Advertisment

PM Modi Conferred: 'ଦ ଅଫିସର୍ ଅଫ୍ ଦ ଅର୍ଡର ଅଫ୍‌ ଦ ଷ୍ଟାର୍ ଅଫ୍ ଘାନା'ରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦି

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଘାନାର ସର୍ବୋଚ୍ଚ ବେସାମରିକ ସମ୍ମାନ 'ଦ ଅଫିସର୍ ଅଫ୍ ଦ ଅର୍ଡର ଅଫ୍‌ ଦ ଷ୍ଟାର୍ ଅଫ୍ ଘାନା'ରେ ସମ୍ମାନିତ କରିଛନ୍ତି ଘାନାର ରାଷ୍ଟ୍ରପତି ଜନ୍ ଦ୍ରାମାନି ମହାମା। ପ୍ରଧାନମନ୍ତ୍ରୀ ମୋଦିଙ୍କର ନେତୃତ୍ବକୁ ସ୍ୱୀକୃତି ଦେବା ପାଇଁ ସମ୍ମାନ ପ୍ରଦାନ କରାଯାଇଛି।

author-image
Chinmayee Sahoo
PM Modi

PM Modi

ବୁଧବାର ୫ ରାଷ୍ଟ୍ର ଗସ୍ତର ପ୍ରଥମ ଦିନରେ ଘାନାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦୁଇ ଦିନିଆ ଘାନା ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଘାନା ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ବାଗତ କରିଥିଲେ ରାଷ୍ଟ୍ରପତି ଜନ ଡ୍ରାମାନି ମହାମା। ମୋଦିଙ୍କୁ ୨୧ ତୋପି ସଲାମି ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘାନାର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଦି ଅଫିସର ଅଫ ଦି ଅର୍ଡର ଅଫ ଦି ଷ୍ଟାର ଅଫ ଘାନା’ରେ ସମ୍ମାନିତ କରାଯାଇଛି।

Advertisment

ଅଧିକ ପଢନ୍ତୁ: ୮ ଦିନରେ ୫ଟି ରାଷ୍ଟ୍ର ଗସ୍ତ କରିବେ ମୋଦି, BRICS ସମ୍ମିଳନୀରେ ଦେବେ ଯୋଗ

ଘାନାର ରାଷ୍ଟ୍ରପତି ଜନ ମହାମାଙ୍କ ଦ୍ୱାରା ଆକ୍ରାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସମ୍ମାନ ପ୍ରଦାନ କରାଯାଇଥିଲା। ଏହି ସମ୍ମାନ ପ୍ରଧାନମନ୍ତ୍ରୀ ମୋଦିଙ୍କର ନେତୃତ୍ବକୁ ସ୍ୱୀକୃତି ଦେବା ପାଇଁ ପ୍ରଦାନ କରାଯାଇଛି। ମୋଦି ଏହି ସମ୍ମାନକୁ ୧୪୦ କୋଟି ଭାରତୀୟଙ୍କ ନାମରେ ଉତ୍ସର୍ଗ କରିଛନ୍ତି । ଏହାକୁ ଭାରତ-ଘାନା ମଧ୍ୟରେ ଦୀର୍ଘଦିନର ବନ୍ଧୁତ୍ୱର ପ୍ରତୀକ ବୋଲି ବର୍ଣ୍ଣନା କରିଛନ୍ତି।

Advertisment

ପ୍ରଧାନମନ୍ତ୍ରୀ ମୋଦିଙ୍କର ଏହି ଐତିହାସିକ ଘାନା ଗସ୍ତ ହେଉଛି ଗତ ୩୦ ବର୍ଷ ମଧ୍ୟରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ପ୍ରଥମ ଦ୍ୱିପାକ୍ଷିକ ଗସ୍ତ। ଏହି ଗସ୍ତ ସମୟରେ ଭାରତ ଏବଂ ଘାନା ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି। ଯାହା ଦୁଇ ଦେଶର ସମ୍ପର୍କକୁ ଆହୁରି ଗଭୀର କରିବ। ଉଭୟ ଦେଶ ମଧ୍ୟରେ କଳା ସଂସ୍କୃତି ସାହିତ୍ୟ କ୍ଷେତ୍ରରେ ମଧ୍ୟ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଘାନାର ରାଷ୍ଟ୍ରପତି ଜନ ମହାମା ପହଲଗାମ ଆତଙ୍କୀ ହମଲାକୁ ମଧ୍ୟ ନିନ୍ଦା କରିଛନ୍ତି। ଭାରତ ଆତଙ୍କବାଦ ବିରୋଧରେ ନେଉଥିବା ପଦକ୍ଷେପକୁ ମଧ୍ୟ ସେ ସ୍ବାଗତ କରିଛନ୍ତି।

ମୋଦି ଘାନାର ଆକ୍ରାରେ ଯେଉଁ ହୋଟେଲରେ ଥିଲେ, ସେଠାରେ ପହଞ୍ଚିବା ପରେ ଭାରତୀୟ ବଂଶୋଦ୍ଭବ ସଦସ୍ୟମାନେ ତାଙ୍କୁ ଭବ୍ୟ ସ୍ବାଗତ କରିଥିଲେ। ଜୁଲାଇ ୪ରେ ମୋଦି ଆର୍ଜେଣ୍ଟିନା ଗସ୍ତ କରିବେ। ଏହା ପରେ ଜୁଲାଇ ୬ରେ ବ୍ରାଜିଲ ଥିବେ। ଏହାପରେ ର୍ସ ଆଫ୍ରିକୀୟ ରାଷ୍ଟ୍ର ନାମ୍ବିଆ ଗସ୍ତ କରି ୧୦ରେ ସ୍ବଦେଶ ଫେରିବେ।

ଅଧିକ ପଢନ୍ତୁ: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ନିଆଁ; ଆମେରିକାର ଆଟାକ୍‌ ପରେ ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି

Prime Minister Narendra Modi
Advertisment
Advertisment