ସଲମାନ ଖାନଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ସିକନ୍ଦର ପରେ ବଲିଉଡର ଭାଇଜାନ ନିଜର ଆଗାମୀ ଫିଲ୍ମର ଅଫିସିଆଲ ଆନାଉନ୍ସମେଣ୍ଟ କରିଛନ୍ତି । ଫିଲ୍ମ ‘ବ୍ୟାଟଲ ଅଫ୍ ଗଲୱାନ’ର ମୋସନ ପୋଷ୍ଟର ରିଲିଜ ହୋଇଛି । ଯେଉଁଥିରେ ସଲମାନଙ୍କ ଲୁକ୍ ସାମନାକୁ ଆସିଛି । ଏହି ଫିଲ୍ମକୁ ଅପୂର୍ବ ଲାଖିୟା ନିର୍ଦ୍ଦେଶନା ଦେବେ ।
ଏହି ବର୍ଷ ସଲମାନଙ୍କ ଫିଲ୍ମ ସିକନ୍ଦର ରିଲିଜ ହୋଇଥିଲା । ଯାହା ବକ୍ସଅଫିସରେ ଫ୍ଲପ ହୋଇଥିଲା । ଏହି ଫିଲ୍ମ ସଲମାନଙ୍କ କ୍ୟାରିଅରର ସବୁଠୁ ବଡ଼ ଫ୍ଲପ ଫିଲ୍ମ ଥିଲା । ଏଥିପାଇଁ ସଲମାନ ଖୁବ ଟ୍ରୋଲ ବି ହୋଇଥିଲେ ।
ଅଧିକ ପଢନ୍ତୁ: ବଡ଼ ଷ୍ଟାରକାଷ୍ଟ କିନ୍ତୁ ହଲରେ ଭିଡ଼ ନାହିଁ...୧୮ବର୍ଷ ପରେ ସିକ୍ବେଲ
Also Read
ଏବେ ରିଲିଜ ହୋଇଥିବା ଟିଜରରେ ସଲମାନଙ୍କ ମୁହଁ ରକ୍ତରେ ଜୁଡ଼ୁବୁଡ଼ୁ ହୋଇଥିବାର ଦେଖିବାକୁ ମିଳିଛି । ସଲମାନଙ୍କ ହାତରେ ଏକ ହତିୟାର ବି ଅଛି । ସଲମାନଙ୍କ ଆଖିରେ ପ୍ରତିଶୋଧର ନିଆଁ ଜଳୁଥିବାର ଦେଖିବାକୁ ମିଳିଛି । ଫିଲ୍ମରେ ତାଙ୍କ ଲୁକ୍ କୁ କାଫି ପସନ୍ଦ କରାଯାଉଛି । ଫିଲ୍ମରେ ସଲମାନ କର୍ଣ୍ଣଲ ବି ସନ୍ତୋଷ ବାବୁଙ୍କ ଭୂମିକାରେ ନଜର ଆସିବେ । ସଲମାନଙ୍କ ସହ ଅଭିନେତ୍ରୀ ଚିତ୍ରାଙ୍ଗନ୍ଦା ସିଂ ବି ନଜର ଆସିବେ ।
ସଲମାନ ଫିଲ୍ମର ପୋଷ୍ଟର ସେୟାର କରି ନିଜ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ବଢ଼ାଇଦେଇଛନ୍ତି । ପ୍ରଥମ ଥର ପାଇଁ ସଲମାନ ଖାନ ଅପୂର୍ବ ଲାଖିୟାଙ୍କ ସହ କାମ କରୁଛନ୍ତି । ୨୦୨୦ ଜୁନ ୧୫ରେ ଗଲୱାନ ଘାଟିରେ ଭାରତ-ଚୀନ ମଧ୍ୟରେ ଲଢ଼େଇ ହୋଇଥିଲା ।
ସଲମାନ ଗତ କିଛି ବର୍ଷ ହେବ ଏକ ବଡ଼ ହିଟ ପାଇଁ ଅନେଇ ବସିଛନ୍ତି । ସଲମାନଙ୍କ ଶେଷ ସୁପରହିଟ ଫିଲ୍ମ ଟାଇଗର ଜିନ୍ଦା ହେ ଥିଲା । ଯାହାକି ୨୦୧୭ରେ ରିଲିଜ ହୋଇଥିଲା । ଫିଲ୍ମରେ ସଲମାନଙ୍କ ଅପୋଜିଟରେ କ୍ୟାଟ୍ରିନା କୈଫ୍ ଅଭିନୟ କରିଥିଲେ । ଏହାରି ଭିତରେ ସଲମାନ ଅନେକ ଫିଲ୍ମ କରିଛନ୍ତି । କିନ୍ତୁ ପୂର୍ବ ଭଳି ସଫଳତା ଦୋହରାଇ ପାରୁନାହାନ୍ତି ।
ଶେଷଥର ପାଇଁ ସଲମାନ ଖାନ୍ ଫିଲ୍ମ ସିକନ୍ଦରରେ ନଜର ଆସିଥିଲେ । ରଶ୍ମିକା ମନ୍ଦାନା ଓ କାଜଲ ଅଗ୍ରୱାଲ ବି ଫିଲ୍ମରେ ଅଭିନୟ କରିଥିଲେ । ତେବେ ବକ୍ସଅଫିସରେ ସେତେ ଖାସ ପ୍ରଦର୍ଶନ କରିପାରିନଥିଲା ସିକନ୍ଦର ।