Advertisment

ଜବତ ହେଲା ଅର୍ଚ୍ଚନାଙ୍କ ଆଲିସାନ୍ କୋଠା

କିଛି ଦିନ ତଳେ ଇଡି ସେହି କୋଠାକୁ ଯାଇ ମାପଚୁପ କରିଥିଲା।

author-image
Chandan Shishu
ଅଦ୍ୟତନ ହୋଇଛି
 Accused Archana Nag's Luxury Bungalow

accused Archana Nag's luxury bungalow

ଅର୍ଚ୍ଚନାଙ୍କ ଆଲିସାନ୍ କୋଠା ଆଟାଚ୍। ବ୍ଲାକମେଲ୍ କୁଇନ୍ ଅର୍ଚ୍ଚନା ନାଗଙ୍କ ଆଲିସାନ୍ କୋଠା ଆଟାଚ୍ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED)। ଭୁବନେଶ୍ୱର ସତ୍ୟବିହାର ସ୍ଥିତ କୋଠା ଆଟାଚ୍ କରିଛି ଇଡି। କୋଠାର ମୂଲ୍ୟ ପ୍ରାୟ ୩ କୋଟି ୪୦ ଲକ୍ଷ ହେବା ଆକଳନ ହୋଇଛି। କିଛି ଦିନ ତଳେ ଇଡି ସେହି କୋଠାକୁ ଯାଇ ମାପଚୁପ କରିଥିଲା। 

Advertisment

ସେପଟେ ଅର୍ଚ୍ଚନା ନାଗ ମାମଲାରେ ଭୁବନେଶ୍ୱର ସେସନ୍ସ କୋର୍ଟରେ ଚାର୍ଜସିଟ୍ ଇଡି ଚାର୍ଜସିଟ୍‌ ଦାଖଲ କରିଛି। ଅର୍ଚ୍ଚନା ନାଗ, ସ୍ବାମୀ ଜଗବନ୍ଧୁ ଚାନ୍ଦ, ସହଯୋଗୀ ଖଗେଶ୍ୱର ପାତ୍ର ଓ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରିଛି। ରେକର୍ଡ ୨୨୪୭ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି ଇଡି।

ଗତ ଡିସେମ୍ପର ୧୩ରେ ହନିଟ୍ରାପ୍‌ କୁଇନ୍‌  ଅର୍ଚ୍ଚନା ନାଗଙ୍କୁ ଗିରଫ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ମନି ଲଣ୍ଡରିଂ ଆକ୍ଟ ଅନୁସାରେ ଅର୍ଚ୍ଚନାଙ୍କୁ ଗିରଫ କରାଯାଇଥିଲା । ପ୍ରଥମେ ୭ ଦିନର ରିମାଣ୍ଡ ଅବଧି ଶେଷ ପରେ ଅର୍ଚ୍ଚନାଙ୍କୁ ଭୁବନେଶ୍ୱର ସ୍ଥିତ ଇଡିର ସ୍ୱତନ୍ତ୍ର କୋର୍ଟରେ ତାଙ୍କୁ ହାଜର କରଯାଇଥିଲା । ଆଉ ତା’ପରେ  ଲେଡି ବ୍ଲାକମେଲର ଅର୍ଚ୍ଚନାଙ୍କୁ ଗିରଫ କରାଯାଇଥିଲା। ପୂର୍ବରୁ ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ୱରଙ୍କୁ ଗିରଫ କରିଥିଲା ଇଡି । ପରେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ମଧ୍ୟ ଗିରଫ କରିଥିଲା ଇଡି।

Advertisment
ED Lady Blackmailer Archana Nag
Advertisment
Advertisment