• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଇଡି ଜାଲରେ ହନିଟ୍ରାପ୍ ନାୟିକା ଅର୍ଚ୍ଚନା ଙ୍କ ସ୍ୱାମୀ । ୯ ଦିନର ରିମାଣ୍ଡ ପରେ ଆଜି ଜଗବନ୍ଧୁ ଚାନ୍ଦଙ୍କୁ ବାନ୍ଧିଲା ଇଡି । ମନି ଲଣ୍ଡରିଂ ମାମଲାରେ ପ୍ରମାଣ ପାଇବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ସେ ଗିରଫ ହୋଇଛନ୍ତି । ଆଜି ରିମାଣ୍ଡ ସରିବା ପରେ ତାକୁ କୋର୍ଟରେ ହାଜର କରାଯାଇଥିଲା । ଦ୍ୱିତୀୟ ଥର ପାଇଁ ରିମାଣ୍ଡରେ ନେବାକୁ ଯୋଜନା କରିଛି ଇଡି । ପୂର୍ବରୁ ଇଡି ଦ୍ୱାରା ଗିରଫ ହୋଇଛନ୍ତି ଅର୍ଚ୍ଚନା ଓ ଖଗେଶ୍ୱର ।

ପ୍ରଥମ ଥର ରିମାଣ୍ଡ ବେଳେ ସ୍ୱାମୀ-ସ୍ତ୍ରୀଙ୍କୁ ଆମ୍ନାସାମ୍ନା ଜେରା କରାଯାଇଥିଲା । ଅର୍ଚ୍ଚନା-ଜଗବନ୍ଧୁଙ୍କୁ ଏକାଠି ବସାଇ ଖୋଳତାଡ଼ କରିଥିଲା ଇଡି । ଏହି ସମୟରେ ଅନେକ କିଛି ତଥ୍ୟ ଇଡି ହାତରେ ଲାଗିଛି । ତାସହ ଡିଜିଟାଲ୍ ପ୍ରମାଣ, ଯେପରି ମୋବାଇଲ୍, ସିସିଟିଭି ଏସବୁକୁ ତଦନ୍ତ ପରିସରକୁ ନେଇ ଯାଞ୍ଚ ହୋଇଛି । ଅର୍ଚ୍ଚନା ଓ ଜଗବନ୍ଧୁ ଉଭୟଙ୍କୁ ଗିରଫ କରିଛି ଇଡି । ଅର୍ଚ୍ଚନାଙ୍କୁ ଦୁଇ ଥରର ରିମାଣ୍ଡରେ ନେଇ ପଚରାଉଚରା ହୋଇଛି । ହେଲେ କଣ ସବୁ ତଥ୍ୟ ହାତରେ ଲାଗିଛି, ତାହା ଏହି ମାମଲାରେ ବେଶ୍ ଗୁରୁତ୍ୱବହନ କରୁଛି ।

ସୂଚନାଯୋଗ୍ୟ ଅର୍ଚ୍ଚନା ଗିରଫ୍ ହୋଇ ଜେଲ୍ ଚାଲିଗଲା ପରେ ସ୍ୱାମୀ ଜଗବନ୍ଧୁ ଚାନ୍ଦ ରିମାଣ୍ଡରେ ଥିଲା । ୯ ଦିନିଆ ରିମାଣ୍ଡରେ ନେଇ ଇଡି ତାକୁ ଘନ ଘନ ଜେରା କରିଥିଲା । ଅନ୍ୟପଟେ ତାହାରି ଭିତରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲା ମାମଲାର ଅନ୍ୟତମ ଅଭିଯୁକ୍ତ ଖଗେଶ୍ୱର ପାତ୍ର । ଅର୍ଚ୍ଚନା ହନିଟ୍ରାପ୍‌ର ଅନ୍ୟତମ ସହଯୋଗୀ ଶ୍ରଦ୍ଧାଞ୍ଜଳି, ଖଣ୍ଡଗିରି ଥାନାରେ କରିଥିବା ଏତଲା ଏବଂ ସିଆର୍‌ପିସିର ୧୬୧ ବୟାନରେ ରହିଛି ଖଗେଶ୍ୱରର ନାଁ । ଏପରିକି ହନିଟ୍ରାପ ଓ ବ୍ଲାକମେଲିଂରେ ବି ସେ ଜଡିତ ଥିବା ଅଭିଯୋଗ ହୋଇଥିଲା । ମନି ଲଣ୍ଡରିଂ ମାମଲାରେ ଇଡି ଖଗେଶ୍ୱରକୁ ଗିରଫ କରିଥିବା ଖଣ୍ଡଗିରି ପୋଲିସ କିନ୍ତୁ ତା ବିରୋଧରେ କୌଣସି ଆକ୍ସନ ନେଇନାହିଁ ।