/odishatv-khabar/media/post_attachments/uploadimage/library/16_9/16_9_0/IMAGE_1680191356.jpg)
Black day for Jharsuguda
ଝାରସୁଗୁଡ଼ା ପାଇଁ କଳାଦିନ ୨୯। ଜାନୁଆରୀ ୨୯ ବିଚ୍ ରାସ୍ତାରେ କ୍ୟାବିନେଟ୍ ମନ୍ତ୍ରୀ ନବ ଦାସ ଙ୍କୁ ଗୁଳି କରି ହତ୍ୟା। ମାର୍ଚ୍ଚ ୨୯ରେ ୧୫ ବର୍ଷୀୟ ନାବାଳକ ସମର୍ଥ ଅଗ୍ରୱାଲକୁ କିଡନାପ୍ ପରେ ମର୍ଡର। ମାତ୍ର ୨ ମାସ ଭିତରେ ଝାରସୁଗୁଡ଼ା ରେ ଦୁଇ ଦୁଇଟି ଚାଞ୍ଚଲ୍ୟକର କାଣ୍ଡକୁ ନେଇ ତେଜିଛି ରାଜନୈତିକ ନିଶାନାବାଜି।ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ୍ କରି ଲେଖିଛନ୍ତି ଆଇନ ବିହୀନ ଓଡ଼ିଶା ଏବେ ବାସ୍ତବତା ପାଲଟିଛି। ସାଧାରଣ ନାଗରିକ କିମ୍ବା ଜନପ୍ରତିନିଧି କେହି ବି ଓଡ଼ିଶା ରେ ସୁରକ୍ଷିତ ନୁହନ୍ତି। ଝାରସୁଗୁଡ଼ା ଘଟଣା ରାଜ୍ୟବାସୀଙ୍କ ବିଶ୍ବାସକୁ ଦୁର୍ବଳ କରି ଦେଇଛି। ନାଗରିକଙ୍କ ସୁରକ୍ଷା ପାଇଁ ଆଇନ ଓ ନିରାପତ୍ତା ସରକାର ସୁନିଶ୍ଚିତ କରନ୍ତୁ।
ସେହିପରି ବିଜେପି ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀଙ୍କ ବି ଉଭୟ ଘଟଣାରେ କଡ଼ା ପ୍ରତିକ୍ରିୟା ରଖି ପୋଲିସ ପ୍ରଶାସନର ଅପାରଗତା ସହ ନିଷ୍କ୍ରିୟତା ସ୍ପଷ୍ଟ ଜଣାପଡୁଛି ବୋଲି କହିବା ସହ ହତ୍ୟାକାରୀଙ୍କୁ ଦଣ୍ଡ ଦିଆନଗଲେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି। ତେଣେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ବି ସିଧା ରାଜ୍ୟସରଙ୍କ ଉପରେ ବର୍ଷିବା ସହ ବିଜେଡି ଶାସନରେ ହତ୍ୟା, ଅପହରଣ ଓ ଦୁଷ୍କର୍ମ ବଢ଼ି ଚାଲିଥିବା ଅଭିଯୋଗ କରିଛନ୍ତି। କହିଛନ୍ତି- ଓଡ଼ିଶାର ସ୍ଥିତି ୟୁପିଠାରୁ ବି ଖରାପ। ଝାରସୁଗୁଡ଼ା ଉପନିର୍ବାଚନରେ ଲୋକେ ଭୋଟ୍ ଦେବାକୁ ବି ଡରିବେ।
ଅଧିକ ପଢ଼ନ୍ତୁ: ୯୦ ଲକ୍ଷ ମାଗିଥିଲେ, ହେଲେ ଜାଳିପୋଡ଼ି ମାରିଦେଲେ କାହିଁକି ?
