• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ପାରୋଲରେ ଆସିଲେ, ଆଉ ପତ୍ନୀ, ଦୁଇ ପୁଅ ଓ ଝିଅଙ୍କୁ ହତ୍ୟା କଲେ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ବାରଣାସୀର ଭଦାଇନି ଅଞ୍ଚଳରେ । ଗତ ସୋମବାର ବିଳମ୍ବିତ ରାତିରେ ଏହି ଅଞ୍ଚଳର ଜଣେ ବ୍ୟକ୍ତି ପାରୋଲରେ ଆସି ତାଙ୍କ ପତ୍ନୀ, ଦୁଇ ପୁଅ ଓ ଜଣେ ଝିଅକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ତେବେ ପରିବାରର ୪ ଜଣଙ୍କୁ ହତ୍ୟା କରିବା ପରେ ମଙ୍ଗଳବାର ଅପରାହ୍ନରେ ରୋହାନିଆର ସଦରପୁର ଗ୍ରାମରେ ଏକ ନିର୍ମାଣଧୀନ କୋଠାରେ ଉକ୍ତ ବ୍ୟକ୍ତିଙ୍କ ମୃତଦେହ ମିଳିଥିଲା ।

ତେବେ ଏହି ଘଟଣାରେ କାଶୀ ଜୋନ୍‌ର DCP ଗୌରବ ବଂଶଲ କହିଛନ୍ତି ଯେ, ସୋମବାର ରାତିରେ ଭଦାଇନି ଅଞ୍ଚଳର ଥିବା ପରିବାର ବାସଭବନରେ ଏହି ଘଟଣା ଘଟିଛି । ଶୋଇଥିବା ବେଳେ ରାଜେନ୍ଦ୍ର ଗୁପ୍ତା (୫୦) ତାଙ୍କ ପତ୍ନୀ ନୀତୁ ଗୁପ୍ତା (୪୫), ପୁଅ ନଭନେନ୍ଦ୍ର (୨୫), ସୁବେନ୍ଦ୍ର (୧୫) ଓ ଝିଅ ଗୌରାଙ୍ଗୀ (୧୬)ଙ୍କୁ ହତ୍ୟା କରିଥିଲେ।

ଅଧିକ ପଢ଼ନ୍ତୁ: ଆଗ ପାଦ ଛୁଇଁଲେ...ପରେ ଗୁଳି ମାରିଲେ, ଦାଦା-ପୁତୁରାଙ୍କୁ ମାରିଦେଲେ ଦୁର୍ବୃତ୍ତ

ପ୍ରାରମ୍ଭିକ ଅନୁସନ୍ଧାନ ବେଳେ ଏହା ଜଣାପଡିଥିଲା ​​ଯେ ୧୯୯୭ ମସିହାରୁ ରାଜେନ୍ଦ୍ର ଗୁପ୍ତା ମଧ୍ୟ ତାଙ୍କ ପିତା, ଭାଇ, ବୋହୂ ଏବଂ ସୁରକ୍ଷାକର୍ମୀଙ୍କୁ ହତ୍ୟା କରିଥିଲେ ଏବଂ ତାଙ୍କ ପତ୍ନୀଙ୍କ ସହ ତାଙ୍କର ତିକ୍ତ ସମ୍ପର୍କ ରହିଥିଲା ।

ଭେଲୁପୁର ଥାନା ଅନ୍ତର୍ଗତ ଭଦାଇନିଠାରେ କ୍ରାଇମ୍‌ ସ୍ପଟ୍‌ ଅନୁଧ୍ୟାନ କରିବା ପରେ ଡିସିପି ବଂଶଲ କହିଛନ୍ତି ଯେ, ଏହି ଘଟଣାରେ ପୋଲିସ୍‌ ତଦନ୍ତରେ ପରିବାର ଓ ସମ୍ପତ୍ତି ବିବାଦ ସମେତ ସମସ୍ତ ଦିଗକୁ ଅନ୍ତର୍ଭୁକ୍ତ କରିଛି । ଏହା ମଧ୍ୟ ଅନୁସନ୍ଧାନ କରାଯାଉଛି ଯେ ରାଜେନ୍ଦ୍ର ଗୁପ୍ତା ତାଙ୍କ ପରିବାରକୁ ହତ୍ୟା କରିବା ପରେ ଆତ୍ମହତ୍ୟା କରିଛନ୍ତି ନା ଅନ୍ୟ କେହି ହତ୍ୟା କରିଛନ୍ତି ବୋଲି ଡିସିପି କହିଛନ୍ତି ।

ପୋଲିସ୍‌ ଏହି ଘଟଣାରେ ରାଜେନ୍ଦ୍ର ଗୁପ୍ତାଙ୍କ କ୍ରିମିନାଲ ଇତିହାସ, ସେ କେବେ ଓ କିପରି ଜେଲ୍‌ରୁ ବାହାରିଥିଲେ ତାହାର ସବିଶେଷ ତଥ୍ୟ ସଂଗ୍ରହ କରୁଛି । ଏହା ବ୍ୟତୀତ ତାଙ୍କର କୌଣସି ଲାଇସେନ୍ସପ୍ରାପ୍ତ ଅସ୍ତ୍ର ଅଛି କି ନାହିଁ ତାହା ମଧ୍ୟ ଯାଞ୍ଚ କରାଯାଉଛି ବୋଲି ଡିସିପି କହିଛନ୍ତି ।

