• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଇଡି ଅଫିସରେ ହାଜର ହେଲେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା । ବ୍ଲାକମେଲିଂ, ହନିଟ୍ରାପ୍ ଓ ଅର୍ଥ କାରବାର ମାମଲାରେ ଇଡିରେ ହାଜର ହୋଇଛନ୍ତି । ପୂର୍ବରୁ ୩ କୋଟି ଟଙ୍କା ବ୍ଲାକମେଲିଂ ନେଇ ଥାନାରେ ଅଭିଯୋଗ କରିଥିଲେ ଫିଲ୍ନ ନିର୍ଦ୍ଦେଶକ ଅକ୍ଷୟ ପରିଜା । ଏପରିକି ଟଙ୍କା ନଦେଲେ ହତ୍ୟା ଧମକ ଦିଆଯାଇଥିବା ଏତଲାରେ ଦର୍ଶାଇଥିଲେ । ତେବେ ବ୍ଲାକ୍‌ମେଲ କରି ଅର୍ଚ୍ଚନା କେତେ ଟଙ୍କା ନେଇଛି ? କେବେ ଠାରୁ ଅକ୍ଷୟଙ୍କୁ ବ୍ଲାକ୍‌ମେଲ୍‌ କରାଯାଉଥିଲା ? ଅକ୍ଷୟ ଏମାନଙ୍କୁ କେତେ ଟଙ୍କା ଦେଇଛନ୍ତି ? ଏସବୁ ଲିଙ୍କ୍‌ରେ ଇଡି ଅକ୍ଷୟ ପରିଜାଙ୍କୁ ପଚରାଉଚରା କରିପାରେ ।

ଅଧିକ ପଢ଼ନ୍ତୁ: ଓଲିଉଡ ପ୍ରଡ୍ୟୁସର ଅକ୍ଷୟ ପରିଜାଙ୍କ ଆପତ୍ତିଜନକ ଫଟୋ, ଭିଡ଼ିଓ ଭାଇରାଲ୍

ତେବେ ପୂର୍ବରୁ ମଧ୍ୟ ଅକ୍ଷୟ ପରିଜାଙ୍କୁ ଇଡିରେ ହାଜର ପାଇଁ ନୋଟିସ୍ ହୋଇଥିଲେ ବି ଅସୁସ୍ଥତା ଯୋଗୁ ସେ ହାଜର ହୋଇପାରିନଥିବା ଜଣାଇଥିଲେ ତାଙ୍କ ଓକିଲ । ଅକ୍ଷୟ ବିଦେଶରୁ ଫେରିବା ପରେ ଅସୁସ୍ଥ ଥିବାରୁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ହୋମ କ୍ୱାରେଣ୍ଟିନରେ ଅଛନ୍ତି । ତେଣୁ ତାଙ୍କୁ ଅନ୍ୟ ତାରିଖ ଦେବାକୁ ଓକିଲ ଇଡିକୁ ଜଣାଇଥିଲେ । ଏହି ଆଧାରରେ ତାଙ୍କୁ ଅନ୍ୟ ତାରିଖରେ ହାଜର ପାଇଁ ସମୟ ମିଳିବ ବୋଲି ଅକ୍ଷୟଙ୍କ ଓକିଲ ସୂଚନା ଦେଇଥିଲେ । ତେବେ ଆଜି ଇଡିରେ ହାଜର ହୋଇଛନ୍ତି ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ।

ବ୍ଲାକ୍‌ମେଲ କରି ତାଙ୍କୁ ୩ କୋଟି ମଗାଯାଇଥିବା ଥାନାରେ ଏତଲା ଦେଇଥିଲେ ଅକ୍ଷୟ । ତେବେ ଅକ୍ଷୟ ବ୍ଲାକ୍ ମେଲ୍ ମାମଲାରେ କେତେ ଟଙ୍କା ଦେଇଛନ୍ତି, ୩ କୋଟି ଟଙ୍କା ମଗାଯାଇଥିବା ବେଳେ ସେ କେତେ ଟଙ୍କା ଦେଇଥିଲେ, ଅର୍ଚ୍ଚନା ନା ଆଉ କାହାକୁ ଟଙ୍କା ଦେଇଛନ୍ତି । ଏବାଦରେ ତଥ୍ୟ ଓଗାଳିବାକୁ ଯୋଜନା କରିଛି ଇଡି । ଏପରିକି ଟଙ୍କା ନଦେଲେ ହତ୍ୟା ଧମକ ଦିଆଯାଇଥିବା ଏତଲାରେ ଦର୍ଶାଇଥିଲେ ଅକ୍ଷୟ ।