/odishatv-khabar/media/post_attachments/uploadimage/library/16_9/16_9_0/IMAGE_1730440111.jpg)
Delhi man, nephew shot dead
ଦୀପାବଳିରେ ରକ୍ତ ରଞ୍ଜିତ ହେଲା ରାଜଧାନୀ । ବାଣ ସହ ଦିଲ୍ଲୀରେ ଫୁଟିଲା ଗୁଳି । ବାଣ ଫୁଟାଉଥିବାବେଳେ ଗୁଳି କରି ଦୁଇ ଜଣଙ୍କୁ ହତ୍ୟା କଲେ ଦୁବୃର୍ତ୍ତ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଦିଲ୍ଲୀର ଶାହଦରାରେ । ଦୀପାବଳି ରାତିରେ ଗୋଟିଏ ପରିବାର ଦୁଇଟି ଦୀପ ଲିଭିଯାଇଛି । ସୂଚନା ଅନୁସାରେ ଗୁରୁବାର ପରିବାର ସହ ଘର ବାହାରେ ଦୀପାବଳି ପାଳନ କରୁଥିବାବେଳେ ଦୁଇଜଣ ଦୁବୃର୍ତ୍ତ ଆସି ଜଣେ ୪୦ ବର୍ଷ ବୟସ୍କା ବ୍ୟକ୍ତି ଓ ତାଙ୍କ ୧୬ ବର୍ଷର ପୁତୁରାଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ତେବେ ଏହି ଘଟଣାରେ ମୃତ ବ୍ୟକ୍ତିଙ୍କ ୧୦ ବର୍ଷ ପୁଅ ମଧ୍ୟ ଗୁରୁତର ଆହତ ହୋଇଛନ୍ତି ।
ଜଣେ ପୋଲିସ୍ ଅଧିକାରୀ କହିଛନ୍ତି ଯେ, ଏହି ଘଟଣାରେ ଆକାଶ ଶର୍ମା ଓରଫ ଛୋଟୁ ଏବଂ ତାଙ୍କ ପୁତୁରା ଋଷଭ ଶର୍ମାଙ୍କ ମୃତ୍ୟୁ ହୋଇଛି । ସେହିପରି ଆକାଶ ଶର୍ମାଙ୍କ ପୁଅ କ୍ରିଷ ଶର୍ମା ଗୁରୁତର ଆହତ ହୋଇଛନ୍ତି । ସେ କହିଛନ୍ତି ଯେ ପୀଡିତାମାନେ ଶାହାଦାର ଫାର୍ଶ ବଜାର ଅଞ୍ଚଳରେ ନିଜ ଘର ବାହାରେ ଦୀପାବଳି ପାଳନ କରୁଥିଲେ । ତେବେ ରାତି ପ୍ରାୟ ୮ଟା ସମୟରେ ତାଙ୍କୁ ଆକ୍ରମଣ କରାଯାଇଥିଲା ।
दीपावली की रात दिल्ली में चाचा-भतीजे का मर्डर।
दीवाली की बधाई दी, पैर छुएँ और गोली मार हत्या की।
भतीजे ने पीछा कर पकड़ने की कोशिश की तो उसकी भी हत्या की।
दिल्ली के शहादरा की घटना। pic.twitter.com/txkEE1mAqN
— Jitender Sharma (@capt_ivane) November 1, 2024
ପୋଲିସ୍ ଅଧିକାରୀ ଜଣକ ଆହୁରି କହିଛନ୍ତି, 'ରାତି ପ୍ରାୟ ୮.୩୦ ସମୟରେ PCR ଏକ ଫୋନ୍ କଲ୍ ପାଇବା ପରେ ଶାହାଦାରାକୁ ଏକ ପୋଲିସ୍ ଟିମ୍ ପଠାଯାଇଥିଲା । ହତ୍ୟାକାଣ୍ଡର ପ୍ରତ୍ୟକ୍ଷଦର୍ଶୀମାନେ ପୋଲିସକୁ କହିଛନ୍ତି ଯେ ଅଭିଯୁକ୍ତ ଜଣକ ତାଙ୍କ ଉପରକୁ ଗୁଳି ଚଳାଇବା ପୂର୍ବରୁ ଆକାଶ ଶର୍ମାଙ୍କ ପାଦ ଛୁଇଁଥିଲେ । ତେବେ ଗୁଳିକାଣ୍ଡ ପରେ ସମସ୍ତ ଆହତଙ୍କୁ ଡାକ୍ତରଖାନା ନିଆଯାଇଥିଲା କିନ୍ତୁ ସେଠାରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିଲା ।
