/odishatv-khabar/media/post_attachments/uploadimage/library/16_9/16_9_0/IMAGE_1732170793.jpg)
Vigilance Raid In Odisha
ସୁବର୍ଣ୍ଣପୁର ଜିଲ୍ଲା ଖାଦ୍ୟ ଯୋଗାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍ ଘଟଣା । CSO ସୁରେଶ ପାଣିଗ୍ରାହୀଙ୍କୁ ଗିରଫ କଲା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି ।
ରେଡ୍ ବେଳେ ୨ଟି କୋଠା, ଗୋଟିଏ ଫାର୍ମ, ୧୯ ପ୍ଲଟ୍ ମିଳିଥିଲା । ଏଥିସହ ୫ ଶହ ଶାଗୁଆନ ଗଛ ଥିବା ୪ ଏକର ଜମି ଠାବ ହୋଇଥିଲା । ତା ସହ ମିଳିଥିଲା ୧ କୋଟି ୭୨ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ୍ ଓ ୧ଲକ୍ଷ ୪୯ ହଜାର ନଗଦ ଟଙ୍କା । ଗତକାଲି ସୁରେଶ ପାଣିଗ୍ରାହୀଙ୍କ ଭଡ଼ାଘର ଓ କାର୍ଯ୍ୟାଳୟରେ ରେଡ୍ କରିଥିଲା ଭିଜିଲାନ୍ସ ଟିମ୍ । ଭୁବନେଶ୍ୱର, ବଲାଙ୍ଗିର, ସୁବର୍ଣ୍ଣପୁର,ବରଗଡ଼ରେ ୧୧ଟି ସ୍ଥାନରେ ରେଡ୍ ହୋଇଥିଲା।
ଅଧିକ ପଢ଼ନ୍ତୁ: ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ; ‘ମୋତେ ପିଟିଲେ ଚେନ୍ ଝାମ୍ପିନେଲେ’
2 bldgs, 19 plots, a 4 Acre Farm House, Deposits over Rs.1.72 Crore, Cash Rs.1.49 Lakhs,etc. unearthed in ongoing DA search of Sri Suresh Kumar Panigrahi, CSO, #Subarnapur.
Benami investments in Petrol Pump, Flyash Factory, JCB Machine & Tractors suspected & under verification.— Odisha Vigilance (@OdishaVigilance) November 20, 2024
ଏହା ସହିତ ୧୯ଟି ପ୍ଲଟ୍ ମଧ୍ୟରୁ ୩ଟି ଭୁବନେଶ୍ବରରେ ଏବଂ ୪ଟି ସମ୍ବଲପୁରରେରହିଛି। ସେପଟେ ୪ଟି ପ୍ଲଟ୍ ବଲାଙ୍ଗୀରରେ ଏବଂ ୧୧ଟି ବରଗଡ ଜିଲ୍ଲାରେ ରହିଛି। ତାଙ୍କ ପାଖରେ ଏସବୁ ସମ୍ପତ୍ତି କେଉଁଠାରୁ ଆସିଲା ତାହାର ସେ ସନ୍ତୋଷଜନକ ଉତ୍ତର ଭିଜିଲାନ୍ସକୁ ଦେଇ ପାରି ନ ଥିଲେ।
ଏହା ପରେ ସୁରେଶ କୁମାର ପାଣିଗ୍ରାହୀ ସିଏସଓକୁ ଓଡିଶା ଭିଜିଲାନ୍ସ ଦ୍ୱାରା ଗିରଫ କରାଯାଇଛି। ଗୁରୁବାର ତାଙ୍କୁ କୋର୍ଟ ଚାଲାଣ କରାଯିବ। ଏସମ୍ପର୍କରେ ସମ୍ବଲପୁର ଭିଜିଲାନ୍ସ ପିଏସରେ ମାମଲା ନମ୍ବର ୨୭/୨୦୨୪ ତାଙ୍କ ବିରୋଧରେ ପଞ୍ଜିକୃତ ହୋଇଛି । ମାମଲାର ତଦନ୍ତ ଚାଲିଛି ।
୪ ଦିନ ତଳେ କେଜିଏ ସୁନା ଗହଣା, ବିଡ଼ା ବିଡ଼ା ଟଙ୍କା, ପୁଳା ପୁଳା ଦାମୀ ପ୍ଲଟ୍ ଓ ଫ୍ଲାଟ୍ । ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଏକାଦିନରେ ତିନି ତିନି ଜଣ ସରକାରୀ ବଡ଼ ବାବୁଙ୍କ ଘରୁ ଆଖି ତରାଟିଲା ଭଲି ସଂପତ୍ତି ଠାବ କରିଥିଲେ ଭିଜିଲାନ୍ସ । ଏମାନଙ୍କ ଭିତରେ ରହିଥିଲେ ଜଣେ ଉପଜିଲ୍ଲାପାଳ, ଜଣେ ପୋଲିସ୍ ହାଉସିଂ କର୍ପୋରେସନର ଡିଜିଏମ୍, ଆଉ ଅନ୍ୟ ଜଣଙ୍କ ଲାଞ୍ଚୁଆ ଡାକ୍ତର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)