/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751362215.jpg)
ଶବ ଉପରେ ସିମେଣ୍ଟ
ଜଣେ ପୁଲିସ ଅଫିସରଙ୍କ ପୁଅ-ବୋହୂ ମଣିଷ ମାରିବେ ଏକଥା କେହି କେବି ବିଶ୍ବାସ କରିପାରିବେ ନାହିଁ। ମଣିଷ ମାରିବା ପରେ ପ୍ରମାଣ ନଷ୍ଟ କରିବା ଶୈଳୀ ବି ଥିଲା ଦେଶରେ ବିରଳ। ମଣିଷ ମାରିସାରିବା ପରେ ଶବକୁ ଏକ ସୁଟକେସରେ ଭର୍ତ୍ତି କରିଦେଲେ। ଏହି ସୁଟକେଶରେ ସିମେଣ୍ଟ ଢାଳି ବନ୍ଦ କରିଦେଲେ। ଏହାକୁ ଏକ ଟ୍ରଙ୍କରେ ଭର୍ତ୍ତି କରି ନିକାଞ୍ଚନ ସ୍ଥାନରେ ଫିଙ୍ଗିଦେବା ଘଟଣା ଛତିଶଗଡ଼ର ରାୟପୁରରେ ଆଲୋଡ଼ନ ସୃଷ୍ଟି କରିଛି । ଏଭଳି ବିଭତ୍ସ ହତ୍ୟାକାଣ୍ଡର କାରଣ ଜାଣିଲେ ଯେକେହି ଚକିତ ହେଇଯିବେ। ଏମିତି କିଛି ଛୋଟମୋଟ କାରଣ ପାଇଁ ଏଭଳି ଢଙ୍ଗରେ ମଣିଷ ମରାଯାଏ ଏକଥା ବିଶ୍ବାସ କରିହେଉନି।
୧୦ ଲକ୍ଷ ମାଗିଲେ ବୋଲି…
ପ୍ରକୃତରେ ଏହି ମାମଲା ଏକ ସମ୍ପତ୍ତି ବିବାଦକୁ ନେଇ ଥିଲା। ଛତିଶଗଡ଼ ରାୟପୁରର କିଶୋର ପଙ୍କ୍ରା ତାଙ୍କ ଘର ବିକ୍ରି କରିବାକୁ ନିଷ୍ପତ୍ତି ନେଇଥିଲେ। ଏ ବିଷୟରେ ଓକିଲ ଅଙ୍କିତ ଉପାଧ୍ୟାୟଙ୍କୁ ଜଣାଇଥିଲେ। ଅଙ୍କିତ କିଶୋରଙ୍କ ଘର ୫୦ ଲକ୍ଷରେ ବିକ୍ରି କରିବାକୁ ନିଷ୍ପତ୍ତି ନେଇଥିଲେ। ଅଙ୍କିତ ୩୦ ଲକ୍ଷ ଦେଇଥିଲେ। ଆଉ ଅଧିକ ଦେବାକୁ ରାଜି ହୋଇନଥିଲେ। ପରବର୍ତ୍ତି ସମୟରେ କିଶୋର ଅଧିକ ୧୦ ଲକ୍ଷ ଦାବି କରିଥିଲେ। ଏହି ଟଙ୍କା ମାଗିବା ଘଟଣାକୁ ନେଇ ଉଭୟ କିଶୋର ଓ ଅଙ୍କିତଙ୍କ ଭିତରେ ଶୀତଳ ଯୁଦ୍ଧ ଆରମ୍ଭ ହୋଇଥିଲା।
ଏମିତି ଥିଲା ହତ୍ୟା ଷଡ଼ଯନ୍ତ୍ର
