Advertisment

Father Shoots Daughter: ବାହା ହେବାକୁ ଅମଙ୍ଗ ହେଲା ଝିଅ; ଗାଁ ସଭାରେ ଗୁଳି ମାରିଦେଲେ ବାପା-ଭାଇ

ତନୁଙ୍କ ବିବାହ ଜାନୁଆରୀ ୧୮ ରେ ହେବାର ଥିଲା । ଏହାର ମାତ୍ର ଚାରି ଦିନ ପୂର୍ବରୁ ତାଙ୍କୁ ହତ୍ୟା କରାଯାଇଛି। ଅଭିଯୁକ୍ତ ବାପା ମହେଶ ଗୁର୍ଜରଙ୍କୁ ଗିରଫ କରାଯାଇଛି ଏବଂ ହତ୍ୟାରେ ବ୍ୟବହୃତ ପିସ୍ତଲ ମଧ୍ୟ ଜବତ କରାଯାଇଛି। ରାହୁଲଙ୍କୁ ଖୋଜିବା ପାଇଁ ପୋଲିସ ତଦନ୍ତ ଆରମ୍ଭ ହୋଇଛି।

ଅଦ୍ୟତନ ହୋଇଛି
father shoots daughter

father shoots daughter

Advertisment

ସବୁ ବାପା ମା’ ପିଲାଙ୍କ ଖୁସି ଦେଖିବାକୁ ଚାହାନ୍ତି। ସେମାନଙ୍କୁ ଭଲ ନ ଲାଗିଲେ ବି ପିଲାଙ୍କ ହଁରେ ହଁ ଭରନ୍ତି। ହେଲେ ଏମିତି ଜଣେ ବାପା ଯିଏ ନିଜର ଜିଦ୍ ପାଇଁ ଝିଅର ଜୀବନ ନେବାକୁ ବି ପଛାଇ ନାହାନ୍ତି। ମଧ୍ୟପ୍ରଦେଶ ଗ୍ୱାଲିୟରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେଉଁଠି ବାପା ପସନ୍ଦ କରିଥିବା ପୁଅକୁ ଝିଅ ବାହା ହେବାକୁ ମନା କରିବାକୁ ପୋଲିସ ସାମନାରେ ଗୁଳି କରି ହତ୍ୟା କରିଛନ୍ତି।

Advertisment

ମଙ୍ଗଳବାର ରାତି ପ୍ରାୟ ୯ଟାରେ ସହରର ଗୋଲା କି ମନ୍ଦିର ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଛି। ରିପୋର୍ଟ ଅନୁଯାୟୀ, ମୃତ ଯୁବତୀ ହେଲେ ତନୁ ଗୁର୍ଜର । ମୃତ୍ୟୁ ପୂର୍ବରୁ ସେ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଥିଲେ । ଯେଉଁଥିରେ ତାଙ୍କ ପରିବାର ତାଙ୍କୁ ବିବାହ କରିବାକୁ ବାଧ୍ୟ କରୁଥିବା ଅଭିଯୋଗ କରିଥିଲେ ଏବଂ ସେ ଅନ୍ୟ କାହାକୁ ଭଲ ପାଉଥିଲେ ବୋଲି ମଧ୍ୟ କହିଥିଲେ। ତନୁଙ୍କ ବାପା ମହେଶ ଗୁର୍ଜର ଏହି ପୋଷ୍ଟ ଦେଖି ଭୀଷଣ ରାଗିଯାଇଥିଲେ। ରାଗରେ ତନୁଙ୍କୁ ଏକ ଦେଶୀ ବନ୍ଧୁକରେ ଗୁଳି କରିଥିଲେ। ତନୁଙ୍କ ସମ୍ପର୍କୀୟ ଭାଇ ରାହୁଲ ଏହି ହତ୍ୟାକାଣ୍ଡରେ ସଂପୃକ୍ତ। ସେ ତାଙ୍କ ବାପାଙ୍କ ସହ ମିଶି ଗୁଳି ଚଳାଇଥିଲେ, ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ହତ୍ୟାର କିଛି ସମୟ ପୂର୍ବରୁ, ତନୁ ଏକ ଭିଡିଓ ରେକର୍ଡ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏଥିରେ ସେ ଅଭିଯୋଗ କରିଥିଲେ ଯେ ତାଙ୍କ ପରିବାର ତାଙ୍କ ଇଚ୍ଛା ବିରୁଦ୍ଧରେ ବିବାହ କରାଉଛନ୍ତି। ୫୨ ସେକେଣ୍ଡର ଏହି ଭିଡିଓରେ, ସେ ତାଙ୍କ ବାପା ମହେଶ ଏବଂ ପରିବାରର ଅନ୍ୟ ସଦସ୍ୟଙ୍କ ବିରୋଧ ଅଭିଯୋଗ ଆଣିଥିଲେ ଏବଂ କହିଥିଲେ ଯେ ତାଙ୍କ ଜୀବନ ପ୍ରତି ବିପଦ ଅଛି।

