Top Officials Suspended
ବେଙ୍ଗାଳୁରୁ ଦଳାଚକଟା ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ । ବେଙ୍ଗାଳୁରୁ ପୋଲିସ କମିଶନର ସସପେଣ୍ଡ୍ । ପୋଲିସ କମିଶନର୍ ବି. ଦୟାନନ୍ଦଙ୍କ ସହ ୱେଷ୍ଟ ଡିଭିଜନ୍ ACP, ସେଣ୍ଟ୍ରାଲ ଡିଭିଜନ୍ DCP, କ୍ୟୁବନ ପାର୍କ ଡିଭିଜନ୍ ଏସିପି ଏବଂ କ୍ୟୁବନ୍ ପାର୍କ ପୋଲିସ ଷ୍ଟେସନ ଇନସ୍ପେକ୍ଟରଙ୍କ ସହ ଷ୍ଟାଡିୟମ ଇନଚାର୍ଜ ବି ନିଲମ୍ବିତ ହୋଇଛନ୍ତି ।
ସେମାନଙ୍କୁ ନିଲମ୍ବନ କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା। ସେପଟେ ବେଙ୍ଗାଲୁରୁ ଦଳାଚକଟାରେ ୧୧ ଜଣଙ୍କ ମୃତ୍ୟୁ ଘଟଣାରେ RCB, କର୍ଣ୍ଣାଟକ ଷ୍ଟେଟ୍ କ୍ରିକେଟ୍ ଆସୋସିଏସନ୍ ଓ ଇଭେଣ୍ଟ ଅର୍ଗାନାଇଜରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଆୟୋଜନରେ ଗୁରୁତର ତ୍ରୁଟି ଦର୍ଶାଇ ରୁଜୁ ହୋଇଛି ଅପରାଧିକ ମାମଲା । ବେଙ୍ଗାଲୁରୁ ପୋଲିସ ନିଜ ଆଡ଼ୁ ଏହି ମାମଲା ରୁଜୁ କରିଥିବାବେଳେ, ଏଥିରେ BNSର ବିଭିନ୍ନ ଧାରା ଲାଗିଛି ।
ଚିନ୍ନାସ୍ବାମୀ ଷ୍ଟାଡିୟମରେ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ବିଜୟ ଉତ୍ସବ ପାଳନ ବେଳେ ଦଳାଚକଟା ହୋଇ ୧୧ ଜଣଙ୍କ ଜୀବନ ଯିବା ସହ ୪୭ ଜଣ ଆହତ ହୋଇଛନ୍ତି । ସେପଟେ ଏହି ଘଟଣାରେ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏ ସହାୟତା ଘୋଷଣା କରିଛି RCB । ଆହତଙ୍କୁ ସହାୟତା ପାଇଁ RCB କେୟାର୍ସ ପାଣ୍ଠି ମଧ୍ୟ ସୃଷ୍ଟି ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)