ଆଇନଜୀବୀ ଅଙ୍କିତ ୧୦ ଲକ୍ଷ ଟଙ୍କା ଦେବାକୁ କିଶୋରଙ୍କୁ ସିଧାସଳଖ ମନା କରିଦେଲେ। ଉଭୟଙ୍କ ମଧ୍ୟରେ ବିବାଦ ଏତେ ବଢ଼ିଗଲା ଯେ ଅଙ୍କିତ ତାଙ୍କ ସ୍ତ୍ରୀ ଶିବାନୀଙ୍କ ସହିତ ମିଶି କିଶୋରଙ୍କୁ ସବୁଦିନ ପାଇଁ ରାସ୍ତାରୁ ଖଲାସ କରିଦେବାକୁ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିଥିଲେ। ଏହି ଷଡ଼ଯନ୍ତ୍ରରେ ଅଙ୍କିତଙ୍କୁ ଅନ୍ୟ ଦୁଇଜଣ ମଧ୍ୟ ସହଯୋଗ ଯୋଗାଇଥିଲେ। ଏହାପରେ ହତ୍ୟାର ରୂପ ଦିଆଯାଇଥିଲା।
ଶବରେ ଢାଳିଦେଲେ ସିମେଣ୍ଟ
ଅଙ୍କିତ ସମ୍ପୂର୍ଣ୍ଣ ଯୋଜନାବଦ୍ଧ ଭାବରେ କିଶୋରଙ୍କୁ ହତ୍ୟା କରିଥିଲା। ତାଙ୍କ ଶବକୁ ଏକ ସୁଟକେସରେ ଭର୍ତ୍ତି କରିଥିଲେ। ଏଥିରେ ସିମେଣ୍ଟ ଢାଳି ସୁଟକେସରୁ ଜାମ କରିଦେଇଥିଲେ। ଡିଡି ନଗର ଥାନା ଅଧିନ ଇନ୍ଦ୍ରପ୍ରସ୍ଥ ଫେଜ୍-୨ ଅଞ୍ଚଳରେ ଏକ ନିଛାଟିଆ ସ୍ଥାନରେ ଏହି ସୁଟକେସକୁ ଟ୍ରଙ୍କରେ ପୁରାଇ ଫିଙ୍ଗି ଦେଇଥିଲେ। ସିମେଣ୍ଟ ଢଳା ଯାଇଥିବାରୁ ପୁଲିସ ପ୍ରଥମେ ଏହି ଶବକୁ ଚିହ୍ନି ପାରିନଥିଲା। ପରବର୍ତ୍ତି ସମୟରେ ଏହାକୁ ଚିହ୍ନଟ କରାଯାଇଥିଲା। ପୁଲିସ ଏହି ହତ୍ୟାକାଣ୍ଡ ଉପରୁ ସମ୍ପୂର୍ଣ୍ଣ ପର୍ଦ୍ଦାଫାସ କରିବା ପାଇଁ ଦିଲ୍ଲୀ ପୁଲିସର ସାହାଯ୍ୟ ଲୋଡ଼ିଥିଲା। ଅଙ୍କିତ ଏବଂ ତାଙ୍କ ପତ୍ନୀ ଶିବାନୀ ଦିଲ୍ଲୀରେ ଲୁଚିଥିବା ପୁଲିସ ଖବର ପାଇଥିଲା। ସେଠାରୁ ଗିରଫ କରିବା ପରେ ରାୟପୁର ଆଣି ଅଧିକ ଖୋଳତାଡ଼ ଆରମ୍ଭ କରିଦେଇଛି। ଏହି ମାମଲାରେ ପୁଲିସ ଅଙ୍କିତର ସହଯୋଗୀଙ୍କୁ ରାୟପୁରରୁ ଗିରଫ କରିଥିଲା।
ବାପା ପୁଲିସକୁ ପୁଅ-ବୋହୂ ହତ୍ୟାକାରୀ
