/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749030872.jpg)
ଡରାଇଲାଣି କରୋନା
ବିଶ୍ୱରରେ ହୁ ହୁ ହୋଇ ବଢୁଛି କରୋନା ମାମଲା। ବିଶ୍ୱର ଅନେକ ଦେଶରେ କରୋନା ମାମଲା ବୃଦ୍ଧି ପାଉଛି। ଆଉ ଏପର୍ଯ୍ୟନ୍ତ ସବୁଠାରୁ ଅଧିକ ଥାଇଲ୍ୟାଣ୍ଡରେ ଅଢ଼େଇ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି। ଭାରତରେ ମଧ୍ୟ ସଂକ୍ରମଣ ଚିନ୍ତାଜନକ ରହିଛି ।
ଭାରତରେ ୪ ହଜାର ଟପିଲାଣି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା। ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ୨୬ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ୬୫ ଜଣ ନୂଆ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ଇତିମଧ୍ୟରେ ଦେଶର ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଥିବା ୨୭୦୦ ଜଣ ଡିସଚାର୍ଜ ହୋଇ ସାରିଛନ୍ତି।
ଗତ ୨୪ ଘଣ୍ଟା ମଧ୍ୟରେ ୧୧ ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେଣି । ଗୁଜରାଟ, କର୍ଣ୍ଣାଟକ, ତାମିଲନାଡୁ, ପଶ୍ଚିମବଙ୍ଗ ଭଳି ରାଜ୍ୟରେ ଏବେ ଉପରମୁହାଁ ହୋଇଛି କରୋନା । କେରଳରେ ସର୍ବାଧିକ ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାର ୪୧୬ରେ ପହଞ୍ଚିଛି । ମହାରାଷ୍ଟ୍ରରେ ୪୯୪, ଗୁଜରାଟରେ ୩୯୭ ଓ ଦିଲ୍ଲୀରେ ୩୯୩ ଜଣ କୋଭିଡ ଆକ୍ରାନ୍ତ ସକ୍ରିୟ ଅଛନ୍ତି । ଗତକାଲି ପଶ୍ଚିମବଙ୍ଗରେ ୪୧ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚ୍ଓ ସତର୍କ କରାଇ ଦେଇଛି ଯେ, ପରିସ୍ଥିତି ଚିନ୍ତାଜନକ ହେଉଛି। ଦକ୍ଷିଣ-ପୂର୍ବ ଏସିଆ ଏବଂ ପୂର୍ବ ଭୂମଧ୍ୟସାଗରୀୟ କିଛି ସ୍ଥାନରେ ଭାଇରସ ଦୃତଗତିରେ ସଂକ୍ରମିତ କରୁଛି। ଆଉ ୭୩ ଟି ଦେଶରେ ଏହି ପରିସ୍ଥିତି ବିଶେଷ ଚିନ୍ତାଜନକ।
ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞ ମତରେ, ବର୍ତ୍ତମାନ ଯେଉଁ ପରିସ୍ଥିତି ରହିଛି, ତାହା ଚିନ୍ତାଜନକ ନୁହେଁ । ଏପର୍ଯ୍ୟନ୍ତ ଯେତିକି ଜଣଙ୍କର ମୃତ୍ୟୁ ହୋଇଛି, ସେମାନେ ବିବିଧ ରୋଗରେ ପୀଡିତ ଥିଲେ । ସେମାନଙ୍କର ଇମ୍ୟୁନିଟି କମ୍ ଥିଲା ଏବଂ ବୟସ ଅଧିକ ଥିଲା । ସମ୍ବେଦନଶୀଳ କେସରେ ରୋଗୀମାନେ ଅଧିକ ସତର୍କ ରହିବା ଦରକାର । ବିଶେଷକରି ଗର୍ଭବତୀ, ଛୋଟ ପିଲା ଓ ବୟସ୍କ ମାନଙ୍କୁ ସାବଧାନତାର ସହ ରହିବା ଉଚିତ୍ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)