ଏହି ଘଟଣାର ସିସିଟିଭି ଫୁଟେଜ୍ ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ଆକାଶ ଏବଂ ଋଷଭ ହଳଦିଆ କୁର୍ତ୍ତାରେ ରାସ୍ତାରେ ବାଣ ଫୁଟାଉଥିବାର ଦେଖିବାକୁ ମିଳୁଛି । ଏହି ସମୟରେ ଦୁଇଜଣ ବ୍ୟକ୍ତି ଏକ ସ୍କୁଟିରେ ଆସଲେ ଏବଂ ସ୍କୁଟରରେ ବସିଥିବା ବ୍ୟକ୍ତିଜଣକ ଆକାଶଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲେ । ପରେ ପରେ ଦ୍ୱିତୀୟ ବ୍ୟକ୍ତି ସ୍କୁଟରରୁ ଓହ୍ଲାଇବା ପରେ ଆକାଶଙ୍କ ପାଖରେ ଠିଆ ହୋଇଥିଲେ । ଠିକ୍ ଏତିକି ବେଳେ ସେ ହଠାତ୍ ଅଣ୍ଟାରୁ ବନ୍ଧୁକ ବାହାର କରି ଆକାଶଙ୍କ ଉପରକୁ ଗୁଳି ଚଳାଇଥିଲେ । ଏହି ସମୟରେ ଗୋଟିଏ ଗୁଳି ଆକାଶଙ୍କ ପୁଅ କ୍ରିଶ ଦେହରେ ମଧ୍ୟ ବାଜିଛି । ସେପଟେ ବାଣ ଫୁଟାଇବାରେ ବ୍ୟସ୍ତ ଥିବା ଋଷଭ କିଛି ବୁଝିବା ପୂର୍ବରୁ ଦୁବୃର୍ତ୍ତମାନେ ସ୍କୁଟିରେ ଫେରାର ହେବାକୁ ଲାଗିଲେ । ତେବେ ଯେତେବେଳେ ଋଷଭ ସେମାନଙ୍କୁ ଧରିବା ପାଇଁ ତାଙ୍କ ପିଛା କରିଥିଲେ, ସେମାନେ ଋଷଭଙ୍କୁ ମଧ୍ୟ ଗୁଳି ମାରିବାକୁ ପଛେଇ ନଥିଲେ । ଦୁର୍ବୃତ୍ତମାନେ ଋଷଭଙ୍କୁ ମଧ୍ୟ ଗୁଳି କରି ଘଟଣାସ୍ଥଳରୁ ଚାଲିଯାଇଥିଲେ ।
ଏହାପରେ ଉଭୟ ଆକାଶ ଓ ଋଷଭଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଏବେ ବି ଗୁରୁତର ଅବସ୍ଥାରେ କ୍ରିଶ୍ ଚିକିତ୍ସିତ ହେଉଛନ୍ତି । ପ୍ରାଥମିକ ତଦନ୍ତରୁ ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ହୋଇପାରେ ବୋଲି ପୋଲିସ୍ କହିଛି । ଏହି ମାମଲାରେ ପୋଲିସ୍ ଜଣେ ନାବାଳକକୁ ଅଟକ ରଖିଛି ।
ମୃତ ଆକାଶଙ୍କ ଭାଇ ତଥା ଋଷଭଙ୍କ ପିତା ଯୋଗେଶ କହିଛନ୍ତି ଯେ ଘଟଣା ସମୟରେ ସେ ଘରର ପ୍ରଥମ ମହଲାରେ ଥିଲେ । ସେ ଗୁଳି ଶବ୍ଦ ଶୁଣି ତଳକୁ ଓହ୍ଲାଇଥିଲେ । ସେ ପ୍ରଥମେ ତାଙ୍କ ସାନଭାଇ ଆକାଶଙ୍କୁ ରକ୍ତରେ ଭିଜି ଥିବାର ଦେଖିଥିଲେ ଏବଂ ତା’ପରେ ତାଙ୍କ ପୁଅ ଋଷଭଙ୍କୁ ଘରର କିଛି ଦୂରରେ ପଡ଼ିଥିବାର ଦେଖିଥିଲେ । ଯୋଗେଶଙ୍କ କହିବାନୁସାରେ, ତାଙ୍କ ବଡ଼ ଭାଇ କିଛି ଦିନ ପୂର୍ବରୁ ଜଣେ ବ୍ୟକ୍ତିଙ୍କୁ ଟଙ୍କା ଦେଇଥିଲେ । ଯେତେବେଳେ ସେ ଟଙ୍କା ଫେରସ୍ତ ମାଗିଲେ, ତାଙ୍କର ଉଦ୍ଦେଶ୍ୟ ବଦଳିଗଲା ଏବଂ ତାଙ୍କୁ ଧମକ ଦେବା ଆରମ୍ଭ କରିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)