ଅଙ୍କିତର ବାପା ଛତିଶଗଡ଼ ପୁଲିସର ଜଣେ ଅବସରପ୍ରାପ୍ତ ଏଏସଆଇ। ଏହା ସତ୍ତ୍ବେ ବି ଏହି ପରିବାର ଏଭଳି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡରେ ନିଜକୁ ସାମିଲ କରିଦେଲା ଯାହାକି ପୁରା ପୁଲିସ ବର୍ଦ୍ଦିରେ କଳା ବୋଳି ଦେଇଥିଲା। ପୁଲିସ ଏହି ମାମଲାର ତଦନ୍ତ ପାଇଁ ଇନ୍ଦ୍ରପ୍ରସ୍ଥ କଲୋନୀର ସିସି କ୍ୟାମେରା ଫୁଟେଜ୍ ଯାଞ୍ଚ କରିଥିଲା। ସେହି ସମୟରେ ଅଙ୍କିତର ପତ୍ନୀ ଶିବାନୀକୁ ଦେଖିବାକୁ ମିଳିଥିଲା। ଶିବାନୀ ଏକ କାରର ପଛରେ ଥିଲେ। ଏଥିରେ ଦୁଇଜଣ ବ୍ୟକ୍ତି କିଶୋରଙ୍କ ଶବକୁ ବାହାର କରି ଟ୍ରଙ୍କରେ ରଖିଥିଲେ।
ଟ୍ରଙ୍କରେ ଲେଖା ଥିଲା ‘ହାବୁ ଭାଇ’
ପୁଲିସ ଟ୍ରଙ୍କ ବିକ୍ରେତାଙ୍କ ନିକଟକୁ ଯାଇଥିଲା। ଗୋଲବଜାର ପେଟିଲାଇନ୍ ଅଞ୍ଚଳର ଜଣେ ଦୋକାନୀ ଟ୍ରଙ୍କ ବିକ୍ରି ସମ୍ପର୍କରେ ସ୍ବୀକାର କରିଥିଲେ। ଜଣେ ଯୁବକ ଏବଂ ଯୁବତୀ ଟ୍ରଙ୍କ କିଣିଥିଲେ। ଏହି ଟ୍ରଙ୍କ ଉପରେ 'ହାବୁ ଭାଇ' ଲେଖାଯାଇଥିବା ଦୋକାନି ପୁଲିସକୁ କହିଥିଲେ। କିଶୋରଙ୍କ ଶବ ପଶିଥିବା ଟ୍ରଙ୍କ ଏହି ଦୋକାନରୁ ଯାଇଥିବା ପୁଲିସ ସ୍ପଷ୍ଟ ହୋଇଥିଲା। କିଶୋରଙ୍କ ଶବ ଯେଉଁ କାରରେ ନିଆଯାଇଥିଲା ସେଇଟା ଥିଲା ଏକ ଅଲଟୋ କାର । ଏହି କାରରେ ଶିବାନୀ ବି ଥିଲା। ପୁଲିସ ତଦନ୍ତ ସମୟରେ କାରର ନମ୍ବର ନକଲି ବୋଲି ଜଣାପଡ଼ିଥିଲା। ଏମାନେ ଜାଲି କାର୍ ଏଥିପାଇଁ ବ୍ୟବହାର କରିଥିଲେ ଯେ ପରେ ଯେମିତି ପୁଲିସ ସେମାନଙ୍କୁ ଗିରଫ କରିପାରିବ ନାହିଁ। କିନ୍ତୁ ସେ ସୁଯୋଗ ସେମାନଙ୍କ ଭାଗ୍ୟରେ ନଥିଲା। ହତ୍ୟାକାଣ୍ଡ ପରେ ଫସିଗଲେ। ଏମାନେ ସ୍କୁଟି ମଧ୍ୟ ବ୍ୟବହାର କରିଥିଲେ। ଏହି ସ୍କୁଟିରେ ହତ୍ୟାକାରୀ ଦମ୍ପତ୍ତି ଟ୍ରଙ୍କ୍ କିଣିବାକୁ ଦୋକାନକୁ ଯାଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)