/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751425910.jpg)
Joda Landslide
ଖଣିରୁ ମାଟି ଅତଡ଼ା ଧସି ୩ ଜଣଙ୍କ ମୃତ୍ୟୁ ହୋଇଛି । କେନ୍ଦୁଝର ଯୋଡ଼ା ଥାନା ବିଛାକୁଣ୍ଡି ଦଲପାହାଡ଼ରେ ଘଟିଛି ବଡ଼ ଅଘଟଣ । ସୂଚନା ଅନୁସାରେ, ଗତକାଲି ମାଟି ଅତଡ଼ା ଧସିବାରୁ ଚାପି ହୋଇଯାଇଥିଲେ ୩ ଜଣ । ଆଉ ୬ ଘଣ୍ଟା ପରେ ଉଦ୍ଧାର ହୋଇଛି ସେମାନଙ୍କ ମୃତଦେହ। ଗତକାଲି ପ୍ରବଳ ବର୍ଷା ଜାରି ରହିଥିଲା । ବର୍ଷା ଓ ଅନ୍ଧାର ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା ।
Advertisment
ମାଙ୍ଗାନିଜ୍ ଚୋରା ଉତ୍ତୋଳନବେଳେ ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି । ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା କାରଣରୁ ମାଟି ଅତଡ଼ା ଧସିଛି । ଫଳରେ ଏପରି ବଡ଼ ଅଘଟଣ ଘଟିଛି । କେନ୍ଦୁଝର ଯୋଡ଼ାରେ ୩ ଜଣଙ୍କ ଜୀବନ ଯାଇଥିବା ସୂଚନା ମିଳିଛି । ଆଜି ସକାଳୁ ସେମାନଙ୍କ ମୃତ୍ୟୁ ଖବର ପାଇବା ପରେ ପରିବାରଲୋକେ ଓ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)