/odishatv-khabar/media/post_attachments/uploadimage/library/16_9/16_9_0/IMAGE_1727778879.jpg)
Food Safety Officer Under Vigilance Scanner
ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଫୁଡ୍ ସେଫ୍ଟି ଅଧିକାରୀ । କେନ୍ଦ୍ରାପଡାର ଫୁଡ୍ ସେଫ୍ଟି ଅଫିସର ବିଭାଶ ମଜୁମଦାରଙ୍କୁ ଧରିଲା ଭିଜିଲାନ୍ସ ।
Advertisment
ବାବା ପଲିଟ୍ରେଡ୍ରସ ଲାଇସେନ୍ସ ରିନୁ ପାଇଁ ମାଲିକ ସଞ୍ଜୟ ପ୍ରଧାନଙ୍କୁ ବାରମ୍ବାର ହଇରାଣ କରୁଥିଲେ। ଆଗରୁ ୪୦ ହଜାର ଟଙ୍କା ନେଇଥିଲେ। ଆଉ ଅବଶିଷ୍ଟ ଟଙ୍କା ନେବାକୁ ଆଜି ସମୟ ଦେଇଥିଲେ । ନିର୍ଦ୍ଧାରିତ ସମୟରେ ଜାତୀୟ ରାଜପଥ ତିନିମୁହାଣୀ ଛକରୁ ଭିଜିଲାନ୍ସ ଟିମ୍ ତାଙ୍କୁ ଅପେକ୍ଷା କରିଥିଲେ।
ଅଧିକ ପଢନ୍ତୁ: ପୋଲିସକୁ ମହଙ୍ଗା ପଡ଼ିଲା ଲାଞ୍ଚ; ୨ ପୋଲିସ ଅଧିକାରୀଙ୍କୁ ମାଡ଼ିବସିଲା ଭିଜିଲାନ୍ସ ଟିମ୍ ...
Advertisment
ସଞ୍ଜୟଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ତାଙ୍କୁ କାବୁ କରିଛି। ଭିଜିଲାନସ୍ ଟିମ୍ ଭଡ଼ା ଘର, ପୈତୃକ ଘରେ ରେଡ କରିଛି । ଭିଜିଲାନସ୍ ଟିମ୍କୁ ଦେଖି କାନ୍ଦିବା ଆରମ୍ଭ କରିଥିଲେ ଫୁଡ୍ ସେଫ୍ଟି ଅଧିକାରୀ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)