• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଲେଡି ବ୍ଲାକମେଲର ଅର୍ଚ୍ଚନା ଙ୍କୁ ରିମାଣ୍ଡରେ ନେବ ED । ୭ ଦିନିଆ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଛନ୍ତି କୋର୍ଟ । ରିମାଣ୍ଡରେ ଅବଧି ସରିବା ପରେ ପୁଣି ୧୩ ତାରିଖରେ ଅର୍ଚ୍ଚନାଙ୍କୁ କୋଟରେ ହାଜର କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି କୋର୍ଟ । ୧୫ ଦିନ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲା ED । ହେଲେ ୭ ଦିନ ପାଇଁ ମିଳିଲା ଅନୁମତି ।

ଅନ୍ୟପଟେ ଆଜି ଭୁବନେଶ୍ୱର ରେ ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟରେ ହନିଟ୍ରାପ୍‌ କ୍ୱିନ୍‌ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ହାଜର ହୋଇଥିଲେ । ଭୁବନେଶ୍ୱର କୋର୍ଟରେ ହାଜର ବେଳେ ଅର୍ଚ୍ଚନା ଏକ ବଡ଼ ମନ୍ତବ୍ୟ ଦେଇଥିଲେ । ସେ କହିଥିଲେ ଯେ, କାହିଁକି ଲୁଚିଛିନ୍ତି ସୋ-କଲ୍‌ଡ୍ ଭିିକ୍ଟିମ୍‌ ? ମୋତେ ଆର୍ବିଟାରିଲି ଆରେଷ୍ଟ କରାଗଲା ଓ ମୋ ପରିବାରକୁ ନଜରବନ୍ଦୀ ରଖାଗଲା ।’

ଅକ୍ଷୟ ପରିଜାଙ୍କ ଠାରୁ କେତେ ଟଙ୍କା ନେଇଛନ୍ତି ପ୍ରଶ୍ନରେ ଉତ୍ତରରେ ଅର୍ଚ୍ଚନା କହିଛନ୍ତି ଯେ, ‘ଅକ୍ଷୟ ପରିଜାଙ୍କଠାରୁ କିଛି ନେଇନି । ପୁରା ମାମଲାର ସିବିଆଇ ତଦନ୍ତ ହେଉ । ମୋ ମୁହଁ ବନ୍ଦ କରି ମୋତେ କୋର୍ଟ ଫରୱାର୍ଡ କରାଯାଉଛି । ମୁଁ ଚାହୁଁଛି ସବୁ ଜିନିଷର ତଦନ୍ତ ହେଉ କାରଣ ତଦନ୍ତ ହେଲେ ସତ ବାହାରିବ ।’

ତେବେ ଏହି ମାମଲାରେ ଇଡି ନୋଟିସ କରିଥିବା ୧୫ ଜଣଙ୍କ ମଧ୍ୟରୁ ଏବେ ସୁଦ୍ଧା ୯ ଜଣଙ୍କୁ ଜେରା କରାଯାଇଛି  । ଏମାନଙ୍କ ତଥ୍ୟ ଓ ବୟାନକୁ ଆଧାର କରି ଇଡି, ଅର୍ଚ୍ଚନାଙ୍କୁ ଚକ୍ରବ୍ୟୁହରେ ପକାଇବାକୁ ଖସଡା ତିଆରି କରୁଛି । ୫ ବର୍ଷ ଭିତରେ ଅର୍ଚ୍ଚନା କେମିତି ହେଲେ କୋଟିପତି ? କେଉଁମାନେ ତାଙ୍କ ଆକାଉଣ୍ଟରେ ଟଙ୍କା ଜମା କରିଛନ୍ତି ? କାହାକୁ କାହାକୁ ସେ ବ୍ଲାକମେଲିଂ କରିଛନ୍ତି ? ଏମିତି ପ୍ରଶ୍ନର ଲମ୍ବା ତାଲିକା ପ୍ରସ୍ତୁତ କରିଛି ଇଡି । ଏହାରି ଭିତରେ EDକୁ ମାମଲା ସଂପର୍କିତ ସମସ୍ତ ତଥ୍ୟ ଯୋଗାଇଛି କମିଶନରେଟ୍ ପୋଲିସ । ସିଜର ପ୍ରପର୍ଟି ମେମୋ, ବ୍ୟାଙ୍କ ଜମା, ଜମିବାଡ଼ି ଏବଂ ଗାଡ଼ି ତଥ୍ୟ ଦି‌ଆଯାଇଛି । ଇ-ମେଲ୍ ଯୋଗେ ଏହି ସବୁ ତଥ୍ୟ ଇଡିକୁ ପଠାଯାଇଥିବା କମିଶନରେଟ୍ ପୋଲିସ ସୂଚନା ଦେଇଛି ।