/odishatv-khabar/media/post_attachments/uploadimage/library/16_9/16_9_0/Man_Dies_1751375013.jpg)
Man Dies
ମୃତ୍ୟୁ କେତେବେଳେ କେମିତି ଆସିବ କେହି ଜାଣି ନାହାନ୍ତି । ବିହାରର ଶେଖପୁରା ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ଯେଉଁଥିରେ ଜଣେ ବ୍ୟକ୍ତି ନିଜ ମଇଁଷିଙ୍କୁ ବଞ୍ଚାଇବାକୁ ଯାଇ ନିଜ ଜୀବନ ହାରିଛନ୍ତି । ପ୍ରତ୍ୟେକ ଦିନ ଭଳି ସେଦିନ ବି ମଇଁଷି ନେଇ ଚରାଇବାକୁ ଯାଇଥିଲେ । କିନ୍ତୁ କିଏ ଜାଣିଥିଲା ସେ ଆଉ ଫେରିବେନି ।
ସୋମବାର ଶେଖପୁରାରେ ବନ୍ଦେ ଭାରତ ଟ୍ରେନ ଧକ୍କାରେ ଜଣେ ୫୦ ବର୍ଷିୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ତାଙ୍କ ସହ ୨ଟି ମଇଁଷିଙ୍କ ବି ମୃତ୍ୟୁ ଘଟିଛି । ମୃତକ ହେଲେ ଶେଖପୁରାର ଗିରିହିଣ୍ଡା କଚ୍ଚି ରୋଡ ବାସିନ୍ଦା ଗୋପାଳ ଯାଦବ । ଶେଖପୁରା ଥାନାର ଏସଏଚଓ ଧର୍ମେନ୍ଦ୍ର କୁମାର କହିଛନ୍ତି ଏହି ଦୁର୍ଘଟଣା ଆଉଟର ସିଗନାଲର ବାହାର ଟ୍ରାକରେ ହୋଇଛି । ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ସଦର ହସପିଟାଲକୁ ପଠାଯାଇଛି ।
ଅଧିକ ପଢ଼ନ୍ତୁ: ଦର୍ଶନ ସାରି ଫେରୁଥିଲେ, ସାମନାରୁ ଆସି ପିଟିଦେଲା ଟ୍ରକ, ତା ପରେ…
ଏହି ଦୁର୍ଘଟଣା ଶେଖପୁରାର ଜାଖରାଜ କ୍ରସିଂ ଓ ଆରଡି କଲେଜ କ୍ରସିଂ ଭିତରେ ହୋଇଛି । ସ୍ଥାନୀୟ ଲୋକ କହିଛନ୍ତି ଦୁର୍ଘଟଣା ଦିନ ଗୋପାଳ ଯାଦବ ନିଜ ମଇଁଷି ଚରାଉଥିଲେ । ମଇଁଷି ରେଳ ଟ୍ରାକ୍ ପାଖରେ ଚରୁଥିଲେ । ସେତେବେଳେ ବନାରସ ରୁ ଦେବଘର ଯାଉଥିବା ବନ୍ଦେ ଭାରତ ଟ୍ରେନ୍ ଏହି ଦୁର୍ଘଟଣା ଘଟାଇଛି ।
ଟ୍ରେନର ହର୍ଣ୍ଣ ଶୁଣିକି ଗୋପାଳ ମଇଁଷିଙ୍କୁ ଟ୍ରାକରୁ ହଟାଇବାକୁ ଯାଇଥିଲା । କିନ୍ତୁ ସେତେବେଳକୁ ଡେରି ହୋଇଯାଇଥିଲା । ମଇଁଷିଙ୍କୁ ବଞ୍ଚାଇବାକୁ ଯାଇ ଗୋପାଳ ଯାଦବ ଟ୍ରେନ୍ ସାମନାକୁ ଆସିଯାଇଥିଲେ ।
ଟ୍ରେନର ସ୍ପିଡ୍ ଏତେ ଥିଲା ଯେ ଗୋପାଳଙ୍କ ମୃତଦେହ ବହୁତ ଦୂରକୁ ଛିଟିକି ପଡିଥିଲା । ଦୁର୍ଘଟଣା ପରେ ଲୋକୋପାଇଲଟ ଟ୍ରେନଟିକୁ କିଛି ସମୟ ଅଟକାଇଥିଲା । ପାଖାପାଖି ୫ ମିନିଟ ପରେ ପୁଣି ନିଜ ଗନ୍ତବ୍ୟସ୍ତଳକୁ ବାହାରିଯାଇଥିଲା ଟ୍ରେନ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)