କରୀ ଭିଡିଓ ବାର୍ତ୍ତା ଜରିଆରେ କହିଛନ୍ତି ଯେ, ୨୦୨୪ ଶେଷ ସୁଦ୍ଧା ଓଡ଼ିଶାରେ ଆମେରିକା ମାନର ରାସ୍ତା ହେବ। ଜାତୀୟ ରାଜପଥ ପ୍ରକଳ୍ପ ଅଧିନସ୍ଥ ସବୁ ରାସ୍ତା ଆମେରିକା ମାନର ହେବ। ଓଡ଼ିଶାରେ ଜାତୀୟ ରାଜପଥରେ ଅନେକ ଭିତ୍ତିଭୂମି କାମ ଚାଲିଛି । ୨୪ ଶେଷ ସୁଦ୍ଧା ରାସ୍ତା ମାନ ଆମେରିକା ଭଳି ହେବ। ଉଚ୍ଚ ମାନର ରାସ୍ତା ଓଡ଼ିଶା ର ବିକାଶ ଓ ଉନ୍ନତିକୁ ନୂଆ ସୋପାନକୁ ନେବ । ଓଡ଼ିଶା ଭଳି ସାରା ଭାରତର ବିଭିନ୍ନ ରାଜ୍ୟରେ ମଧ୍ୟ କାମ ଚାଲୁ ରହିଛି।

ତେବେ ୨୦୧୦ ମସିହାରୁ ଆରମ୍ଭ ହୋଇଥିବା ଓଟିଭିର ଏହି ବାର୍ଷିକ ଚିନ୍ତନ ସମାବେଶର ଏହା ତ୍ରୟୋଦଶ ସଂସ୍କରଣ। ପ୍ରତିଥର ପରି ଏଥର ମଧ୍ୟ ଏଠାରେ, ରାଜ୍ୟ ଓ ଦେଶର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଚାଲିଛି ଦିବସ ବ୍ୟାପୀ ଆଲୋଚନା ପର୍ଯ୍ୟାଲୋଚନା । ନିଜ ମତ ରଖିଛନ୍ତି ପ୍ରସଙ୍ଗ ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଜଡ଼ିତ ବିଶିଷ୍ଟ ବ୍ୟକ୍ତିମାନେ ।

Advertisment

Otv OTV Foresight Jagi Mangat Panda
Advertisment
Advertisment