Advertisment

COVID-19: ଦେଶରେ ୪ ହଜାର ଟପିଲା କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା

ଆଜି ଦେଶରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୪୦୨୬ରେ ପହଞ୍ଚିଛି । ୨୭୦୦ ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ଏବଂ ୨୪ ଘଣ୍ଟା ମଧ୍ୟରେ ୫ ଜଣଙ୍କ ମୃତ୍ୟୁ ହୋଇଛି ।

author-image
Chinmayee Sahoo
ଅଦ୍ୟତନ ହୋଇଛି
Covid-19

Covid-19

ଦେଶରେ କରୋନା ସଂକ୍ରମଣ କାୟା ବିସ୍ତାର କରିବାରେ ଲାଗିଛି । ଆଜି ସୁଦ୍ଧା ଦେଶରେ ୪ ହଜାର ଟପିଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା । ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ୨୬ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ୬୫ ଜଣ ନୂଆ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ଇତିମଧ୍ୟରେ ଦେଶର ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଥିବା ୨୭୦୦ ଜଣ ଡିସଚାର୍ଜ ହୋଇ ସାରିଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: କଡ଼ ଲେଉଟାଇଲା କି କରୋନାର ନୂଆ ଲହର ? ଦିନକରେ ୨ ଜଣଙ୍କ ମୃତ୍ୟୁକୁ ନେଇ ବଢିଲା ଟେନସନ୍...

ଗତ ୨୪ ଘଣ୍ଟା ମଧ୍ୟରେ ୧୧ ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେଣି । ଗୁଜରାଟ, କର୍ଣ୍ଣାଟକ, ତାମିଲନାଡୁ, ପଶ୍ଚିମବଙ୍ଗ ଭଳି ରାଜ୍ୟରେ ଏବେ ଉପରମୁହାଁ ହୋଇଛି କରୋନା । କେରଳରେ ସର୍ବାଧିକ ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାର ୪୧୬ରେ ପହଞ୍ଚିଛି । ମହାରାଷ୍ଟ୍ରରେ ୪୯୪, ଗୁଜରାଟରେ ୩୯୭ ଓ ଦିଲ୍ଲୀରେ ୩୯୩ ଜଣ କୋଭିଡ ଆକ୍ରାନ୍ତ ସକ୍ରିୟ ଅଛନ୍ତି । ଆଜି ପଶ୍ଚିମବଙ୍ଗରେ ୪୧ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: କରୋନାକୁ ନେଇ ସଂସଦରୁ ସତର୍କ କଲେ ସ୍ୱାସ୍ଥ୍ୟମନ୍ତ୍ରୀ

ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ଶ୍ରୀକାନ୍ତ ଧର କହିଛନ୍ତି ଯେ, ବର୍ତ୍ତମାନ ଯେଉଁ ପରିସ୍ଥିତି ରହିଛି, ତାହା ଚିନ୍ତାଜନକ ନୁହେଁ । ଏପର୍ଯ୍ୟନ୍ତ ଯେତିକି ଜଣଙ୍କର ମୃତ୍ୟୁ ହୋଇଛି, ସେମାନେ ବିବିଧ ରୋଗରେ ପୀଡିତ ଥିଲେ । ସେମାନଙ୍କର ଇମ୍ୟୁନିଟି କମ୍ ଥିଲା ଏବଂ ବୟସ ଅଧିକ ଥିଲା । ସମ୍ବେଦନଶୀଳ କେସରେ ରୋଗୀମାନେ ଅଧିକ ସତର୍କ ରହିବା ଦରକାର । ବିଶେଷକରି ଗର୍ଭବତୀ, ଛୋଟ ପିଲା ଓ ବୟସ୍କ ମାନଙ୍କୁ ସାବଧାନତାର ସହ ରହିବା ଉଚିତ୍ । 

Coronavirus COVID-19
Advertisment
Advertisment