• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

୨୦୦୭ରେ ରିଲିଜ ହୋଇଥିଲା ଅନୁରାଗ ବସୁଙ୍କ ଫିଲ୍ମ ‘ଲାଇଫ ଇନ୍ ଏ ମେଟ୍ରୋ’ । ନିଜର ଡିଫରେଣ୍ଟ ଷ୍ଟୋରୀ ଲାଇନ ଓ ଗୀତ ଯୋଗୁଁ ବକ୍ସଅଫିସରେ ସଫଳ ହୋଇଥିଲା ଫିଲ୍ମ । ଏବେ ୧୮ବର୍ଷ ପରେ ଏହାର ସିକ୍ବେଲ ରିଲିଜ ହୋଇଛି । ‘ମେଟ୍ରୋ ଇନ୍ ଦିନୋ’ ରେ ଆଦିତ୍ୟ ରୟ କପୁର, ଅନୁପମ ଖେର, ପଙ୍କଜ ତ୍ରିପାଠୀ, ଅଲି ଫଜଲ , କୋଙ୍କଣା ସେନ ଶର୍ମା , ନୀନା ଗୁପ୍ତା , ଫାତିମା ସନା ଶେଖ ଓ ସାରା ଅଲ୍ଲୀ ଖାନ୍ ଅଭିନୟ କରିଛନ୍ତି ।

ଫିଲ୍ମର ଗୀତ ରିଲିଜ ହେବା ପରେ ଲୋକଙ୍କୁ ପସନ୍ଦ ଆସିଛି । କିନ୍ତୁ ଫିଲ୍ମର କ୍ରେଜ୍ ଲୋକଙ୍କ ଭିତରେ ସେଭଳି ସୃଷ୍ଟି ହୋଇପାରିନଥିଲା । କିନ୍ତୁ ଅନୁରାଗଙ୍କ ଫିଲ୍ମ ହଲରେ ରିଲିଜ ହେବା ପରେ ଦର୍ଶକଙ୍କ ଭଲ ରେସପନ୍ସ ମିଳିଛି । ସିନେ ସମୀକ୍ଷକ ଫିଲ୍ମକୁ ଉଚ୍ଚ ପ୍ରଶଂସା କରିଛନ୍ତି । ସାରାଙ୍କ ଅଭିନୟ ଦର୍ଶକଙ୍କୁ ପସନ୍ଦ ଆସିଛି ।

ଅଧିକ ପଢନ୍ତୁ: ଧମାଲ ମଚାଇଲା ବିଗ୍ ବଜେଟ୍ ଫିଲ୍ମ 'ରାମାୟଣ' ଟିଜର୍

Also Read

କିନ୍ତୁ ଫିଲ୍ମର ଓପନିଂ ଡେ କଲେକ୍ସନ ଷ୍ଟାରକାଷ୍ଟ ହିସାବରେ ହୋଇନାହି । ପ୍ରଥମ ଦିନରେ ଫିଲ୍ମ ୩.୫କୋଟି ଆୟ କରିଛି । ହଲରେ ଦର୍ଶକଙ୍କ ଭିଡ଼ ବି ଠିକଠାକ ଥିଲା । ଏବେ ଲୋକମାନେ ସୋସିଆଲ ମିଡିଆରେ ଫିଲ୍ମର ତାରିଫ କରୁଛନ୍ତି । ଶନିବାର ଓ ରବିବାର ଫିଲ୍ମର କଲେକ୍ସନ କିଭଳି ରହିବ ତା ଉପରେ ସମସ୍ତଙ୍କ ନଜର ରହିଛି ।

‘ମେଟ୍ରୋ ଇନ୍ ଦିନୋ’ ତାର ପ୍ରଥମ ଭାଗ ଅପେକ୍ଷା ଭଲ କଲେକ୍ସନ କରିଛି ବକ୍ସଅଫିସରେ। ହଲରେ ଫିଲ୍ମ ‘ମେଟ୍ରୋ ଇନ୍ ଦିନୋ’ କୁ ଆମୀର ଖାନଙ୍କ ଅଭିନୀତ ‘ସିତାରେ ଜମିନ ପର୍ ’ ଓ ହଲିଉଡ ଫିଲ୍ମ ‘ଏଫ୍ ୱାନ’ ଠୁ ଟପ୍ କମ୍ପିଟିସନ ମିଳୁଛି ।

ଆସନ୍ତା ସପ୍ତାହରେ ହଲିଉଡ ଫିଲ୍ମ ‘ସୁପରମ୍ୟାନ’ ରିଲିଜ ହେବ । ଏହାରି ଭିତରେ ଦର୍ଶକ କେଉଁ ଫିଲ୍ମ ଦେଖିବେ ତାହା ଉପରେ ନିର୍ଭର କରେ ‘ମେଟ୍ରୋ ଇନ୍ ଦିନୋ’ର ସଫଳତା

ଅଧିକ ପଢନ୍ତୁ: ୫୧ ବର୍ଷରେ ଉର୍ମିଲା ମାତୋଣ୍ଡକରଙ୍କ ଗ୍ଲାମର୍‌ ତଡ୍‌କା; ପ୍ରଶଂସକଙ୍କ ନଜର ଉଠୁନି

ଓଟିଭି ବିଜ୍ଞାପନ