Fare Hike
ମହଙ୍ଗା ହୋଇପାରେ ଓଲା, ଉବେର, ରାପିଡୋ ରାଇଡ୍ । ଦୁଇଗୁଣ ଭଡ଼ା ଆଦାୟ କରିପାରିବେ କମ୍ପାନୀ । ତିନି ମାସ ମଧ୍ୟରେ ଜାରି ହେବ ଗାଇଡଲାଇନ । ଏଣିକି ଓଲା, ଉବର, ରାପିଡୋ ପରି କମ୍ପାନି ଗହଳି ସମୟରେ ବେସ ଫେୟାର ବା ସାଧାରଣ ଭଡ଼ାର ଦୁଇଗୁଣ ଭଡ଼ା ଆଦାୟ କରିପାରିବେ । ଏନେ ଇ ସରକାର ନିୟମାବଳୀୟରେ କେତେକ ପରିବର୍ତ୍ତନ କରି ଅନୁମତି ଦେଇଛନ୍ତି । ଆବଶ୍ୟକ ନିର୍ଦ୍ଦେଶ ଜାରି କରିବାକୁ ରାଜ୍ୟ ସରକାରମାନଙ୍କୁ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି ।
ବର୍ତ୍ତମାନର ପ୍ରଚଳିତ ଭଡ଼ା ଅନୁସାରେ ରାଇଡ୍ ହେଲିଙ୍ଗ ପ୍ଲାଟଫର୍ମମାନେ ପିକ୍ ଆଓ୍ବାର ବା ଗହଳି ସମୟରେ ବେସ୍ ଫେୟାର ବା ମୂଳ ଭଡ଼ାର ଦେଢଗୁଣ ଚାର୍ଜ କରୁଛନ୍ତି । ସରକାରଙ୍କ ଅନୁମତି ପରେ ଏବେ ଗହଳି ବା ଅତ୍ୟଧିକ ଚାହିଦା ସମୟରେ ଦୁଇଗୁଣ ଭଡ଼ା ଯାତ୍ରୀମାନଙ୍କଠାରୁ ଆଦାୟ କରିପାରିବେ ।
ଗମନାଗମନ ପାଇଁ ଲୋକେ ମୁଖ୍ୟତଃ ଓଲା, ଉବର, ରାପିଡୋ ପରି କମ୍ପାନି ଉପରେ ନିର୍ଭର କରୁଛନ୍ତି । ହେଲେ ବର୍ତ୍ତମାନ ଯାତ୍ରୀଙ୍କୁ ଲାଗିଛି ବଡ଼ ଝଟକା । କାରଣ ଗହଳି ସମୟରେ ଦୁଇଗୁଣ ଭଡ଼ା ଆଦାୟ କରିପାରିବେ କମ୍ପାନୀ । ଏହାକୁ ଅନୁମତି ଦେଇଛନ୍ତି ସରକାର
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)