Advertisment

Covid tally past 3,900-mark: ୪୦୦୦ ମୁହାଁ କୋଭିଡ ସଂକ୍ରମଣ; ୪ ଜଣଙ୍କ ଜୀବନ ନେଲା

ଆଜି ସୁଦ୍ଧା ସାରା ଦେଶରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ୩,୯୬୧କୁ ଛୁଇଁଛି । ଦିଲ୍ଲୀ, କେରଳ, ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ରରେ ୪ ଜଣଙ୍କର ମୃତ୍ୟୁ ଘଟିଛି । ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ ୨୦୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

author-image
Chinmayee Sahoo
ଅଦ୍ୟତନ ହୋଇଛି
Covid-19

Covid-19

ଭାରତରେ କରୋନା ସଂକ୍ରମଣ ଉପର ମୁହାଁ । ହୁ ହୁ ହୋଇ ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ବର୍ତ୍ତମାନ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩,୯୬୧କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୦୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪ ଜଣଙ୍କର ମୃତ୍ୟୁ ଘଟିଛି । ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । କେରଳରେ ସର୍ବାଧିକ ୧୪୩୫ ସକ୍ରିୟ କେସ୍ ଥିବା ବେଳେ ମହାରାଷ୍ଟ୍ରରେ ୫୦୬, ଦିଲ୍ଲୀରେ ୪୮୩, ଗୁଜରାଟରେ ୩୩୮ ଏବଂ ପଶ୍ଚିମବଙ୍ଗରେ ୩୩୧ ଟି ଆକ୍ଟିଭ୍ କେସ୍ ରହିଛି । ସେହିଭଳି କର୍ଣ୍ଣାଟକରେ ୨୫୩, ତାମିଲନାଡୁରେ ୧୮୯, ଉତ୍ତରପ୍ରଦେଶରେ ୧୫୭ ଏବଂ ରାଜସ୍ଥାନରେ ୬୯ ଜଣ ସଂକ୍ରମିତ ସକ୍ରିୟ ଅଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: କଡ଼ ଲେଉଟାଇଲା କି କରୋନାର ନୂଆ ଲହର ? ଦିନକରେ ୨ ଜଣଙ୍କ ମୃତ୍ୟୁକୁ ନେଇ ବଢିଲା ଟେନସନ୍...

ଆଜି କୋଭିଡରେ ସଂକ୍ରମିତ ହୋଇ ଦିଲ୍ଲୀରେ ଜଣେ ୨୨ ବର୍ଷୀୟା ଯୁବତୀଙ୍କ ମୃତ୍ୟୁ ଘଟିଛି । ସେ ଯକ୍ଷ୍ମା ରୋଗ ସହ ଅନ୍ୟାନ୍ୟ ରୋଗରେ ମଧ୍ୟ ପୀଡିତ ଥିଲେ । ସେହିଭଳି ତାମିଲନାଡୁରେ ଜଣେ ୨୫ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଛି । ସେ ଶ୍ୱାସକ୍ରିୟା ଜନିତ ରୋଗରେ ପୀଡିତ ଥିଲେ । ମହାରାଷ୍ଟ୍ରରେ ୪୪ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ସେ ଶ୍ୱାସକ୍ରିୟା ଜନିତ ସିଣ୍ଡ୍ରୋମରେ ପୀଡିତ ଥିଲେ । ତେବେ କେରଳରେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ବିବରଣୀ ସାମନାକୁ ଆସିନାହିଁ ।

Advertisment

ସୂଚନାଯୋଗ୍ୟ, ଗତ ମେ ୨୨ ତାରିଖରୁ କରୋନା ସଂକ୍ରମଣ ଅହେତୁକ ମାତ୍ରାରେ ବଢି ଚାଲିଛି । ମେ ୨୨ରେ ୨୫୭ଟି ସକ୍ରିୟ କେସ୍ ଥିବା ବେଳେ ମେ ୨୬ରେ ସଂକ୍ରମଣ ସିଧା ୧୦୧୦କୁ ଛୁଇଁଥିଲା । ଏହାପରେ ଜୁନ ୧ ସୁଦ୍ଧା ୩୩୯୫କୁ ବୃଦ୍ଧି ପାଇଥିଳା ଆକ୍ଟିଭ କେସ୍ । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୩୭୦ ଜଣ ସୁସ୍ଥ ହୋଇ ହସ୍ପିଟାଳରୁ ଡିସଚାର୍ଜ ହୋଇଛନ୍ତି । ଅନ୍ୟପଟେ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଉଭୟ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ ବେଡ, ଅକ୍ସିଜେନ, ଆଣ୍ଟିବାୟୋଟିକ୍ ଓ ମେଡିସିନ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । 

ଓଡିଶାରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି । ଆଜି ଆଉ ୩ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏ ନେଇ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ନୀଳକଣ୍ଠ ମିଶ୍ର ।

ଅଧିକ ପଢ଼ନ୍ତୁ: କାୟା ବିସ୍ତାରିଲାଣି କୋରନା; ୩ ରାଜ୍ୟରେ ୭ ଜୀବନ ବି ନେଲାଣି ନୂଆ ସଂକ୍ରମଣ 

India COVID19 Updates COVID-19 Coronavirus
Advertisment
Advertisment