/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751275886.jpg)
Bengalurus Rental Norms
ଭାରତରେ ବଡ଼ ବଡ଼ ସହର ଗୁଡିକରେ ଘର ଭଡ଼ା ଖୁବ ମହଙ୍ଗା ହୋଇଥାଏ । ଘର କିଣିବା ହେଉ କି ଭଡ଼ାରେ ନେବା ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି ଏବେ । ଘର ଭଡ଼ା ଦେବା ଯେତିକି ବାଧୁନି ସିକ୍ୟୁରିଟି ଡିପୋଜିଟ ବା ଆଡଭାନ୍ସ ଦେବା ଅଧିକ ବାଧୁଛି । ନିକଟରେ ସୋସିଆଲ ମିଡିଆରେ ଏଭଳି ଏକ ଖବର ଚର୍ଚ୍ଚ।ରେ ରହିଛି । ବେଙ୍ଗାଲୁରୁରେ ଗୋଟିଏ ଘରର ସିକ୍ୟୁରିଟି ଡିପୋଜିଟ ରହିଛି ୧୯ ଲକ୍ଷ ଟଙ୍କା ।
ଭାରତରେ ରହୁଥିବା ଜଣେ କାନାଡୀୟ ବ୍ୟକ୍ତି ଏନେଇ ଏକ ପୋଷ୍ଟ ସେୟାର କରିଛନ୍ତି । ଯାହା ପରଠୁ ସୋସିଆଲ ମିଡିଆ (ଏକ୍ସ)ରେ ବିତର୍କ ଆରମ୍ଭ ହୋଇଯାଇଛି । କାନାଡୀୟ ବ୍ୟକ୍ତି କାଲେବ ଫ୍ରାଇସନ ବର୍ତ୍ତମାନ ମିଜୋରାମର ଆଇଜୋଲରେ ରହୁଛନ୍ତି । ସେ ବେଙ୍ଗାଲୁରୁରେ ରହିବାର ଯୋଜନା କରୁଛନ୍ତି ।
ଅଧିକ ପଢ଼ନ୍ତୁ: ସର୍ତ୍ତ ଶୁଣିଲେ ଉଡ଼ିଯିବ ଆପଣଙ୍କ ହୋସ୍ ...ସୋସିଆଲ ମିଡିଆରେ ଚାଲିଛି ବିତର୍କ
ସେ ଏକ୍ସରେ ବେଙ୍ଗାଲୁରୁର ଡୋମଲୁରରେ ଏକ 3BHK ଫ୍ଲାଟ୍ ର ଲିଷ୍ଟିଂ ସେୟାର କରିଛନ୍ତି । ଯାହାର ମାସିକ ଭଡ଼ା ୧ଲକ୍ଷ ୭୫ ହଜାର ଟଙ୍କା ରହିଛି କିନ୍ତୁ ସିକ୍ୟୁରିଟି ଡିପୋଜିଟ୍ ୧୯ଲକ୍ଷ ୨୫ ହଜାର ଟଙ୍କା ରହିଛି । ଘରର ସିକ୍ୟୁରିଟି ଡିପୋଜିଟ ଦେଖି ସେ ଆଶ୍ଚର୍ଯ୍ୟ ହେଇଯାଇଛନ୍ତି ।
Rs. 19 lakh for security deposit!
