Advertisment

COVID-19 Spread in Odisha: ରାଜ୍ୟର ୭ ଜିଲ୍ଲାକୁ ବ୍ୟାପିଲା କରୋନା, ୩୦ ଛୁଇଁଲା ମୋଟ ଆକ୍ରାନ୍ତ ସଂଖ୍ୟା

ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ରାଜ୍ୟରେ କୋଭିଡ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ପ୍ରତିଦିନ କିଛି କିଛି ରୋଗୀ ଚିହ୍ନଟ ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇଥିବା କରୋନା ରୋଗୀଙ୍କ ମଧ୍ୟରୁ ୭ ଜଣ ସୁସ୍ଥ ହୋଇସାରିଲେଣି।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
୭ ଜିଲ୍ଲାକୁ ବ୍ୟାପିଲାଣି କରୋନା

୭ ଜିଲ୍ଲାକୁ ବ୍ୟାପିଲାଣି କରୋନା

ରାଜ୍ୟର ୭ ଜିଲ୍ଲାକୁ ବ୍ୟାପିଲାଣି କରୋନା । ଗତକାଲି ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୭ ନୂଆ କରୋନା ରୋଗୀ । କଟକ ଓ ଖୋର୍ଦ୍ଧା ଜିଲ୍ଲା ବାଦ୍ ଅନ୍ୟ ୫ ଜିଲ୍ଲାରୁ ଗୋଟିଏ ଲେଖାଏଁ କୋଭିଡ୍‌ ରୋଗୀ ଚିହ୍ନଟ ହୋଇଛନ୍ତି I ଏଥିସହ ରାଜ୍ୟର ମୋଟ୍ କୋଭିଡ ରୋଗୀଙ୍କ ସଂଖ୍ୟା ୩୦କୁ ବୃଦ୍ଧି ପାଇଛି । ରାଜ୍ୟରେ ଏ ଯାଏଁ ଚିହ୍ନଟ ହୋଇଥିବା ରୋଗୀଙ୍କ ମଧ୍ୟରୁ ସର୍ବାଧିକ ୧୬ ଜଣ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଥିବା ବେଳେ କଟକରୁ ୯ ଜଣ କୋଭିଡ ପଜିଟିଭ ହୋଇଛନ୍ତି ।

Advertisment

ସେହିପରି ପୁରୀ, ଜଗତସିଂହପୁର, କେନ୍ଦୁଝର, ସୁନ୍ଦରଗଡ଼ ଓ ବାଲେଶ୍ଵର ଜିଲ୍ଲାରୁ ଜଣେ ଲେଖାଏଁ କୋଭିଡ ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ରାଜ୍ୟରେ କୋଭିଡ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ପ୍ରତିଦିନ କିଛି କିଛି ରୋଗୀ ଚିହ୍ନଟ ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇଥିବା କରୋନା ରୋଗୀଙ୍କ ମଧ୍ୟରୁ ୭ ଜଣ ସୁସ୍ଥ ହୋଇସାରିଲେଣି। ଏବେ ସକ୍ରିୟ ରୋଗୀ ସଂଖ୍ୟା ୨୩ ରହିଛି। କେହି ଗୁରୁତର ନାହାନ୍ତି। ଏମିତିକି ରାଜ୍ୟ ସରକାର ଖୁବଶୀଘ୍ର କୋଭିଡ ନେଇ ମାର୍ଗଦର୍ଶିକା ଜାରି କରିପାରନ୍ତି ବୋଲି ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

ଅଧିକ ପଢ଼ନ୍ତୁ: ଦଳାଚକଟା ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ: ପୋଲିସ କମିଶନରଙ୍କ ସମେତ ACP, DCP ନିଲମ୍ବିତ

Advertisment

ସେପଟେ ସାରା ଦେଶରେ ମାଡ଼ି ମାଡ଼ି ଚାଲିଛି କରୋନା ଲହର । ବର୍ତ୍ତମାନ ସୁଦ୍ଧା ଦେଶରେ ସକ୍ରିୟ କୋଭିଡ୍‌-୧୯ ମାମଲା ସଂଖ୍ୟା ୫ ହଜାର ୩୬୪ ରହିଛି । ସେହିପରି ବିଭିନ୍ନ ରାଜ୍ୟରେ ୪ ହଜାର ୭୨୪ ଜଣ ଲୋକ ସୁସ୍ଥ ହୋଇ ଡାକ୍ତରଖାନା ଏବଂ ଘରୋଇ ଆଇସୋଲେସନ୍‌ରୁ ଡିସଚାର୍ଜ ହୋଇଛନ୍ତି । ତେବେ କେରଳରେ ଆକ୍ରନ୍ତଙ୍କ ସଂଖ୍ୟା ସର୍ବାଧିକ ୧ ହଜାର ୬୭୯ ରହିଥିବା ବେଳେ ଗୁଜରାଟରେ ୬୧୫, ପଶ୍ଚିମବଙ୍ଗରେ ୫୯୬ ଏବଂ ଦିଲ୍ଲୀରେ ୫୬୨ କରୋନା ଆକ୍ରାନ୍ତ ରହିଛନ୍ତି ।

Odisha COVID-19
Advertisment
Related Articles
Advertisment