/odishatv-khabar/media/post_attachments/uploadimage/library/16_9/16_9_0/IMAGE_1665676310.jpg)
Archana Nag
ରହୁଥିଲେ ପଳାଶୁଣିର ଆଲିସାନ ବଙ୍ଗଳାରେ । ତାଙ୍କ ବେପାର ଚାଲୁଥିଲା ଜାଗମରାସ୍ଥିତ ଭଡ଼ାଘରେ । ଯେଉଁଠି ଅର୍ଚ୍ଚନା ଖୋଲିଥିଲେ ଗୁପ୍ତ ରଙ୍ଗଶାଳା । ଖଣ୍ଡଗିରି ଥାନା ଜାଗମରା ସ୍ଥିତ ଏକ ଘରକୁ ଭଡ଼ା ସୂତ୍ରରେ ନେଇ ସେଇଠି ହିଁ ଅର୍ଚ୍ଚନା ଚଳାଇଥିଲେ ତାଙ୍କ ସେକ୍ସଟୋରେସନ୍ ସାମ୍ରାଜ୍ୟ । କୁହାଯାଉଛି ଜାଗମରା ଅଞ୍ଚଳରେ ଥିବା ଅର୍ଚ୍ଚନାଙ୍କର ଏକ ରଙ୍ଗଶାଳାରେ ଶିକାର ବନୁଥିଲେ ନେତା, ମନ୍ତ୍ରୀ ଓ ଅଫିସର ।
ଅର୍ଚ୍ଚନାଙ୍କ ହନି ଟ୍ରାପ୍ରେ ଫସିବା ପରେ ସେହି ରଙ୍ଗଶାଳାକୁ ଆସନ୍ତି ବଡ଼ବଡ଼ିଆ ବାବୁ । ସୁନ୍ଦରୀ ଯୁବତୀଙ୍କ ସହ ଅସଂଯତ ହେବା ବେଳେ ପୂର୍ବରୁ ଅର୍ଚ୍ଚନା ବିଛାଇଥିବା ଜାଲରେ ଫସନ୍ତି । ବଡବଡ଼ିଆଙ୍କ ଦୁର୍ବଳ ମୁହୂର୍ତ୍ତକୁ ଅତି ଚତୁରତାର ସହ ସିକ୍ରେଟ୍ କ୍ୟାମେରାରେ ସୁଟ୍ କରି ନିଅନ୍ତିି ଅର୍ଚ୍ଚନା । ଏଥିପାଇଁ ବ୍ୟବହାର ହୋଇଥାଏ ଚାବି ରିଙ୍ଗ୍, ଭ୍ୟାନିଟି ଓ ବଲ୍ବରେ ସେଟ୍ ହୋଇଥିବା ସ୍ପାଏ କ୍ୟାମେରା । ଯାହା ସମ୍ପର୍କରେ ଟେର ବି ପାଆନ୍ତିନି ରଙ୍ଗଶାଳାରେ ଥିବା ଅତିଥି ।
ଏପଟେ ଗୁପ୍ତରେ ଭିଡିଓ ସୁଟ୍ ପରେ ବ୍ଲାକମେଲିଂ ଆରମ୍ଭ କରିଥାଏ ଅର୍ଚ୍ଚନା । ଟ୍ରାପ୍ ସରିବା ପରେ ସଂପୃକ୍ତ ବ୍ୟକ୍ତିଙ୍କ ପାଖକୁ ଫଟୋ ମେସେଜ୍ ପଠାଇ ଡିଲ ସହ ମୁଲଚାଲ ବି କରେ ଅର୍ଚ୍ଚନା । ଦାବି କରୁଥିବା ଅର୍ଥ ନମିଳିଲେ ସଂପୃକ୍ତ ଯୁବତୀଙ୍କୁ ମୋହରା କରି ଥାନାରେ ଏତଲାର ଧମକ ମିଳେ । ଆଉ ରାଜି ହୋଇ ମୋଟା ଅଙ୍କର ଟଙ୍କା ମିଳିଯିବା ପରେ ବଡ଼ବଡ଼ିଆଙ୍କ ସହ ଏକ ଏଗ୍ରିମେଣ୍ଟ କରିଥାଏ ଅର୍ଚ୍ଚନା ।
ଏପଟେ ସେକ୍ସଟୋରେସନରୁ ଅନୈତିକ ଉପାୟରେ ଅଜଶ୍ର ଟଙ୍କା ରୋଜଗାର କରିଥିବା ଅନୁମାନ କରାଯାଉଥିବାରୁ ଅର୍ଚ୍ଚନାର ଆକାଉଣ୍ଟରେ କେତେ ଟଙ୍କା କାରବାର ହୋଇଛି, ତାହା ଜାଣିବାକୁ ପୋଲିସ ରିଜର୍ଭ ବ୍ୟାଙ୍କକୁ ଚିଠି ଲେଖିଥିଲା । ରିଜର୍ଭ ବ୍ୟାଙ୍କ ପକ୍ଷରୁ ଅର୍ଚ୍ଚନାର ୫ଟି ଆକାଉଣ୍ଟ ସମ୍ପର୍କରେ ପୋଲିସକୁ ତଥ୍ୟ ମିଳିଛି । ଗତ ୬ ମାସ ଭିତରେ ଏସବୁ ଆକାଉଣ୍ଟରେ ୫ କୋଟିରୁ ଅଧିକ କାରବାର ହୋଇଥିବା ସୂଚନା ପାଇଛି ପୋଲିସ । କିଛି ମାସ ତଳେ ନୟାଗଡ଼ର ଜଣେ ଯୁବ ବ୍ୟବସାୟୀ ୫୦ ଲକ୍ଷ ଟଙ୍କା ଦେଇଥିବା ତଥ୍ୟ ବି ସାମନାକୁ ଆସିଛି ।
(ରିପୋର୍ଟ- ଆଲୋକ ମହାନ୍ତି, ଭୁବନେଶ୍ୱର)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)