/odishatv-khabar/media/post_attachments/uploadimage/library/16_9/16_9_0/rcb_1749380353.jpg)
rcb
ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମରେ ଦଳାଚକଟା ଘଟଣାରେ ୧୧ ଜଣ ନିରୀହ କ୍ରିକେଟ ଫ୍ୟାନ ପ୍ରାଣ ହରାଇଥିବା ବେଳେ ଶତାଧିକ ଆହତ ହୋଇଥିଲେ। କର୍ଣ୍ଣାଟକର ନେତାଙ୍କ ସ୍ବାର୍ଥ କାରଣରୁ ପୋଲିସକୁ ବଳି ବୋଦା ହେବାକୁ ପଡିଛି। ସାଧାରଣତଃ କ୍ରିକେଟ ଟିମ ଟ୍ରଫି ଜିତିବା ପରେ ୨-୩ ଦିନ ଅନ୍ତରାଳରେ ଭିକ୍ଟ୍ରି ପରେଡ ଅନୁଷ୍ଠିତ ହୁଏ। ମାତ୍ର ଆରସିବି ବିଜୟରେ ଏ କ୍ଷେତ୍ରରେ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା। ବିଜୟର ମାତ୍ର ଦିନକ ପରେ ଅନୁଷ୍ଠିତ ହୋଇଥିଲା ଭିକ୍ଟ୍ରି ପରେଡ।
ଅଧିକ ପଢ଼ନ୍ତୁ: ବେଙ୍ଗାଲୁରୁ ଟ୍ରାଜେଡି, ୧୦ ଲକ୍ଷ ଅନୁକମ୍ପା ଘୋଷଣା କଲା RCB
ଯେତେବେଳେ କି ଏଭଳି ବଡ ଆୟୋଜନ ହେଲେ ଏହା ସୁରକ୍ଷା ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି କରିବ ବୋଲି ପୋଲିସ ପକ୍ଷରୁ ସତର୍କ କରାଇ ଦିଆଯାଇଥିଲା। ତେବେ ପଲିଟିକାଲ ମାଇଲେଜ ଲକ୍ଷ୍ୟରେ ରହିଥିବା ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଓ ଉପ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଏହାକୁ ଏଡାଇ ଯାଇଥିଲେ। ଜୁନ ୪ ତାରିଖରେ ଡେପୁଟି କମିଶନର ଏମଏନ କରିବସଭନ୍ନା ସୁରକ୍ଷା ବ୍ୟବସ୍ଥାକୁ ନେଇ ଚିଠି ଲେଖିଥିଲେ। ଏତେ ସଂଖ୍ୟକ ଲୋକଙ୍କ ଭିଡ ବିଧାନ ସୌଧ ନିକଟକୁ ଆସିଲେ ଏହାକୁ ନିୟନ୍ତ୍ରଣ କରିବା ଅସମ୍ଭବ ହେବ ବୋଲି ସେ ଲେଖିଥିଲେ।
ଆବଶ୍ୟକ ସଂଖ୍ୟାରେ ସୁରକ୍ଷା ଅଧିକାରୀ ନଥିବା ଏହାର ଅନ୍ୟ ଏକ ପ୍ରମୁଖ କାରଣ ବୋଲି ସେ ନିଜ ଚିଠିରେ ଲେଖିଥିଲେ। ଡିପିଏଆର ମୁଖ୍ୟ ଜି ସତ୍ୟବତୀଙ୍କୁ ସେ ଏହି ଚିଠି ଲେଖିଥିଲେ। ତେବେ ବିଦେଶୀ ଖେଳାଳିଙ୍କ ସମୟ ଅଭାବ ପାଇଁ ଆରସିବି ମ୍ୟାନେଜମେଣ୍ଟ ମଧ୍ୟ ତରବରିଆ ଭାବେ ଭିକ୍ଟ୍ରି ପରେଡ ପାଇଁ ରାଜି ହୋଇଥିଲା।
ଏହି ଘଟଣାକୁ ଦେଶବ୍ୟାପୀ ନିନ୍ଦା କରାଯାଇଥିଲା। ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଘଟିଥିବା ଏହି ଘଟଣାକୁ ନେଇ ପୋଳିସ ପକ୍ଷରୁ ଏତଲା ଦାୟର କରାଯାଇଥିଲା। କ୍ୟୁବନ ପାର୍କ ପୋଲିସ ପକ୍ଷରୁ କେସ୍ ରୁଜୁ କରାଯାଇଥିବା ନେଇ ସେଣ୍ଟ୍ରାଲ ଡିସିପି ଶେଖର ଏଚ୍ ଟେକନ୍ନାବର ଏହି ସୂଚନା ଦେଇଥିଲେ । ଭାରତୀୟ ନ୍ୟାୟ ସଂହିତାର ଧାରା ୧୦୫, ୧୨୫(୧୨), ୧୪୨, ୧୨୧ ଓ ୧୯୦ରେ ଏହି ଅପରାଧିକ ମାମଲା ରୁଜୁ କରାଯାଇଥିଲା। ଅନ୍ୟ ପକ୍ଷରେ ଏହି ଘଟଣା ପାଇଁ ସବୁ ଦୋଷ କର୍ଣ୍ଣାଟକ ପୋଲିସକୁ ଦେଇ ଖସିଯିବାକୁ ଚେଷ୍ଟା କରୁଛନ୍ତି ସରକାର। ବର୍ତ୍ତମାନ ସୁଦ୍ଧା ଏକାଧିକ ପୋଲିସ ଅଫିସରଙ୍କୁ ନିଲମ୍ବନ କରି ସାରିଛନ୍ତି ସରକାର। ଏହା ମଧ୍ୟରେ ପୋଲିସ କମିଶନର ବି ଦୟାନନ୍ଦ ମଧ୍ୟ ରହିଛନ୍ତି। ସେହିପରି ଆରସିବି ଅଫିସିଆଲ ନିଖିଲ ସୋସାଲେ ଓ ଡିଏନ ଏଣ୍ଟରଟେନମେଣ୍ଟର ୩ ଜଣଙ୍କୁ ଗିରଫ କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)