• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବ୍ଲାକ୍‌ମେଲ୍ କ୍ୱିନ୍ ଅର୍ଚ୍ଚନାର ନାଗଫାସରେ ରାଜ୍ୟର ୨୫ ହାଇପ୍ରୋଫାଇଲ ନେତା ! ତା ଜାଲରେ ଫସିଛନ୍ତି ପ୍ରାୟ ୧୮ ବିଧାୟକ ! ରାଜ୍ୟର ବହୁ ବଡ଼ବଡ଼ିଆ ନେତା ଓ ଭିଭିଆଇପିଙ୍କୁ ନିଜ ହନିଟ୍ରାପରେ ଫସାଇ ଚର୍ଚ୍ଚାକୁ ଆସିଥିବା ଅର୍ଚ୍ଚନା ନାଗ ସମ୍ପର୍କରେ ଦୈନିକ ଆସୁଛି ନୂଆ ଓ ରୋଚକ ତଥ୍ୟ । ଏକ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଅର୍ଚ୍ଚନା ଫାଶରେ ଯେତିକି ଫସିଛନ୍ତି, ତା ଭିତରେ ଅଛନ୍ତି ୨୫ ଜଣ ନେତା । ଆଉ ଯେଉଁ ୧୮ ବିଧାୟକ ।

ସେଥିରୁ ଅଧିକାଂଶ ବିଜେଡି ର ବୋଲି ଚର୍ଚ୍ଚା ହେଉଛି । ତେଣୁ ଖାସ୍ ଏଇ କାରଣ ପାଇଁ ହିଁ ଅର୍ଚ୍ଚନା ସମ୍ପର୍କରେ କମିଶନରେଟ୍ ପୋଲିସର ତଦନ୍ତ ବାଟବଣା ହୋଇଥିବା କୁହାଯାଉଛି । କାରଣ ତଦନ୍ତ ଆଗେଇଲେ ସରକାରଙ୍କ ପ୍ରତି ବଢ଼ିପାରେ ଅଡୁଆ । ତେଣୁ ଅର୍ଚ୍ଚନା ମାମଲାକୁ ନେଇ କମିଶନରେଟ୍ ପୋଲିସ୍ ଏବେ ହରଡ଼ଘଣାରେ । ଏପଟେ ବିଜେପି ନେତା ବାବୁ ସିଂ କହିଛନ୍ତି, ଲେଡି ବ୍ଲାକମେଲର ଅର୍ଚ୍ଚନାଙ୍କ ଲିଙ୍କରେ ଅଛନ୍ତି ରାଜ୍ୟର ୩ ମନ୍ତ୍ରୀ । ବିଜେଡିର ବହୁ ଯୁବ ନେତୃତ୍ୱ ବି ଅର୍ଚ୍ଚନାଙ୍କ ଘରକୁ ରୀତିମତ ଯାଆସ କରୁଥିଲେ । ଅର୍ଚ୍ଚନାର ସ୍ୱାମୀ ଜଗବନ୍ଧୁ ଚାନ୍ଦ ଡ୍ରଗ୍ସ କାରବାର ଭଳି ସାଂଘାତିକ ଅପରାଧରେ ସଂପୃକ୍ତ ଥିବା କହିଛନ୍ତି ବାବୁ ସିଂ ।

ଅଧିକ ପଢ଼ନ୍ତୁ: ରଙ୍ଗଶାଳାକୁ ଡାକି ଚୋରାରେ ଅର୍ଚ୍ଚନା କରୁଥିଲା ଭିଡିଓ ସୁଟ୍, ଚାବି ରିଙ୍ଗ୍-ଭ୍ୟାନିଟି-ବଲ୍‌ବରେ ଲାଗୁଥିଲା ସ୍ପାଏ କ୍ୟାମେରା

ଏପଟେ ଖଣ୍ଡଗିରି ପୋଲିସ ଅର୍ଚ୍ଚନାକୁ ଗିରଫ କରି ଜେଲ୍ ପଠାଇବାର ସପ୍ତାହେ ବିତିଲାଣି । ୟା ଭିତରେ ଅର୍ଚ୍ଚନା ଓ ସ୍ୱାମୀ ଜଗବନ୍ଧୁ ସହ ମାଳ ମାଳ ନେତା ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ହେଲେ ପୋଲିସ ଅର୍ଚ୍ଚନାକୁ ଏଯାଏଁ କାହିଁକି ରିମାଣ୍ଡରେ ଆଣି ଜେରା କରୁନି ତାକୁ ନେଇ ଉଠିଛି ପ୍ରଶ୍ନ ।

ସେହିଭଳି ଅର୍ଚ୍ଚନାଙ୍କ କଳାଧନ୍ଦାର ଗୁମର ଖୋଲିଥିବା ପୀଡ଼ିତା ଶ୍ରଦ୍ଧାଞ୍ଜଳିଙ୍କ ଏତଲାକୁ ନେଇ ପୋଲିସ ତଦନ୍ତର ଦିଗ କୁଆଡ଼େ ? ଧାରା ୧୬୪ରେ ପୀଡ଼ିତାଙ୍କର ବୟାନ କାହିଁକି ରେକର୍ଡ କରାଯାଉନି ? ଅର୍ଚ୍ଚନାଙ୍କ ଡାଏରୀ, ହାର୍ଡଡିସ୍କ ଓ ମୋବାଇଲରୁ ଆଉ କି ତଥ୍ୟ ମିଳିଛି ? ଏ ମାମଲାରେ ପୋଲିସର ତଦନ୍ତ ଓ କ୍ରିୟାଶିଳତାକୁ ନେଇ ଉଠୁଛି ହଜାରେ ପ୍ରଶ୍ନ । ତେଣୁ ମାମଲାର ତଦନ୍ତ ସିବିଆଇ କରୁ ବୋଲି ବିଜେପି ଦାବି ଦୋହରାଇଥିବା ବେଳେ ହାଇକୋର୍ଟର ଜଣେ ସିଟିଂ ଜଜ୍‌ଙ୍କ ତତ୍ତ୍ୱାବଧାନରେ ତଦନ୍ତ ପାଇଁ ପୁଣି ଦାବି କରିଛି କଂଗ୍ରେସ ।