• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Lipsa Mohapatra

ଇଣ୍ଡୋନେସିଆର ବାଲିରେ ବଡ଼ ଅଘଟଣ । ବୁଡ଼ିଲା ଜାହଜ । ସେହି ଜାହଜରେ ୬୦ରୁ ଉର୍ଦ୍ଧ୍ୱ ଲୋକ ଯାତ୍ରା କରିଥିବା ସୂଚନା ରହିଛି । ବର୍ତ୍ତମାନର ଖବର ସୁଧା ୨ ମୃତଦେହ ଉଦ୍ଧାର ହୋଇଥିବାବେଳେ ଅନ୍ୟ ଯାତ୍ରୀମାନେ ନିଖୋଜ ଅଛନ୍ତି । ସର୍ଚ୍ଚ ଅପରେସନ ଜାରି ରହିଛି । ଜାହଜରେ ୨୦ ରୁ ଅଧିକ ଗାଡି ମଧ୍ୟ ପରିବହନ କରାଯାଉଥିଲା । ସେଥି ମଧ୍ୟରେ ପାଖାପାଖି ୧୪ଟି ଟ୍ରକ୍ ରହିଥିଲା । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି । 

ଅନ୍ତର୍ଜାତୀୟ ଗଣମାଧ୍ୟମ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଜାଭାର କେତାପାଙ୍ଗରୁ ଯାତ୍ରା ଆରମ୍ଭ କରିବାର ମାତ୍ର ଅଧ ଘଣ୍ଟା ମଧ୍ୟରେ ଜାହଜଟି ବୁଡି ଯାଇଛି ।  ଏହା ବାଲିର ଗିଲିମନୁକ୍ ବନ୍ଦରଗାହ ଅଭିମୁଖେ ଯାତ୍ରା କରୁଥିବା ଜଣାପଡ଼ିଛି । ପାଖାପାଖି ୫୦ କିଲୋମିଟର ଯାତ୍ରା କରିବାକୁ ଥିବାବେଳେ ଏହା ପୂର୍ବରୁ ହିଁ ଘଟିଛି ଅଘଟଣ । ସ୍ଥାନୀୟ ସମୟ ଅନୁସାରେ ରାତି ୧୧ଟା ୨୦ରେ ଏହି ଦୁର୍ଘଟଣା ଘଟିଛି ।ତେବେ ଏହା ଏକ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ହୋଇଥିବାରୁ ନେକ ପର୍ଯ୍ୟଟକ ଜାହଜରେ ଥିଲେ ବୋଲି କୁହାଯାଉଛି ।

Also Read

ଅଧିକ ପଢନ୍ତୁ: ଯୋଡ଼ାରେ ବଡ଼ ଅଘଟଣ, ମାଟି ଅତଡ଼ା ଧସି ୩ ମୃତ

ଓଟିଭି ବିଜ୍ଞାପନ