Advertisment

Bengaluru Stampede: ବେଙ୍ଗାଲୁରୁ ଟ୍ରାଜେଡି, ୧୦ ଲକ୍ଷ ଅନୁକମ୍ପା ଘୋଷଣା କଲା RCB

ବେଙ୍ଗାଲୁରୁ ଚିନ୍ନାସ୍ୱାମୀ ଷ୍ଟାଡିମୟରେ ଦଳାଚକଟା ଘଟଣାରେ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏଁ ସହାୟତା ଘୋଷଣା କଲା RCB । କାଲି RCB ବିଜୟ ଉତ୍ସବ ବେଳେ ଏହି ଦଳଚକଟା ଘଟି ୧୧ ଜଣ କ୍ରିକେଟ ପ୍ରେମୀଙ୍କ ମୃତ୍ୟୁ ହୋଇଥିଲା । ୫୦ରୁ ଅଧିକ ଆହତ ହୋଇଥିଲେ ।

author-image
Namita Biswal
ଅଦ୍ୟତନ ହୋଇଛି
Bengaluru Stampede

Bengaluru Stampede

ବେଙ୍ଗାଲୁରୁ ଚିନ୍ନାସ୍ୱାମୀ ଷ୍ଟାଡିମୟରେ ଦଳାଚକଟା ଘଟଣାରେ ଅନୁକମ୍ପା ଘୋଷଣା କଲା RCB । ୧୧ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରିଛି । ଆହତଙ୍କୁ ସହାୟତା ପାଇଁ RCB କେୟର୍ସ ପାଣ୍ଠି ମଧ୍ୟ ସୃଷ୍ଟି ହୋଇଛି । ଏପଟେ ଦୁର୍ଘଟଣା ପାଇଁ ଦାୟୀ କିଏ ? ସେଲିବ୍ରେସନ ସମୟରେ ଷ୍ଟାଡିୟମ କ୍ଷମତା ଠାରୁ ଅଧିକ ଲୋକଙ୍କୁ ପ୍ରବେଶ ଅନୁମତି କିଏ ଦେଇଥିଲ ? ମ୍ୟାଚର ୧୨ ଘଣ୍ଟା ମଧ୍ୟରେ କାହିଁକି କରାଯାଇଥିଲା ଭିକ୍ଟ୍ରି ମାର୍ଚ୍ଚ ? ସରକାର ଓ ପୋଲିସ ପ୍ରଶାସନ ମଧ୍ୟରେ ନଥିଲା କି ସମନ୍ୱୟ ?  ଏଭଳି ଅନେକ ପ୍ରଶ୍ନ ଏବେ ଉଙ୍କି ମାରୁଛି । 

Advertisment

ବେଙ୍ଗଲୁରୁ ଦଳାଚକଟା ଟ୍ରାଜେଡି ଏବେ ସାରା ଦେଶକୁ ସ୍ତବ୍ଧ କରିଦେଇଛି । ୧୧ ଜଣଙ୍କ ମୃତ୍ୟୁ ଓ ୫୦ରୁ ଅଧିକ କ୍ରିକେଟ ପ୍ରେମୀ ଗୁରୁତର ଆହତ ହୋଇଛନ୍ତି । ଏତେ ବଡ଼ ଅଘଟଣ ପଛର କାରଣ ଖୋଜୁଛି ପୋଲିସ । RCB IPL ଟ୍ରଫି ଜିତିବା ପରେ ଗତକାଲି ବେଙ୍ଗାଲୁରୁ ଚିନ୍ନାସ୍ବାମୀ ଷ୍ଟାଡିୟମରେ ବିଜୟ ଉତ୍ସବ ହୋଇଥିଲା । ଭିଡ଼ ଏତେ ଥିଲା ଯେ ରାସ୍ତାଘାଟ ସବୁ କିଛି ଜାମ୍ ହୋଇଯାଇଥିଲା । କିନ୍ତୁ କୁହାଯାଉଛି କି, ସାଢ଼େ ୪ଟା ବେଳେ ଦଳାଚକଟା ଘଟିଥିଲା । କିନ୍ତୁ ଏହାପରେ ବି ସେଲିବ୍ରେସନ୍ କାର୍ଯ୍ୟକ୍ରମ ଚାଲୁ ରହିଥିଲା । 

Advertisment

ଆଜି RCB ପକ୍ଷରୁ ଘଟଣାରେ ଦୁଃଖପ୍ରକାଶ କରି ଏକ୍ସରେ ପୋଷ୍ଟ କରାଯାଇଛି, ବେଙ୍ଗାଲୁରୁରେ କାଲିର ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ନେଇ ଆରସିବି ପରିବାର ଅତ୍ୟନ୍ତ ମର୍ମାହତ । ଆରସିବି ପକ୍ଷରୁ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ ପାଇଁ ଘୋଷଣା କରାଯାଇଛି । 

ଅଧିକ ପଢନ୍ତୁ : ପୁଅ ତ ଚାଲିଗଲା, ତା' ଶରୀରକୁ ଖଣ୍ଡ ଖଣ୍ଡ କରନି... ଆଖି ଓଦା କରିଦେବ ବାପାଙ୍କ କୋହଭରା କଥା

ଅନ୍ୟପଟେ ଆଜି ଦଳାଚକଟା ଘଟଣା ସମ୍ପର୍କରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାବେଳେ କାନ୍ଦି ପକାଇଥିଲେ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର । ବିରୋଧୀଙ୍କୁ ମୃତକଙ୍କ ଶବ ଉପରେ ରାଜନୀତି କରିବାକୁ ଦିଅ । ହେଲେ ଆମେ ଏଥିରୁ ଶିକ୍ଷା ପାଇଛୁ । ଏମିତି ହେବାର ନଥିଲା । ଆମେ କ୍ଷମା ପ୍ରାର୍ଥନା କରୁଛୁ । ଏତେ ଭିଡ଼ ହେବ ବୋଲି ଧାରଣା ନଥିଲା । ମୋତେ ସବୁଠୁ ବେଶୀ କଷ୍ଟ ଛୋଟ ପିଲାଙ୍କ ପାଇଁ ଲାଗୁଛି । ମୃତକଙ୍କ ମଧ୍ୟରେ ଏମିତି ପିଲା ଅଛନ୍ତି ଯାହାଙ୍କ ବୟସ ପାଖାପାଖି ୧୫ ବର୍ଷ ହେବ । ସେମାନଙ୍କ ପରିବାର ଉପରେ କ'ଣ ବିତୁଥିବ । କୌଣସି ବି ପରିବାର ଏହି କ୍ଷତିକୁ ଗ୍ରହଣ କରିବା ସମ୍ଭବ ନୁହେଁ । ମୁଁ ତାଙ୍କ କଷ୍ଟକୁ ଅନୁଭବ କରୁଛି ବୋଲି କହି କାନ୍ଦି ପକାଇଥିଲେ ଉପମୁଖ୍ୟମନ୍ତ୍ରୀ ।

Bengaluru Stampede
Advertisment
Related Articles
Advertisment