absolutely bonkers what landlords are expecting these days, I could literally buy a new Mahindra Thar for less than this deposit
anyone know of a place in/around Indiranagar with 2-3 months deposit only? rent price range Rs. 80 to 1 lakh pic.twitter.com/jGDfLC3eN0
— Caleb (@caleb_friesen2) June 28, 2025
ସେ ନିଜ ପୋଷ୍ଟରେ ଲେଖିଛନ୍ତି ସିକ୍ୟୁରିଟି ଡିପୋଜିଟ ପାଇଁ ୧୯ଲକ୍ଷ ଟଙ୍କା । ଆଜିକାଲିର ଘର ମାଲିକ ମାନେ ଏଭଳି ଯେଉଁ ଦାବି କରୁଛନ୍ତି ତାହା ହାସ୍ୟାସ୍ପଦ । ଏହି ଡିପୋଜିଟ ଟଙ୍କାରୁ କମରେ ବି ଗୋଟିଏ ମହିନ୍ଦ୍ରା ଥର୍ ଗାଡ଼ି କିଣିହେବ ।
ପୋଷ୍ଟରେ କାଲେବ ପଚାରିଛନ୍ତି କିଏ ଇନ୍ଦିରାନଗର କି ଆଖପାଖ ଅଞ୍ଚଳରେ ୨ରୁ ୩ମାସର ସିକ୍ୟୁରିଟି ଡିପୋଜିଟ୍ ସହ ଘର ଖୋଜିବାରେ ସାହାଯ୍ୟ କରିପାରିବ । ଘର ଭଡ଼ାର ବଜେଟ ରହିଛି ୮୦ହଜାରରୁ ଲକ୍ଷେ ଟଙ୍କା ମଧ୍ୟରେ । କାଲେବଙ୍କ ଏହି ପୋଷ୍ଟ ଅନେକ ଲୋକଙ୍କୁ ପ୍ରଭାବିତ କରିଛି ।
ଜଣେ ୟୁଜର ମୁମ୍ବାଇ ଓ ବେଙ୍ଗାଲୁରୁକୁ ତୁଳନା କରିଛନ୍ତି । ଲେଖିଛନ୍ତି ମତେ ଖୁସି ଲାଗୁଛି କି ବେଙ୍ଗାଲୁରୁର ଏହି ଘର ଭଡ଼ା ସଂସ୍କୃତି ମୁମ୍ବାଇରେ ପହଞ୍ଚିନି । ଏଠାରେ ଜଣେ ଘର ମାଲିକ 4BHK ପାଇଁ ପ୍ରତି ମାସ ୫ଲକ୍ଷ ଟଙ୍କା ଭଡ଼ା ସହ ୩ମାସର ଡିପୋଜିଟ ଦାବି କରିଥିଲେ । କିନ୍ତୁ ଭଡାଟିଆ ମାସକୁ ୪ଲକ୍ଷ ଭଡ଼ା ସହ ୫ମାସର ଆଡଭାନ୍ସ ଦେବା ପାଇଁ କହିଥିଲେ । କିନ୍ତୁ ଘର ମାଲିକ ରାଜି ହୋଇନଥିଲେ ।
ଆଉ ଜଣେ ୟୁଜର କହିଛନ୍ତି ଏଭଳି ସିକ୍ୟୁରିଟି ମାଗିବା ମୁଖାର୍ମୀ ଅଟେ । ଘର ମାଲିକ ମାନେ ଏଭଳି ବ୍ୟବହାର କରୁଛନ୍ତି ସେମାନେ ଯେଭଳି ଇନ୍ଦିରାନଗରରେ 2BHK ଘର ନୁହେଁ ମଙ୍ଗଳ ଗ୍ରହକୁ ଭଡ଼ା ଦେଉଛନ୍ତି ।
ବେଙ୍ଗାଲୁରୁରେ ରହୁଥିବା ଗୌତମ ଖୁରାନା କହିଛନ୍ତି ଏଠାରେ ଘର ଭଡ଼ା ପାଇଁ ଆଡଭାନ୍ସ ସିଷ୍ଟମ ପୁରା ଅଲଗା । ଏଠାରେ ସିକ୍ୟୁରିଟି ଡିପୋଜିଟ ଖୁବ ଅଧିକ ନିଆଯାଏ । ବେଙ୍ଗାଲୁରୁରେ ସାଧାରଣତଃ ଘର ମାଲିକମାନେ ୬ରୁ ୧୦ମାସର ଘର ଭଡ଼ା ସିକ୍ୟୁରିଟି ଡିପୋଜିଟ ଭାବେ ନିଅନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)