• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ କୁଆଡେ ଗଲେ ଚର୍ଚ୍ଚିତ ୧୧ ବ୍ୟକ୍ତି ? ଏହାରି ମଧ୍ୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନୋଟିସ କରିଥିବା ୧୫ ଜଣଙ୍କ ମଧ୍ୟରୁ ୪ ଜଣଙ୍କୁ ଜେରା ସରିଛି । ହନିଟ୍ରାପ୍ ମାମଲାରେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ, ଶ୍ରଦ୍ଧାଞ୍ଜଳି ବେହେରା, ଅର୍ଚ୍ଚନାର ଡ୍ରାଇଭର ଚନ୍ଦନ ଓ ବିଜନେସ୍ ପାର୍ଟନର୍ ଖଗେଶ୍ୱରଙ୍କୁ ଜେରା ସରିଛି । ହେଲେ ରହିଯାଇଛନ୍ତି ଆଉ ୧୧, ସେମାନେ କିଏ ? ଅଭିଯୁକ୍ତମାନଙ୍କ ସହ କଣ ଥିଲା ଲିଙ୍କ୍ ? ଏସବୁ ଖୋଳତାଡ କରିବ ଇଡି ।

ଏଥିରେ ରାଜନେତା, ଫିଲ୍ମ ନିର୍ଦ୍ଦେଶକ, ସୁନା ଦୋକାନୀ, ବିଲଡର ଓ ହୋଟେଲ ମାଲିକ ଥିବା ସୂଚନା ରହିଛି । ଏମାନଙ୍କ ଆର୍ଥିକ ନେଣଦେଣ ସମ୍ବଦ୍ଧୀୟ ଲିଙ୍କ୍ ଇଡି ହାତରେ ଲାଗିଛି । ଲେଡି ବ୍ଲାକମେଲର ଅର୍ଚ୍ଚନାଙ୍କ ଘରର ଆଖି ଝଲସିଲା ଭଳି ସାଜସଜ୍ଜା ପାଇଁ କୋଟି କୋଟି ଟଙ୍କା କିଏ ଦେଇଥିଲେ ? ଏସବୁର ଖୋଳତାଡ ପାଇଁ ନାଗ ଦମ୍ପତ୍ତିଙ୍କୁ ଇଡି ଅଧିକାରୀ ରିମାଣ୍ଡରେ ନେବାର ଯୋଜନା ରହିଛି । ତେଣୁ ରିମାଣ୍ଡରେ ନେବା ପୂର୍ବରୁ ତଦନ୍ତକୁ ବଳିଷ୍ଠ କରିବାକୁ ଯୋଜନା କରିଛି ଇଡି ।

ଅଧିକ ପଢ଼ନ୍ତୁ: କାହା ଅନୁକମ୍ପାରେ ନାଗ ସାମ୍ରାଜ୍ୟ ? ବଡ଼ବଡ଼ିଆଙ୍କ ଗୁମର ଖୋଲିବାକୁ ଦିଲ୍ଲୀରେ ହେବ ଚୂଡ଼ାନ୍ତ ପ୍ଲାନ୍

ତାଲିକାକୁ ଧରି ତଦନ୍ତକାରୀ ଅଧିକାରୀ ଇଡ଼ି ର ଦିଲ୍ଲୀ ମୁଖ୍ୟାଳୟ ମୁହାଁ ହୋଇଥିବା ଜଣାପଡ଼ିଛି । ଏମିତିକି ନାଗଫାଶରେ ପଡ଼ି ଲକ୍ଷାଧିକ ଟଙ୍କା ଗଣିଥିବା ପ୍ରଭାବଶାଳୀଙ୍କୁ ଧରି ଅର୍ଚ୍ଚନା ଓ ଜଗବନ୍ଧୁ ସହ ସମ୍ନାସାମ୍ନି ଜେରା କରିବାକୁ ଇଡ଼ି ବ୍ଲୁ ପ୍ରିଣ୍ଟ ତିଆରି କରିଥିବା ଚର୍ଚ୍ଚା ହେଉଛି ।

ସେପଟେ ଆଜି ନାଗ ଦମ୍ପତି ପ୍ରସଙ୍ଗରେ ବିଧାନସଭାରେ ଆଲୋଚନା ବିଜେପି ପକ୍ଷରୁ ଦିଆଯାଇଥିବା ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି । ଏ ନେଇ ଗୃହରେ ଉତ୍ତର ରଖିଛନ୍ତି ଗୃହରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା । ସରକାର କେବେ ବି ଅପରାଧୀଙ୍କୁ ସୁରକ୍ଷା ଦିଅନ୍ତି ନାହିଁ , ଏହା ସମ୍ପୂର୍ଣ୍ଣ ଅସତ୍ୟ ।

ନାଗ ଦମ୍ପତି ମାମଲାରେ ଦୁଇଟି ମାମଲା ହୋଇଥିଲା । ମାମଲା ଆଧାରରେ ନାଗ ଦମ୍ପତିଙ୍କୁ ଗିରଫ କରାଯାଇଛି । ଏବେ ଇଡି ଏନେଇ ଖୋଳତାଡ଼ ଜାରି ରଖିଥିବା କହିଛନ୍ତି ଗୃହରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ।