Advertisment

Bengaluru Stampede: ବେଙ୍ଗାଲୁରୁ ଦଳାଚକଟା ଘଟଣାରେ RCB ଓ କ୍ରିକେଟ ଆସୋସିଏସନ ନାଁରେ କେସ୍ ରୁଜୁ

ଏହି ଉତ୍ସବ ରବିବାର ଦିନ କରିବା ପାଇଁ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଥିଲା । ଛୁଟି ଦିନରେ ଭିଡ଼ କମ୍ ରହିବ ବୋଲି କୁହାଯାଇଥିଲା । ରବିବାର ଦିନ କରାଗଲେ, ପୋଲିସକୁ ଆୟୋଜନ କରିବାରେ ସମୟ ମିଳିବ ବୋଲି ମଧ୍ୟ କୁହାଯାଇଥିଲା । ତେବେ ସରକାର ଏହାକୁ ବିଜୟ ପରଦିନ କରିବାକୁ ନିଷ୍ପତ୍ତି ନେଇଥିଲେ ।

author-image
Tapan Kumar Swain
ଅଦ୍ୟତନ ହୋଇଛି
Bengaluru Stampede

Bengaluru Stampede

ବେଙ୍ଗାଲୁରୁ ଦଳାଚକଟା ଘଟଣାରେ ପୋଲିସ ନିଜ ଆଡୁ ଏକ କେସ୍ ରୁଜୁ କରିଛି । ଏହି କେଶରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର୍ (RCB), କର୍ଣ୍ଣାଟକ କ୍ରିକେଟ ଆସୋସିଏସନ୍, ଡିଏନଏ ନେଟୱର୍କ ଓ ଅନ୍ୟମାନଙ୍କ ନାଁରେ ଏହି କେଶ୍ କରାଯାଇଛି । ଏହି ଦଳାଚକଟା ଘଟଣାରେ ୧୧ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୫୦ ଜଣ ଆହତ ହୋଇଛନ୍ତି ।

Advertisment

ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଘଟିଥିବା ଏହି ଘଟଣାକୁ ନେଇ ଏତଲା ଦେଇଛି ନିଜେ ପୋଲିସ । କ୍ୟୁବନ ପାର୍କ ପୋଲିସ ପକ୍ଷରୁ କେସ୍ ରୁଜୁ କରାଯାଇଥିବା ନେଇ ସେଣ୍ଟ୍ରାଲ ଡିସିପି ଶେଖର ଏଚ୍ ଟେକନ୍ନାବର ଏହି ସୂଚନା ଦେଇଛନ୍ତି । ଭାରତୀୟ ନ୍ୟାୟ ସଂହିତାର ଧାରା ୧୦୫, ୧୨୫(୧୨), ୧୪୨, ୧୨୧ ଓ ୧୯୦ରେ ଏହି ଅପରାଧିକ କେଶ୍ ରୁଜୁ କରାଯାଇଛି ।

IPL ଟାଇଟଲ୍ ଜିତିବା ପରେ RCB ଟିମକୁ ସମ୍ୱର୍ଦ୍ଧିତ କରିବା ପାଇଁ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ବଡ ଧରଣର ଆୟୋଜନ କରାଯାଇଥିଲା ।

Advertisment

ମିଳିଥିବା ସୂଚନା ଅନୁସାରେ, ଏହି ଉତ୍ସବ ରବିବାର ଦିନ କରିବା ପାଇଁ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଥିଲା । ଛୁଟି ଦିନରେ ଭିଡ଼ କମ୍ ରହିବ ବୋଲି କୁହାଯାଇଥିଲା । ରବିବାର ଦିନ କରାଗଲେ, ପୋଲିସକୁ ଆୟୋଜନ କରିବାରେ ସମୟ ମିଳିବ ବୋଲି ମଧ୍ୟ କୁହାଯାଇଥିଲା । ତେବେ ସରକାର ଏହାକୁ ବିଜୟ ପରଦିନ କରିବାକୁ ନିଷ୍ପତ୍ତି ନେଇଥିଲେ । ଯାହାର ପରିଣାମ ଭୟଙ୍କର ଥିଲା । ଭିଡକୁ ନିୟନ୍ତ୍ରଣ କରିବାରେ ପୋଲିସ ସକ୍ଷମ ହୋଇପାରିନଥିଲା ।

ଅଧିକ ପଢ଼ନ୍ତୁ: ବେଙ୍ଗାଲୁରୁ ଟ୍ରାଜେଡି, ୧୦ ଲକ୍ଷ ଅନୁକମ୍ପା ଘୋଷଣା କଲା RCB

Police Bengaluru RCB Stampede
Advertisment
Advertisment