ସେପଟେ ଧର୍ମେନ୍ଦ୍ରଙ୍କ ଟ୍ବିଟ୍ର ଜବାବ ଟ୍ୱିଟର ରେ ରଖି ବିଜେଡି ନେତା ସସ୍ମିତ ପାତ୍ର କହିଛନ୍ତି ଶାନ୍ତିପ୍ରିୟ ଓଡ଼ିଶାବାସୀଙ୍କୁ ଆଇନବିହୀନ ଦର୍ଶାଇ ଲଜ୍ଜିତ କରନ୍ତୁ ନାହିଁ। ଏନସିଆରବି ରିପୋର୍ଟ ଅନୁସାରେ ଓଡ଼ିଶାଠାରୁ ୟୁପି, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ଭଳି ରାଜ୍ୟ ଦୁଷ୍କର୍ମ ମାମଲାରେ ଆଗରେ ଥିବା ଦର୍ଶାଇଛନ୍ତି ସସ୍ମିତ୍ ।
ଓଡ଼ିଶାରେ ବେଲଗାମ୍ ହୋଇଛି ଅପରାଧ। ଗତ ଅଗଷ୍ଟ ମାସରେ ପ୍ରକାଶିତ ଜାତୀୟ କ୍ରାଇମ୍ ରେକର୍ଡସ ବ୍ୟୁରୋ-ଏନସିଆରବି ତଥ୍ୟରୁ ଏହା ସ୍ପଷ୍ଟ ହୋଇଥିଲା। କ୍ରାଇମ୍-ଇନ୍ ଇଣ୍ଡିଆ ରିପୋର୍ଟର ୨୦୨୧ ତଥ୍ୟ ଅନୁସାରେ ରାଜ୍ୟରୁ ମୋଟ୍ ୪ ହଜାର ଶିଶୁ ଗାଏବ ହୋଇଥିବାବେଳେ ୩୧ ହଜାର ୩୫୨ଟି ମହିଳା ବିରୋଧୀ ଅପରାଧ ମାମଲା ରୁଜୁ ହୋଇଥିଲା। ଯାହାକି ଦେଶର ଟପ୍ ୫ ରାଜ୍ୟ ମାନଙ୍କ ମଧ୍ୟରେ ୩ ନମ୍ବରରେ ଓଡ଼ିଶା ଥିଲା।
ସେହିପରି ୧୪୫୬ ଦୁଷ୍କର୍ମ, ୧୨ଟି ଦୁଷ୍କର୍ମ ସହ ହତ୍ୟା, ୫ ହଜାର ୧୭୫ ଅପହରଣ ଏବଂ ସ୍ବାମୀ ଓ ସଂପର୍କୀୟଙ୍କ ଦ୍ୱାରା ୪୮୮୯ଟି ନିର୍ଯାତନା ଘଟଣା ସହ ୨୯୩ଟି ଯୌତୁକ ଜନିତ ହତ୍ୟା ମାମଲା ବି ରୁଜୁ ହୋଇଥିଲା। ଏଥିସହ ସେହିବର୍ଷ ଓଡ଼ିଶା ଯୌତୁକ ହତ୍ୟାରେ ଦେଶର ଷଷ୍ଠ ସ୍ଥାନକୁ ବି ଉଠିଥିଲା। ଅନୁପାତିକ
ହିସାବରେ ଓଡ଼ିଶାରେ ୧ ଲକ୍ଷ ଜନସଂଖ୍ୟାରେ ମହିଳାଙ୍କ କ୍ଷେତ୍ରରେ ଅପରାଧ ସଂଖ୍ୟା ସେହିବର୍ଷ ୧୧୨. ୯ ପ୍ରତିଶରୁ ବଢ଼ି ୧୩୭. ୮ ପ୍ରତିଶରେରେ ପହଞ୍ଚିଥିଲା। ଯାହାକୁ ନେଇ କେବଳ ରାଜ୍ୟ ସରକାରଙ୍କୁ ବିରୋଧୀ ନିଶାନା କରୁନାହାନ୍ତି, ବରିଷ୍ଠ ପୋଲିସ ଅଧିକାରୀ ବି ଚିନ୍ତା ପ୍ରକଟ କଲେଣି।
ଝାରସୁଗୁଡ଼ାରୁ ଭାଗିରଥୀ ସାହୁଙ୍କ ରିପୋର୍ଟ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)