Advertisment

Dress Code: ତଳକୋର୍ଟ ଓକିଲଙ୍କ ପାଇଁ ଖୁସି ଖବର, ଏପ୍ରିଲ ୧ରୁ….

ଖରାଦିନେ ତଳ କୋର୍ଟରେ ଓକିଲମାନେ କଳା କୋଟ୍ ନପିନ୍ଧିଲେ ଚଳିବ । ଏହା ବାଧ୍ୟତାମୂଳକ ନୁହେଁ । ତେବେ କଳା କୋଟ ବଦଳରେ ଏହି ଡ୍ରେସ୍ ପିନ୍ଧିପାରିବେ ।

author-image
Tapan Kumar Swain
ଅଦ୍ୟତନ ହୋଇଛି
Dress For Advocates

Dress For Advocates

ଓକିଲଙ୍କ ପାଇଁ ଡ୍ରେସ୍ କୋଡ୍ କୋହଳ । ଖରାଦିନେ ଆଇନଜୀବୀଙ୍କ ପାଇଁ ବାଧ୍ୟତାମୂଳକ ହେବନି କଳା କୋଟ୍ । ସୁପ୍ରିମକୋର୍ଟ ଏବଂ ହାଇକୋର୍ଟ ବ୍ୟତୀତ ଅନ୍ୟ କୋର୍ଟମାନଙ୍କରେ ଚଳିତ ବର୍ଷ ଖରାଦିନେ ଆଇନଜୀବୀଙ୍କ ପାଇଁ କଳା କୋଟ୍ ଏବଂ ଗାଉନ ବାଧ୍ୟତାମୂଳକ ହେବନାହିଁ । ଏପ୍ରିଲ ୧ରୁ ଜୁନ୍ ୩୦ ପର୍ଯ୍ୟନ୍ତ ଅଦାଲତରେ ମାମଲା ପରିଚାଳନା ବେଳେ ଆଇନଜୀବୀମାନେ ବିନା କଳା କୋଟ୍ ଓ ଗାଉନରେ ବି ମାମଲା ପରିଚାଳନା କରି ପାରିବେ । ଆଇନଜୀବୀମାନେ ଧଳା ସାର୍ଟ ସହିତ କଳା, ଧଳା ଷ୍ଟ୍ରାଇପଯୁକ୍ତ ବା ଧୂସର ପ୍ୟାଣ୍ଟ, ଟାଇ ବ୍ୟାଣ୍ଡ୍ ଓ କୋଲାର ପିନ୍ଧି ମାମଲା ପରିଚାଳନା କରି ପାରିବେ । ଦେଶରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି କିଛି ମାସ ପାଇଁ କଳା କୋଟ୍ ବାଧ୍ୟତାମୂଳକ କରାନଯିବା ପ୍ରସଂଗରେ ବାର୍ କାଉନସିଲ ଅଫ ଇଣ୍ଡିଆ ନିଷ୍ପତ୍ତି ନେଇଥିଲା। ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ପ୍ରସ୍ତାବ ଗ୍ରହଣ କରାଯାଇଛି।

Advertisment

ଆଡଭୋକେଟ୍ସ ଆଇନ- ୧୯୬୧ ଅନୁସାରେ କାର୍ଯ୍ୟରତ ଓକିଲଙ୍କ ପାଇଁ ଡ୍ରେସ କୋଡର ବ୍ୟବସ୍ଥା ରହିଛି । ଏପରିକି ପୁରୁଷ ଓକିଲ କେଉଁ ପ୍ରକାରର ଡ୍ରେସ ପିନ୍ଧିବେ ଓ ମହିଳା ଓକିଲ କେଉଁ ପ୍ରକାରର ଡ୍ରେସ୍ ପିନ୍ଧିବେ, ତାହା ନିର୍ଦ୍ଧାରିତ ହୋଇଛି । କିନ୍ତୁ ଗ୍ରୀଷ୍ଣ ପ୍ରବାହକୁ ଦୃଷ୍ଟିରେ ରଖି ଭାରତୀୟ ବାର୍ କାଉନସିଲ୍ ଏହି ଡ୍ରେସ କୋଡ୍ କୋହଳ କରିବା ପାଇଁ ପରାମର୍ଶ ଦେଇଛି । ଏହା ପରେ ବିଭିନ୍ନ ରାଜ୍ୟର ବାର୍ କାଉନସିଲ୍ ଏହି ପ୍ରସ୍ତାବକୁ ଗୃହୀତ କରି କାର୍ଯ୍ୟକାରୀ କରୁଛନ୍ତି । ଏପରିକି ମହାରାଷ୍ଟ୍ର ଓ ଗୋଆ ବାର୍ କାଉନସିଲ୍ ମାର୍ଟ୍ଟ ୧ରୁ ଜୁନ୍ ୩୦ ପର୍ଯ୍ୟନ୍ତ ଏହି ଡ୍ରେସ କୋଡ କୋହଳ କରିଛି । ପୂର୍ବରୁ ମହାରାଷ୍ଟ୍ର ଓ ଗୋଆ ବାର୍ କାଉନସିଲ୍ ମେ’ ଓ ଜୁନ୍ ମାସରେ ଡ୍ରେସ କୋଡ୍ କୋହଳ କରୁଥିଲା । ଏ ବର୍ଷ ଏହାକୁ ମାର୍ଚ୍ଚ ପର୍ଯ୍ୟନ୍ତ ବଢ଼ାଯାଇଛି । ଅନ୍ୟ କେତେକ ରାଜ୍ୟରେ ମଧ୍ୟ ଖରାଦିନ ପାଇଁ ଓକିଲଙ୍କ ଡ୍ରେସ କୋଡ୍ କୋହଳ ହୋଇଛି । 

ଅଧିକ ପଢ଼ନ୍ତୁ:  ଦିନେ ତୃତୀୟ ଶ୍ରେଣୀର ଓକିଲ ଥିଲେ ସଞ୍ଜୀବ ଖାନ୍ନା !

Summer Bar Council Advocates Dress Code
Advertisment
Advertisment