Advertisment

Accident In Odisha: ସକାଳୁ ୩ଟି ଭୟଙ୍କର ଦୁର୍ଘଟଣା; ୩ ମୃତ, ୧୩ ଆହତ

ଗଜପତି ଜିଲ୍ଲା ମୋହନା ଥାନା କେନ୍ଦୁଘାଟିରେ ଟୁରିଷ୍ଟ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୩ ଜଣ ଆହତ ହୋଇଛନ୍ତି ।

Accident In Odisha

Accident In Odisha

Advertisment

ଗୁପ୍ତେଶ୍ବର ଯିବାବେଳେ ଓଲଟିଲା ଟୁରିଷ୍ଟ ଭ୍ୟାନ । ଗଜପତି ଜିଲ୍ଲା ମୋହନା ଥାନା କେନ୍ଦୁଘାଟିରେ ଟୁରିଷ୍ଟ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୩ ଜଣ ଆହତ ହୋଇଛନ୍ତି । ମୃତକ ଭୁବନେଶ୍ବରର ସରୋଜିନୀ ବେହେରା । 

Advertisment

ଆହତଙ୍କୁ ମୋହନା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ଦୁଇ ଗୁରୁତରଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି । ସମସ୍ତେ ଭ୍ୟାନ ଯୋଗେ ଭୁବନେଶ୍ବରରୁ କୋରାପୁଟ ଗୁପ୍ତେଶ୍ବର ବୁଲିବାକୁ ଯାଉଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି । 

ଏହା ସହ ପଢ଼ନ୍ତୁ: Jhansi Hospital Fire: ଦିଆସିଲି ଲଗାଇଲେ ନର୍ସ ଆଉ ତା’ପରେ...ପ୍ରତ୍ୟକ୍ଷଦର୍ଶୀ କହିଲେ ହସ୍ପିଟାଲ୍ ନିଆଁ ପଛର କାହାଣୀ

Advertisment

ଏପଟେ ମାଛ ବେପାରୀ ଉପରେ ଚଢ଼ିଗଲା ଟ୍ରକ୍‌ । ପାରଦ୍ବୀପ ଅଠରବାଙ୍କୀ ନିକଟରେ ସାଇକେଲରେ ଯିବା ବେଳେ ଚଢ଼ିଗଲା । ମୃତ ମାଛ ବେପାରୀ ବାଲିଝର ବସ୍ତିର, ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । 

ଅନ୍ୟପଟେ ବାଲେଶ୍ବର ଜିଲ୍ଲା ଜଳେଶ୍ବରରେ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ ହୋଇଛି । ଏନ୍‌ଏଚ୍‌-୧୬ ଇନ୍ଦିରା ଛକ ନିକଟରେ ଧକ୍କା ଦେଇ ପଳାଇଲା ଅଜଣା ଗାଡ଼ି । ମୃତ ଯୁବକ ଜଣଙ୍କ ଅମର୍ଦ୍ଦା ଅଞ୍ଚଳର, ଚାଲିକି ଯାଉଥିଲେ ବୋଲି କୁହାଯାଉଛି । 

Advertisment

ଅପରପକ୍ଷେ ଝରିଗାଁ ବାସୁଦେବଗୁଡାରେ ଗୁଳିମାଡ଼ ହୋଇଛି । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ପାଲିଆ ପଞ୍ଚାୟତ ବାସୁଦେବାଗୁଡାରେ ଗୁଳିମାଡ଼ ହୋଇଛି । ବାସୁଦେବାଗୁଡାଗ୍ରାମର ମଦ୍ୟପ କପୁର ଭତ୍ରା ଦେଶୀ ବନ୍ଧୁକ ଫୁଟାଇ ପଥଚାରି ଡାମନା ଭତ୍ରାଙ୍କୁ ଆକ୍ରମଣ କରିଛନ୍ତି । ଡାମନାଙ୍କୁ ପ୍ରଥମେ ଝରିଗାଁ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରି ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ନବରଙ୍ଗପୁର ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ଘଟଣା ସ୍ଥଳରେ ପୋଲିସ ପହଂଚି କପୁରଙ୍କୁ କାବୁ କରି ତଦନ୍ତ ଆରମ୍ଭ କରିଛନ୍ତି।

ଅଧିକ ପଢନ୍ତୁ: Ambulance Blast: ମଝି ରାସ୍ତାରେ ଫାଟିଲା ଆମ୍ୱୁଲାନ୍ସ ଅକ୍ସିଜେନ୍ ସିଲିଣ୍ଡର; ବର୍ତ୍ତିଗଲେ ଗର୍ଭବତୀ

Odisha News Odisha Balasore Accident Accident In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