• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଜି ଶ୍ରୀକ୍ଷେତ୍ରରେ ସୁନାବେଶ....ମହଣ ମହଣ ସୁନାରେ ସଜେଇ ହେବେ ଶ୍ରୀଜିଉ । ମଧ୍ୟାହ୍ନ ଧୂପ ସରିବା ପରେ ରଥାରୁଢ ଚତୁର୍ଦ୍ଧାମୂର୍ତ୍ତିଙ୍କ ସୁନାବେଶ ନୀତି ଆରମ୍ଭ ହେବ । ତେବେ କେତେ ପ୍ରକାର ସୁନା ଅଳଙ୍କାର ପିନ୍ଧିବେ ଭଉଣୀ ସୁଭଦ୍ରା ଓ ବେନି ଭାଇ ବଳଭଦ୍ର-ଜଗନ୍ନାଥ ? ବଳିଆର ଭୁଜରେ କେଉଁ ସବୁ ଅଳଙ୍କାର ଲାଗିବ ? ମହାବାହୁ ଜଗନ୍ନାଥ କଣ କଣ ଅଳଙ୍କାର ପରିଧାନ କରିବେ ? ଆସନ୍ତୁ ଜାଣିବା...

ବଡ଼ ଠାକୁରଙ୍କ କେତେ ଅଳଙ୍କାର ?

ପରମ୍ପରା ଅନୁଯାୟୀ ୧୩୮ ପ୍ରକାର ସ୍ବର୍ଣ୍ଣ ଅଳଙ୍କାରରେ ଭୂଷିତ ହେବେ ଶ୍ରୀଜିଉ। ଶ୍ରୀବଳଭଦ୍ର ଶ୍ରୀପୟର, ଶ୍ରୀଭୁଜ, କିରିଟି, ଘାଗଡାମାଳି, କଦମ୍ବମାଳି, କାନ କୁଣ୍ଡଳ, କମରପଟି, ଆଡକାନି, ଚନ୍ଦ୍ରିକା, ସେବତୀ ମାଳି, ବାଘନଖ ମାଳି, ବାହାଡାମାଳି, ଅସ୍ତ୍ରହଳ ଓ ମୂଷଳ, ତିଳକ, ତ୍ରୀଖଣ୍ଡିକା ଓ ଝୋବାକଣ୍ଠି ଆଦି ପରିଧାନ କରିବେ।

ଅଧିକ ପଢ଼ନ୍ତୁ:  ପୁରୀରେ ପ୍ରବଳ ଭିଡ଼: ସତର୍କ କଲା ପୋଲିସ...

ସୁଭଦ୍ରାଙ୍କ ଗହଣା

ଦେବୀ ସୁଭଦ୍ରା ପରିଧାନ କରିବେ କିରିଟି, ଓଡିଆଣି, କାନ, ଚନ୍ଦ୍ରସୂର୍ଯ୍ୟ, ଦୁଇଟି ତଗଡି, ସେବତୀ ମାଳି, ଘାଗଡାମାଳି, କଦମ୍ବମାଳି ଆଦି ପରିଧାନ କରିଥାନ୍ତି।

ଜଗା ପିନ୍ଧିବ କେତେ ସୁନା ?

ସେହିଭଳି ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀପୟର, ଶ୍ରୀଭୁଜ, କିରିଟି, ଆଦି ଅନେକ ସୁନା ଅଳଙ୍କାର ସହ ସ୍ୱର୍ଣ୍ଣଚକ୍ର, ରୌପ୍ୟ ଶଙ୍ଖ, କମରପଟି, କର୍ଣ୍ଣକୁଣ୍ଡଳ,ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ଘାଗଡାମାଳି, କଦମ୍ବମାଳି, ତିଳକତ୍ରୀଖଣ୍ଡିକା, ସେବତୀମାଳି, ଝୋବା କଣ୍ଠି, ତାବିଜ ମାଳି ଓ ବାହାଡା ମାଳି ପରିଧାନ କରି ଭକ୍ତଙ୍କୁ ରଥଉପରେ ଦର୍ଶନ ଦେବେ ।