/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751813067.jpg)
Saif Ali Khan
ବଲିଉଡ ଅଭିନେତା ସୈଫ ଅଲ୍ଲୀଙ୍କୁ ବଡ଼ ଝଟକା । ତାଙ୍କ ହାତରୁ ଚାଲିଯାଇପାରେ ୧୫ ହଜାର କୋଟି ଟଙ୍କା ସମ୍ପତ୍ତି । ପଟୌଦି ପରିବାରର ପ୍ରାୟ ୧୫ ହଜାର କୋଟି ଟଙ୍କା ସମ୍ପତ୍ତିକୁ ନେଇ ମଧ୍ୟପ୍ରଦେଶ ହାଇକୋର୍ଟ ବଡ଼ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ହୋଇଥିବା ଏକ ନିଷ୍ପତ୍ତିକୁ ଖାରଜ କରିଦେଇଛନ୍ତି । ପୂର୍ବ ନିଷ୍ପତ୍ତିରେ ସୈଫ ଅଲ୍ଲୀ ଖାନ ଏବଂ ତାଙ୍କ ପରିବାରକୁ ସମ୍ପତ୍ତିର ଉତ୍ତରାଧିକାରୀ ଭାବରେ ବିବେଚନା କରାଯାଇଥିଲା। କେନ୍ଦ୍ର ସରକାର ତାଙ୍କ ପରିବାରର ପ୍ରାୟ ୧୫ ହଜାର କୋଟି ମୂଲ୍ୟର ସମ୍ପତ୍ତିକୁ ‘ଏନମି ପ୍ରୋପଟି’ ଭାବରେ ଘୋଷଣା କରିଛନ୍ତି, କାରଣ ବିଭାଜନ ସମୟରେ ଉତ୍ତରାଧିକାରୀଙ୍କ ମଧ୍ୟରୁ ଜଣେ ପାକିସ୍ତାନ ଚାଲିଯାଇଥିଲେ।
ହାଇକୋର୍ଟ ଟ୍ରାଏଲ୍ କୋର୍ଟକୁ ଶୁଣାଣି ପୁନଃ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଭୋପାଳର ରାଜପରିବାରର ସମ୍ପତ୍ତି ନେଇ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଛି । ନବାବ ହମିଦୁଲ୍ଲା ଖାନଙ୍କ ଅନ୍ୟ ଉତ୍ତରାଧିକାରୀମାନେ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ। ସେମାନେ କହିଥିଲେ ସମ୍ପତ୍ତିକୁ ମୁସଲିମ ବ୍ୟକ୍ତିଗତ ଆଇନ (ଶରିଆ) ଆଇନ, ୧୯୩୭ ଅନୁଯାୟୀ ବଣ୍ଟନ କରାଯିବା ଉଚିତ, ଯାହା ୧୯୬୦ ମସିହାରେ ନବାବଙ୍କ ମୃତ୍ୟୁ ସମୟରେ ବଳବତ୍ତର ଥିଲା। ସେମାନେ ୧୯୯୯ ମସିହାରେ ଟ୍ରାଏଲ୍ କୋର୍ଟରେ ଏକ ଆବେଦନ ଦାଖଲ କରିଥିଲେ। ବର୍ତ୍ତମାନ ହାଇକୋର୍ଟ ଟ୍ରାଏଲ୍ କୋର୍ଟକୁ ପୁଣି ଥରେ ଶୁଣାଣି ଆରମ୍ଭ କରିବାକୁ ଏବଂ ବର୍ଷେ ମଧ୍ୟରେ ମାମଲାର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଅଧିକ ପଢନ୍ତୁ: ଜନ୍ମଦିନରେ ଆସିଲା ଟିଜର, ଚମକାଇଦେଲେ ଆର ମାଧବନ ଓ ଅକ୍ଷୟ ଖାନ୍ନା
କେନ୍ଦ୍ର ସରକାର ତାଙ୍କ ପ୍ରାୟ ୧୫ହଜାର କୋଟି ମୂଲ୍ୟର ପାରିବାରିକ ସମ୍ପତ୍ତିକୁ ‘ଏନମି ପ୍ରୋପଟି’ ଭାବରେ ଘୋଷଣା କରିଛନ୍ତି। ଏହି ଆଇନ ଅନୁଯାୟୀ ଯଦି କୌଣସି ବ୍ୟକ୍ତି ବିଭାଜନ ସମୟରେ ପାକିସ୍ତାନକୁ ଚାଲିଯାଆନ୍ତି, ତେବେ ଭାରତରେ ଥିବା ତାଙ୍କର ସମ୍ପତ୍ତି ସରକାରଙ୍କ ଅଧୀନରେ ଆସିଥାଏ। ଏହି ସମ୍ପତ୍ତିଗୁଡ଼ିକ ମଧ୍ୟରେ ରହିଛି ସୈଫଙ୍କ ପିଲାଦିନର ଘର ଫ୍ଲାଗ୍ ଷ୍ଟାଫ୍ ହାଉସ୍, ମହାନ ନୁର-ଆସ୍-ସବା ପ୍ୟାଲେସ୍, ଦାର-ଆସ୍-ସଲାମ୍, ହବିବିଙ୍କ ବଙ୍ଗଳା, ଅହମ୍ମଦାବାଦ ପ୍ୟାଲେସ୍ ଏବଂ କୋହେଫିଜା ସମ୍ପତ୍ତି।
୨୦୧୪ ମସିହାରେ ସରକାର ଏହା ଉପରେ ନୋଟିସ୍ ଜାରି କରିଥିଲେ। ୨୦୧୫ରେ ସୈଫ୍ ଏହାକୁ ବିରୋଧ କରିଥିଲେ ଏବଂ କୋର୍ଟରୁ ସ୍ଥଗିତାଦେଶ ପାଇଥିଲେ। କିନ୍ତୁ ୨୦୨୪ ଡିସେମ୍ବର ୧୩ରେ ହାଇକୋର୍ଟ ସେହି ସ୍ଥଗିତାଦେଶକୁ ହଟାଇ ଦେଇଥିଲେ। ଏବେ କୋର୍ଟ ସୈଫ୍ ଏବଂ ତାଙ୍କ ପରିବାରକୁ ସଂପତ୍ତି ଉପରେ ଦାବି କରିବାକୁ ୩୦ ଦିନ ସମୟ ଦେଇଥିଲେ, କିନ୍ତୁ ଏ ସମୟ ମଧ୍ୟରେ କୌଣସି ଦାବି ଦାଖଲ ହୋଇନଥିଲା।
ଅଧିକ ପଢନ୍ତୁ: ଫିଲ୍ମର ମୋସନ ପୋଷ୍ଟର ରିଲିଜ, ପସନ୍ଦ ଆସୁଛି ଭାଇଜାନଙ୍କ ଦମଦାର ଲୁକ୍
Fireworks Factory Explosion: ବାଣ କାରଖାନାରେ ଭୟାବହ ଅଗ୍ନିକାଣ୍ଡ; ଏକାଧିକ ଆହତ, ଧୂଆଁମୟ ଆକାଶ

Organ Trafficking: ଗୋଟିଏ କିଡନୀରେ ବଞ୍ଚିଛି ପୂରା ଗାଁ, ସତ ଜାଣିଲେ ଉଡିଯିବ ହୋସ୍

Late Night Snacks: ଏହି ସବୁ ଖାଦ୍ୟ ଖାଆନ୍ତୁ, ବ୍ଲଡ୍ ସୁଗର ବଢ଼ିବନି...ନିଦ ଭଲ ହେବ