ଭଦାଇନି ଅଞ୍ଚଳରେ ରାଜେନ୍ଦ୍ର ଗୁପ୍ତାଙ୍କ ୫୦ରୁ ଅଧିକ ରୁମ୍‌ ବିଶିଷ୍ଟ ଏକ ବିଲ୍ଡିଂ ଥିଲା । ଏହି ବିଲ୍ଡିଂରେ ସେ ତାଙ୍କ ପରିବାର ସହ ରହୁଥିଲେ । ସେହିପରି ରାଜେନ୍ଦ୍ର ଗୁପ୍ତାଙ୍କ ପରିବାର ବ୍ୟତୀତ ସେହି ବିଲ୍ଡିଂରେ ଆହୁରି ୨୦ରୁ ଅଧିକ ପରିବାର ମଧ୍ୟ ରହୁଥିଲେ ।

ରାଜେନ୍ଦ୍ର ଗୁପ୍ତାଙ୍କର ଆହୁରି ଅଧିକ ବିଲ୍ଡିଂ ମଧ୍ୟ ରହିଥିଲା ​। କେବଳ ବିଲ୍ଡିଂ ଭଡ଼ା ଦେଇ ନୁହେଁ ବରଂ ଦେଶୀ ମଦ କାରବାରରୁ ମଧ୍ୟ ସେ ବିପୁଳ ଟଙ୍କା ରୋଜଗାର କରୁଥିଲେ । ତାଙ୍କର ବଡ଼ପୁଅ ନବନେନ୍ଦ୍ର ବେଙ୍ଗାଲୁରୁର ଏକ ମଲ୍ଟିନେସନାଲ୍ ଫାର୍ମରେ ଚାକିରି କରୁଥିବାବେଳେ ଗୁପ୍ତାଙ୍କ ଅନ୍ୟ ପିଲାମାନେ ଏକ ଘରୋଇ ସ୍କୁଲରେ ପଢ଼ୁଥିଲେ ।

ନବନେନ୍ଦ୍ର ଦୀପାବଳି ଛୁଟିରେ ଘରକୁ ଆସିଥିଲେ ଏବଂ ଛଟ୍‌ ପର୍ବ ପରେ ବେଙ୍ଗାଲୁରୁ ଫେରିଯିବାର ଥିଲା । ସେ ସଦରପୁରରେ ଏଗ୍ରିକଲଚର୍‌ ଜମି କିଣିଥିଲେ ଏବଂ ସେଠାରେ ଏକ କୋଠା ମଧ୍ୟ ନିର୍ମାଣ କରାଯାଉଥିଲା । ପୋଲିସର ସୂଚନାନୁସାରେ, ରାଜେନ୍ଦ୍ର ଗୁପ୍ତାଙ୍କ ବିଲ୍ଡିଂରେ ରହୁଥିବା ଲୋକମାନେ କିନ୍ତୁ ଗୁଳି ଚଳାଇବାର ଶବ୍ଦ ଶୁଣି ନାହାନ୍ତି ।

ମଙ୍ଗଳବାର ସକାଳେ ଏହି ଘଟଣା ଲୋକ ଲୋଚନକୁ ଆସିଥିଲା, ଯେତେବେଳେ ଗୁପ୍ତା ପରିବାର ରହୁଥିବା କୋଠାର କବାଟ କେହି ଖୋଲିନଥିଲେ । ତାଙ୍କ ଘରର ଚାକରାଣୀ ଯେତେବେଳେ ଘରର କବାଟ ଖୋଲିଥିଲା, ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପରିବାର ଲୋକ ପଡ଼ିଥିବାର ଦେଖିବାକୁ ପାଇଥିଲା ।

ଏହି ହତ୍ୟାକାଣ୍ଡର ଖବର ପାଇବା ପରେ ପୋଲିସ୍‌ କମିଶନର ମୋହିତ ଅଗ୍ରୱାଲ, ଜିଲ୍ଲା ମାଜିଷ୍ଟ୍ରେଟ୍‌ ଏସ୍‌ ରାଜଲିଙ୍ଗମ୍‌ ଏବଂ ଅନ୍ୟାନ୍‌ ବହୁ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ ।

ଅଧିକ ପଢ଼ନ୍ତୁ: ପୁଅର ଖାଦ୍ୟ ଖାଇଦେଲା କେୟାର ଟେକର୍; ବେଲଣାରେ ପିଟିପିଟି ମାରିଦେଲେ ଓଡ଼ିଆ ଦମ୍ପତି

OTV is now on Whatsapp

Join and get latest news update delivered to you via whatsapp

Join Now