• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବ୍ଲାକମେଲ୍ କୁଇନ୍ ଅର୍ଚ୍ଚନା ନାଗ ରିମାଣ୍ଡରେ ଆସିବେ । ଅର୍ଚ୍ଚନାଙ୍କୁ ରିମାଣ୍ଡରେ ଆଣିବାକୁ ଇଡିର ଯୋଜନା । ରିମାଣ୍ଡରେ ଆଣିବାକୁ ପ୍ରସ୍ତୁତି ଆରମ୍ଭ କଲା ଇଡି । କାଲି କୋର୍ଟରେ ପ୍ରଡକ୍ସନ ରିମାଣ୍ଡ ଆବେଦନ ପାଇଁ ପ୍ରସ୍ତୁତି । ଅର୍ଚ୍ଚନାଙ୍କୁ ଆଣି ଶ୍ରଦ୍ଧାଞ୍ଜଳି, ଅକ୍ଷୟ ପରିଜାଙ୍କ ସହ ମିଳିତ ଜେରା ପାଇଁ ଯୋଜନା କରୁଛି ଇଡି ।

ଅଧିକ ପଢ଼ନ୍ତୁ: ପ୍ରଭାବଶାଳୀଙ୍କ ଛାତି ଧଡ଼ଧଡ଼: ଅର୍ଚ୍ଚନା ମାମଲାରେ ସମନ ପାଇଥିବା ବଡ଼ବଡ଼ିଆଙ୍କ ହାଜିରା ପ୍ରକ୍ରିୟା ଆରମ୍ଭ

ଅନ୍ୟପଟେ ଗତକାଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ବେଳେ କିଛି ମିଡିଆ ଉପରେ ବର୍ଷିଥିଲେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା । ଗତକାଲି ୬ ଘଣ୍ଟା ପାଇଁ ଜେରା ହୋଇଥିବା ବେଳେ ଆଜି ପୁଣି ସକାଳ ୧୦ଟାରେ ସେ ଇଡି ଅଫିସ୍‌ରେ ସେ ପହଞ୍ଚିଥିଲେ ।  କିଛି ଚ୍ୟାନେଲ ଦାୟିତ୍ୱହୀନ ଭାବେ ଖବର ପରିବେଷଣ କରୁଥିବା ସେ ଅଭିଯୋଗ କରିଛନ୍ତି ।

ସେ କହିଛନ୍ତି, ‘ମୁଁ ପୀଡ଼ିତ, ଏଭଳି ମିଥ୍ୟା ଖବର ପରିବେଷଣ ଠିକ୍ ନୁହେଁ । ଯାହା ନାଁରେ ଖବର କରୁଛନ୍ତି, ସେ ହୁଏତ ଆପଣଙ୍କ ସଂପର୍କୀୟ ହୋଇପାରନ୍ତି । ସେ ଆପଣଙ୍କ ଭାଇ, ବାପା, ମାମୁ, ଦାଦା ହୋଇ ପାରନ୍ତି । ହେଲେ ମନ ଇଚ୍ଚା ଲେଖୁଥିବାରୁ ସମସ୍ତଙ୍କୁ ମୁଁ କୋର୍ଟକୁ ନେଇପାରେ କହିଛନ୍ତି ଅକ୍ଷୟ ପରିଜା । ସେହିପରି ଇଡିରୁ ଆସିବା ପରେ ସବୁ କହିବି ବୋଲି ସେ କହିଛନ୍ତି ।’

ଅକ୍ଷୟ ପରିଜାଙ୍କ ବ୍ୟତୀତ ଅର୍ଚ୍ଚନା ନାଗ ମାମଲାରେ ଆଜି ଇଡିରେ ହାଜର ହୋଇଛନ୍ତି ବହୁଚର୍ଚ୍ଚିତ ଯୁବତୀ ଶ୍ରଦ୍ଧାଞ୍ଜଳି ବେହେରା । ସମନ ପରେ ଭୁବନେଶ୍ୱର ଇଡି ଅଫିସରେ ହାଜର ହୋଇଛନ୍ତି ଶ୍ରଦ୍ଧାଞ୍ଜଳି । ସେ ହେଉଛନ୍ତି ଅର୍ଚ୍ଚନାଙ୍କ ଅନ୍ୟତମ ସହଯୋଗୀ । ଅର୍ଚ୍ଚନାଙ୍କ ବିଭିନ୍ନ ଟ୍ରାନଜାକ୍ସନ୍ ଓ ବ୍ୟବସାୟ ନେଇ ତାଙ୍କୁ ପଚରାଉଚରା କରାଯାଉଛି । ବିଶେଷ ଭାବେ ଶ୍ରଦ୍ଧାଞ୍ଜଳୀଙ୍କୁ ଅକ୍ଷୟ ପରିଜାଙ୍କ ଲିଙ୍କ୍‌ରେ ଜେରା କରାଯାଇଛି ।