Advertisment

Viral Video: ଅପେରସନ ଥିଏଟରରୁ ଡାକ୍ତରଙ୍କ ରିଲ୍ସ ଭାଇରାଲ,ଲୋକେ କହିଲେ...

ଭାଇରାଲ ହେଉଛି ଡାକ୍ତରଙ୍କ ରିଲ୍ସ ଭିଡିଓ । ଡାକ୍ତରଙ୍କ ଅନ୍ଦାଜ ଓ ହରିୟାଣୱି କମେଡି ସମସ୍ତଙ୍କ ମନକୁ ଛୁଇଁଛି । ବହୁ ମଜାଦାର କମେଣ୍ଟ କରିବା ସହ ଡାକ୍ତରଙ୍କ ପ୍ରଶଂସା କରିଛନ୍ତି ୟୁଜର୍ସ ।

author-image
Lipsa Mohapatra
ଅଦ୍ୟତନ ହୋଇଛି
Viral reels

Viral reels

ଆଜିକାଲି ଚାଲିଛି ସୋସିଆଲ ମିଡିଆ ଟ୍ରେଣ୍ଡ୍‌ । ଫେମସ୍‌ ହେବା ନିଶା ଅଧିକାଂଶ ଲୋକଙ୍କୁ ଘାରିଛି । କିନ୍ତୁ ଏମିତି କେତେକ ବ୍ୟକ୍ତି ଅଛନ୍ତି ଯାହାଙ୍କ ପାଖରେ ଥିବା ଟ୍ୟାଲେଣ୍ଟ ତାଙ୍କୁ ଖୁବଶୀଘ୍ର ଲୋକପ୍ରିୟତା ଦେଇଥାଏ । ଯାହାର ଉଦାହରଣ ଜଣେ ଡାକ୍ତରଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି । ପେଶାରେ ଡାକ୍ତର, ହେଲେ ଗୀତ ଗାଇବାରୁ ନେଇ କମେଡି ଏମିତି କରୁଛନ୍ତି ଯେ ଯିଏ ଶୁଣିବ କହିବ ୱାଓ...।ସେହି ଡାକ୍ତରଙ୍କ ରିଲ୍ସ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଚର୍ଚ୍ଚା ବଢିଛି । ଏହି ଡାକ୍ତରଙ୍କ ଅନ୍ଦାଜ ସହ ହରିୟାଣୱି ଭାଷା ୟୁଜର୍ସଙ୍କ ମନକୁ ଛୁଉଁଛି । 

Advertisment

ଡାକ୍ତର ଜଣକ ହରିୟାଣା ଭାଷାରେ କହୁଛନ୍ତି, "ହମନେ ସାଫ୍ ଲିଖୱା ରଖି ଅପଣେ ଗେଟା ପେ, ଯହାଁ କୁଲ୍ଲେ ବଦଲେ ଯାତା ହୈ ଭାଇ ସସ୍ସେ ରେଟା ପେ, ବେଶକ୍ ଟାଙ୍ଗ୍ ଭି ଟୁଟ୍ ଯା ରଡ୍‌ ଭି ଡାଲ୍ଲେ ସେ...କୋଇ ପୈସା ନା ଲଗେ ଆୟୁଷ୍ମାନ କାର୍ଡ ଭି ଚାଲେ ସେ...।" ଏହି ମଜାଦାର ଭିଡିଓ ସମସ୍ତଙ୍କୁ ପସନ୍ଦ ଆସିଛି । ଆଉ ଏହି ଭିଡିଓରେ ଆସିଥିବା କମେଣ୍ଟ ବି ଆହୁରି ମଜାଦାର ।

ଜଣେ ୟୁଜର କମେଣ୍ଟ କରିଛନ୍ତି ଯେ, ଡାକ୍ତର ସିନା ହେଇଗଲେ ହେଲେ ବଦମାସି କରିବାର ସ୍ୱପ୍ନ ଭାଙ୍ଗିଯାଇଛି । ଆଉ ଜଣେ ଲେଖିଛନ୍ତି, ମସ୍ତ...ଆପଣଙ୍କ ପାଖରେ ଦୁଇ ଦୁଇଟି ପ୍ରତିଭା ଭରପୂର ଅଛି । ଆଉ କେହି କେହି ଲେଖିଛନ୍ତି, ଭାଇସାହେବ...ଆପଣ ଇଏ କେମିତି କା ଲାଇନ୍‌ରେ ଆସିଗଲେ...। ଆଉ ଜଣେ ୟୁଜର ଲେଖିଛନ୍ତି, ଭାଇ ଆପଣ ହୃଦୟ ଜିତିନେଲେ । 

Advertisment

ଏହି ଆକାଉଣ୍ଟର ନାଁ ଅମିତ ମୋର୍ଖି ହୋଇଥିବାବେଳେ ଅପେରସନ୍‌ ଥିଏଟରରୁ ଆରମ୍ଭ କରି ଚିକିତ୍ସା ସମୟର ଅନେକ ଭିଡିଓ ପୋଷ୍ଟ କରିଛନ୍ତି ଏହି ଭାଇରାଲ୍ ଡାକ୍ତର । 

ଅଧିକ ପଢନ୍ତୁ: ଅବଜ ରିଲ୍ସ ନିଶା, ଚଳନ୍ତା ଟ୍ରେନ୍ ତଳେ ଶୋଇ ରିଲ୍ସ କଲେ ନାବାଳକ...

Viral Video Reels Video
Advertisment
Related Articles
Advertisment