• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ନିଜର ଜନ୍ମଦିନରେ ଫ୍ୟାନ୍ସଙ୍କୁ ବିଗ୍ ସରପ୍ରାଇଜ୍ ଦେଇଛନ୍ତି ରଣବୀର ସିଂ । ଅଭିନେତାଙ୍କ ଅପକମିଂ ଫିଲ୍ମ ‘ଧୁରନ୍ଧର’ର ଟିଜର ରିଲିଜ ହୋଇଛି । ଟିଜରରେ ରଣବୀର ସିଂ ଦମଦାର ଲୁକ୍ ରେ ନଜର ଆସିଛନ୍ତି । ଯାହା ଦର୍ଶକଙ୍କ ମଧ୍ୟରେ ଫିଲ୍ମକୁ ନେଇ କ୍ରେଜ୍ ବଢ଼ାଇଦେଇଛି । ଏହା ସହ ଫିଲ୍ମର ରିଲିଜ ଡେଟ୍ ବି ଘୋଷଣା କରାଯାଇଛି

ଲମ୍ବା ଚୁଟି, ବଢ଼ିଥିବା ଦାଢ଼ି ଓ ମୁହଁରେ ସିଗାରେଟ । ରଣବୀର ସିଂଙ୍କ ଏଭଳି ଲୁକ୍ ରହିଛି ଫିଲ୍ମରେ । ଏହା ଏକ ଗ୍ୟାଙ୍ଗଷ୍ଟର ଡ୍ରାମା ଫିଲ୍ମ । ସଞ୍ଜୟ ଦତ୍ତଙ୍କ ଠାରୁ ଆରମ୍ଭ କରି ଅର୍ଜୁନ ରାମପାଲଙ୍କ ଝଲକ ଟିଜରରେ ଦେଖିବାକୁ ମିଳିଛି । ରଣବୀର ସିଂ ଇନଷ୍ଟାଗ୍ରାମରେ ଟିଜରଟିକୁ ସେୟାର କରିଛନ୍ତି ।

ଧୁରନ୍ଧର ଟିଜରର ଆରମ୍ଭ ହେଉଛି ରଣବୀର ସିଂଙ୍କ ଗ୍ୟାଙ୍ଗଷ୍ଟର ଅବତାରର ଝଲକ ଓ ମାଧବନଙ୍କ ଦମଦାର ଡାଏଲଗରୁ । ଏହା ପରେ ରଣବୀରଙ୍କ ଭରପୁର ଆକ୍ସନ ଦେଖିବାକୁ ମିଳିଛି । ଫିଲ୍ମରେ ରଣବୀର ସିଂ ସାରା ଅର୍ଜୁନଙ୍କ ସହିତ ରୋମାନ୍ସ କରୁଥିବାର ଦେଖିବାକୁ ମିଳିବେ

ଅଧିକ ପଢନ୍ତୁ: ଫିଲ୍ମର ମୋସନ ପୋଷ୍ଟର ରିଲିଜ, ପସନ୍ଦ ଆସୁଛି ଭାଇଜାନଙ୍କ ଦମଦାର ଲୁକ୍

ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଆଦିତ୍ୟ ଧର । ଏହାକୁ ପ୍ରଡ୍ୟୁସ କରିଛନ୍ତି ଲୋକେଶ ଧର ଓ ଜ୍ୟେ।ତି ଦେଶପାଣ୍ଡେ । ଫିଲ୍ମରେ ମୁଖ୍ୟ ଭୂମିକାରେ ରଣବୀର ସିଂ ଅଭିନୟ କରିଛନ୍ତି । ସଞ୍ଜୟ ଦତ୍ତ, ଅର୍ଜୁନ ରାମପାଲ, ଆର ମାଧବନ ଓ ଅକ୍ଷୟ ଖାନ୍ନାଙ୍କୁ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ଦେଖିବାକୁ ମିଳିବ । ଟିଜରରେ ସବୁ ଷ୍ଟାରଙ୍କୁ ଆକ୍ସନ ମୋଡ୍ ରେ ଦେଖିବାକୁ ପାଇବେ ଦର୍ଶକ । ଧୁରନ୍ଧର ୨୦୨୫ ଡିସେମ୍ବର ୫ରେ ରିଲିଜ ହେବ ।

ଆଜି ୪୦ବର୍ଷରେ ପାଦ ଥାପିଛନ୍ତି ରଣବୀର ସିଂ । ଅନେକ ବଲିଉଡ ସେଲିବ୍ରିଟି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ରଣବୀର ବଲିଉଡର ଜଣେ ଆଗଧାଡ଼ିର ଲୋକପ୍ରିୟ ଅଭିନେତା । ଶେଷଥର ପାଇଁ ସେ ମଲ୍ଟିଷ୍ଟାରର ଫିଲ୍ମ ସିଂଘମ ଏଗେନ୍ ରେ ନଜର ଆସିଥିଲେ । ଫିଲ୍ମ ବ୍ୟାଣ୍ଡ ବାଜା ବାରାତରୁ ରଣବୀର ବଲିଉଡରେ ଡେବ୍ୟୁ କରିଥିଲେ । ରାମଲୀଳା, ବାଜିରାଓ ମସ୍ତାନୀ, ଦିଲ ଧଡକନେ ଦୋ, ଗଲିବୟ, ପଦ୍ମାବତ୍ ଭଳି ସୁପରହିଟ୍ ଫିଲ୍ମ ନିଜ ଫ୍ୟାନ୍ସଙ୍କୁ ଭେଟିଦେଇଛନ୍ତି ।

ଅଧିକ ପଢନ୍ତୁ:  ବଡ଼ ଷ୍ଟାରକାଷ୍ଟ କିନ୍ତୁ ହଲରେ ଭିଡ଼ ନାହିଁ...୧୮ବର୍ଷ ପରେ ସିକ୍ବେଲ