Advertisment

ରାଗ ଗର ଗର ନାଗ, କହିଲେ- କାହିଁକି ଲୁଚିଛନ୍ତି ସୋ-କଲ୍‌ଡ୍ ଭିିକ୍ଟିମ୍‌ ?

ଭୁବନେଶ୍ୱର କୋର୍ଟରେ ହାଜର ବେଳେ ଅର୍ଚ୍ଚନା ବଡ଼ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, କାହିଁକି ଲୁଚିଛିନ୍ତି ସୋ-କଲ୍‌ଡ୍ ଭିିକ୍ଟିମ୍‌ ? ମୋତେ ଆର୍ବିଟାରିଲି ଆରେଷ୍ଟ କରାଗଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Archana Nag Case

sArchana Nag Case: Where are the so-called victims Says Archana

ଆଜି ଭୁବନେଶ୍ୱରରେ ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟରେ ହନିଟ୍ରାପ୍‌ କ୍ୱିନ୍‌ ଅର୍ଚ୍ଚନା ନାଗ ହାଜର ହୋଇଛନ୍ତି। ଭୁବନେଶ୍ୱର କୋର୍ଟରେ ହାଜର ବେଳେ ଅର୍ଚ୍ଚନା ବଡ଼ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, କାହିଁକି ଲୁଚିଛିନ୍ତି ସୋ-କଲ୍‌ଡ୍ ଭିିକ୍ଟିମ୍‌ ? ମୋତେ ଆର୍ବିଟାରିଲି ଆରେଷ୍ଟ କରାଗଲା ଓ ମୋ ପରିବାରକୁ ନଜରବନ୍ଦୀ ରଖାଗଲା।’

Advertisment

ଅକ୍ଷୟ ପରିଜାଙ୍କ ଠାରୁ କେତେ ଟଙ୍କା ନେଇଛନ୍ତି ପ୍ରଶ୍ନରେ ଉତ୍ତରରେ  ଲେଡି ବ୍ଲାକମେଲର ଅର୍ଚ୍ଚନା କହିଛନ୍ତି ଯେ, ଅକ୍ଷୟ ପରିଜାଙ୍କଠାରୁ କିଛି ନେଇନି। ସେ ଆହୁରି କହିଛନ୍ତି ଯେ, ମାମଲାର ସିବିଆଇ ତଦନ୍ତ ହେଉ। ମୋ ମୁହଁ ବନ୍ଦ କରି ମୋତେ କୋର୍ଟ ଫରୱାର୍ଡ କରାଯାଉଛି। ମୁଁ ଚାହୁଁଛି ସବୁ ଜିନିଷର ତଦନ୍ତ ହେଉ। କାରଣ ତଦନ୍ତ ହେଲେ ସତ ବାହାରିବ।

ଇଡି ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛି। ମାମଲାରେ ଇଡି ନୋଟିସ କରିଥିବା ୧୫ ଜଣଙ୍କ ମଧ୍ୟରୁ ଏବେ ସୁଦ୍ଧା ୯ ଜଣଙ୍କୁ ଜେରା କରାଯାଇ ସାରିଲାଣି। ଏମାନଙ୍କ ତଥ୍ୟ ଓ ବୟାନକୁ ଆଧାର କରି ଇଡି, ଅର୍ଚ୍ଚନାଙ୍କୁ ଚକ୍ରବ୍ୟୁହରେ ପକାଇବାକୁ ତିଆରି କରିଛି ଖସଡା।

Advertisment

୫ ବର୍ଷ ଭିତରେ ଅର୍ଚ୍ଚନା କେମିତି ହେଲେ କୋଟିପତି ? କେଉଁମାନେ ତାଙ୍କ ଆକାଉଣ୍ଟରେ ଟଙ୍କା ଜମା କରିଛନ୍ତି ? କାହାକୁ କାହାକୁ ସେ ବ୍ଲାକମେଲିଂ କରିଛନ୍ତି ? ଏମିତି ପ୍ରଶ୍ନର ଲମ୍ବା ତାଲିକା ପ୍ରସ୍ତୁତ କରିଛି ଇଡି। ଏହାରି ଭିତରେ EDକୁ ମାମଲା ସଂପର୍କିତ ସମସ୍ତ ତଥ୍ୟ ଯୋଗାଇଛି କମିଶନରେଟ୍ ପୋଲିସ। ସିଜର ପ୍ରପଟି ମେମୋ, ବ୍ୟାଙ୍କ ଜମା, ଜମିବାଡ଼ି ଏବଂ ଗାଡ଼ି ତଥ୍ୟ ଦି‌ଆଯାଇଛି। ଇ-ମେଲ୍ ଯୋଗେ ଏହି ସବୁ ତଥ୍ୟ ଇଡିକୁ ପଠାଯାଇଥିବା କମିଶନରେଟ୍ ପୋଲିସ ସୂଚନା ଦେଇଛି। 

Lady Blackmailer Archana Nag Lady Blackmailer Archana Nag
Advertisment
Advertisment