Advertisment

ଭିଡିଓରେ ତନୁ କହିଛନ୍ତି, "ମୁଁ ଭିକିଙ୍କୁ ବିବାହ କରିବାକୁ ଚାହୁଁଛି। ପୂର୍ବରୁ ମୋ ପରିବାର ଏଥିରେ ରାଜି ହୋଇଥିଲେ କିନ୍ତୁ ପରେ ସେମାନେ ମନା କରିଦେଇଥିଲେ। ସେମାନେ ମୋତେ ପ୍ରତିଦିନ ମାଡ଼ ମାରୁଛନ୍ତି ଏବଂ ହତ୍ୟା କରିବାକୁ ଧମକ ଦେଉଛନ୍ତି। ଯଦି ମୁଁ କିଛି କରେ, ତେବେ ମୋତେ ଦଣ୍ଡ ଦିଆଯିବ।" ଯଦି ମୋର କିଛି ହୁଏ , ତେବେ ମୋ ପରିବାର ଏଥିପାଇଁ ଦାୟୀ।" ଭିଡିଓରେ ତନୁ ଯେଉଁ ଭିକିଙ୍କ ନାଁ ନେଇଛନ୍ତି ସେ ଉତ୍ତରପ୍ରଦେଶ ଆଗ୍ରାରେ ରହନ୍ତି ଏବଂ ଗତ ୬ ବର୍ଷ ଧରି ତନୁଙ୍କ ସହିତ ରିଲେସନସିପ୍‌ରେ ଥିଲେ।

ଅଧିକ ପଢ଼ନ୍ତୁ: ଭାରତର ଅପରାଧ ଦୁନିଆର କଳା ଇତିହାସ, ଅପରାଧୀଙ୍କ ଆଖିରେ ଢାଳୁଥିଲେ ଏସିଡ୍

Advertisment

ଭିଡିଓଟି ଭାଇରାଲ ହେବା ପରେ, ପୋଲିସ ଅଧୀକ୍ଷକ ଧରମବୀର ସିଂହଙ୍କ ନେତୃତ୍ୱରେ ପୋଲିସ ଅଧିକାରୀମାନେ ତନୁଙ୍କ ଘରେ ପହଞ୍ଚିଥିଲେ। ପାଟିତୁଣ୍ଡ ଚାଲିଥିବା ବେଳେ ସେମାନଙ୍କ ମଧ୍ୟରେ ଆପୋଷ ସମାଧାନ କରିଥିଲେ। ଏହି ସମସ୍ୟାର ସମାଧାନ ପାଇଁ ପଞ୍ଚାୟତ ମଧ୍ୟ ବସିଥିଲା।  ପଞ୍ଚାୟତରେ ତନୁ ଘରେ ରହିବାକୁ ମନା କରିଦେଲେ ଏବଂ ତାଙ୍କୁ ଏକ ୱାନ୍ ଷ୍ଟପ୍ ସେଣ୍ଟର (ହିଂସା ଦ୍ୱାରା ପ୍ରଭାବିତ ମହିଳାମାନଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ଏକ ସରକାରୀ ଗୃହ)କୁ ନେଇଯିବାକୁ ଅନୁରୋଧ କରିଥିଲେ।

ଏତିକିବେଳେ ତନୁଙ୍କ ବାପା ତାଙ୍କ ସହିତ ଏକା କଥା ହେବାକୁ ଚାହାଁନ୍ତି ବୋଲି କହିଥିଲେ। ଏହା ପରେ ଯାହା ଘଟିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା। ମହେଶଙ୍କ ପାଖରେ ଏକ ଦେଶୀ ପିସ୍ତଲ ଥିଲା ଏବଂ ସେ ତାଙ୍କ ଝିଅର ଛାତିକୁ ଗୁଳି ଚଳାଇଥିଲେ। ସେହି ସମୟରେ ସଂପର୍କୀୟ ଭାଇ ରାହୁଲ ତନୁଙ୍କ ମୁଣ୍ଡ, ବେକ ଏବଂ ମୁହଁକୁ ଗୁଳି ଚଳାଇଥିଲେ । ଘଟଣାସ୍ଥଳରେ ତନୁଙ୍କର ମୃତ୍ୟୁ ହୋଇଥିଲା।

ପୋଲିସ ଗୁଳି ଶବ୍ଦ ଶୁଣିବା ପରେ ଘର ଭିତରକୁ ଯାଇଥିଲା। ସେଠାରେ ତନୁଙ୍କ ବାପା ଏବଂ ଭାଇ ପୋଲିସକୁ ବନ୍ଧୁକ ଦେଖାଇ ଧମକ ଦେଲେ। ପୋଲିସ ତନୁଙ୍କ ବାପାଙ୍କୁ କାବୁ କରିଥିବା ବେଳେ ରାହୁଲ ପିସ୍ତଲ ଧରି ଖସି ପଳାଇବାରେ ସଫଳ ହୋଇଥିଲା। ସୂଚନା ଅନୁଯାୟୀ ତନୁଙ୍କ ବିବାହ ଜାନୁଆରୀ ୧୮ ରେ ହେବାର ଥିଲା । ଏହାର ମାତ୍ର ଚାରି ଦିନ ପୂର୍ବରୁ ତାଙ୍କୁ ହତ୍ୟା କରାଯାଇଛି। ଅଭିଯୁକ୍ତ ବାପା ମହେଶ ଗୁର୍ଜରଙ୍କୁ ଗିରଫ କରାଯାଇଛି ଏବଂ ହତ୍ୟାରେ ବ୍ୟବହୃତ ପିସ୍ତଲ ମଧ୍ୟ ଜବତ କରାଯାଇଛି। ରାହୁଲଙ୍କୁ ଖୋଜିବା ପାଇଁ ପୋଲିସ ତଦନ୍ତ ଆରମ୍ଭ ହୋଇଛି।

ଅଧିକ ପଢନ୍ତୁ: ଜୀବନ ମରଣ ନିର୍ଦ୍ଧାରଣ କଲା ଟସ, ମୃତଶରୀର ସହ ଦୁଷ୍କର୍ମ

Father Kills Daughter Firing Madhya Pradesh Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