/odishatv-khabar/media/post_attachments/uploadimage/library/16_9/16_9_0/Digestion_1751789939.jpg)
Digestion
ଆଜିକାଲି ପ୍ରାୟ ଲୋକଙ୍କ ଗୋଟିଏ ଅଭିଯୋଗ ଖାଇବା ଠିକରେ ହଜମ ହେଉନି । ତେବେ କିଛି ଲୋକ ଅଛନ୍ତି ଯେଉଁମାନଙ୍କ ଖାଇବା ଠିକରେ ହଜମ ହେଇଯାଏ । ଯଦି ଖାଇବା ଠିକରେ ହଜମ ହେବନି ତାହାହେଲେ ଦିନ ଭଲ ଯାଏନି । ଚିଡିଚିଡା ଲାଗେ , କୌଣସି କାମ କରିବାକୁ ଇଚ୍ଛା ହୁଏନି । ଗ୍ୟାସ ଭଳି ସମସ୍ୟା ବି ଦେଖାଦେଇପାରେ । ଯଦି ଆପଣ ଏଭଳି ସମସ୍ୟା ଭୋଗୁଛନ୍ତି ତାହାହେଲେ ଖାଆନ୍ତୁ ଏହି ୩ଟି ଖାଦ୍ୟ । ଏହା ଆପଣଙ୍କ ପାଚନ ଶକ୍ତି ବଢ଼ାଇବାରେ ସାହାଯ୍ୟ କରିବ ଓ ଶରୀରକୁ ସୁସ୍ଥ ରଖିବ
ଦହି
ସମସ୍ତଙ୍କୁ ଜଣା ଦହି ପେଟ ପାଇଁ ଖୁବ ଭଲ । ଏହା ପେଟକୁ ଥଣ୍ଡା ରଖିଥାଏ । କିନ୍ତୁ ଖାଇବାର ସଠିକ ଉପାୟ ହେଉଛି ବିନା ଚିନି ପକାଇ ଦହି ଖାଆନ୍ତୁ । ଏଥିରେ ଆପଣ ହେଙ୍ଗୁ, ଜିରା ତଟକା ଦେବା ସହ କଳା ଲୁଣ ଗୋଳେଇ ଖାଇପାରିବେ । ଦହିରେ ପ୍ରୋବାୟୋଟିକ ରହିଛି । ଏହା ଆପଣଙ୍କ ହଜମ ଶକ୍ତିକୁ ବଢ଼ାଇଥାଏ ।
ଓଟ୍ସ
ଓଟ୍ସରେ ଭରପୁର ଫାଇବର ରହିଥାଏ । ଯାହା ଆପଣଙ୍କ ପାଚନ ପ୍ରକ୍ରିୟାକୁ ଠିକ କରିଥାଏ । ଫାଇବର ପେଟର ଅନେକ ସମସ୍ୟା ଦୂର କରିଥାଏ । ଓଟ୍ସ ଖାଇବା ଦ୍ବାରା ଶରୀରର ଓଜନ ବି ନିୟନ୍ତ୍ରଣରେ ରହେ । ହାର୍ଟ ଆଟାକର ଆଶଙ୍କାକୁ ବି କମାଇଥାଏ ।
ପୁଦିନା
ଖାଇବାରେ ପୁଦିନା ସାମିଲ କରନ୍ତୁ ଦେଖିବେ ଆପଣଙ୍କ ପେଟର ଅନେକ ସମସ୍ୟା ଦୂର ହୋଇଯିବ । ଏହା ଚର୍ମକୁ ସୁସ୍ଥ ରଖିବାରେ ବି ସାହାଯ୍ୟ କରେ । ଏହା ସହ ପୁଦିନା ଖାଇବା ଦ୍ବାରା ଶରୀରର ଇମ୍ୟୁନିଟି ବି ବଢ଼ିଥାଏ ।
ଅଧିକ ପଢନ୍ତୁ: କାମରେ ଧ୍ୟାନ କେନ୍ଦ୍ରୀଭୂତ ହେଉନାହିଁ ? ବାରମ୍ବାର ଭୁଲି ଯାଉଛନ୍ତି କି ? କ’ଣ ରହିଛି ଏହା ପଛର କାରଣ ଜାଣନ୍ତୁ
Wedding Turns Tragic in Dhenkanal: ବିବାହ ଶୋଭାଯାତ୍ରା ବେଳେ ବିଦ୍ୟୁତ୍ ଝଟକା; ଡିଜେ ମେସିନରୁ ବିଦ୍ୟୁତ୍ ଆଘାତ ଲାଗି ଜଣେ ମୃତ...

Dalai Lama's Birthday:୯୦ ବର୍ଷରେ ପାଦ ଥାପିଲେ ଦଲାଇଲାମା, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
Irresponsible Social Media Challenges: ଅବଜ ରିଲ୍ସ ନିଶା, ଚଳନ୍ତା ଟ୍ରେନ୍ ତଳେ ଶୋଇ ରିଲ୍ସ କଲେ ନାବାଳକ...

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)